Advertisment

ମଦମୃତ୍ୟୁ ପଛରେ ବିଜେଡି ଲିଙ୍କ୍ ଅଭିଯୋଗ, ହୁଲସ୍ତୁଲ୍ ବିଧାନସଭା

ଚିକିଟି ମଦ ବିଭୀଷିକାକୁ ନେଇ ହୁଲସ୍ତୁଲ୍ ବିଧାନସଭା । ଆକ୍ସନ ମୋଡ୍ ରେ ରାଜ୍ୟ ସରକାର । ରାଜ୍ୟବ୍ୟାପି ଜୋରଦାର ହେଲା ବେଆଇନ ମଦ ବିରୋଧୀ ଅପରେସନ୍ ।

author-image
Sangram Keshori Behera
ଅଦ୍ୟତନ ହୋଇଛି
undefined

Liquor Death

ମଦ ପିଇ ମରଣ ପରଠୁ ମଉନି ଯାଇଛି ସାରା ଗାଁ । ମଦମୃତ୍ୟୁର ବିଭୀଷିକା ପରଠୁ ଶୁଖୁନି ଲୁହ । କିଏ ସ୍ୱାମୀଙ୍କୁ ହରାଇ ସ୍ତବ୍ଧ ତ ଆଉ କିଏ ଘର ହୋଇଯାଇଛି ମୁରବୀ ଶୂନ୍ୟ। ଚିକିଟି ପେଣ୍ଠ ଜେନାପୁର ମଦ ଟ୍ରାଜେଡିକୁ ଇତିମଧ୍ୟରେ ବିତିଯାଇଛି ୩ ଦିନ । ୨ ଜଣଙ୍କ ଜୀବନ ତ ଚାଲିଗଲା। ହେଲେ ଯେଉଁ ୧୨ ଜଣ ମରଣ ସହ ସଂଘର୍ଷ କରୁଛନ୍ତି, ଅନ୍ତତଃ ସେମାନେ ମେଡ଼ିକାଲରୁ ସୁସ୍ଥ ହୋଇ ଫେରିଆସିବା ବାଟକୁ ଅନାଇ ରହିଛନ୍ତି ଆତ୍ମୀୟ ସ୍ୱଜନ। ତା’ସହ ଯିଏ ଏହି ମଦମୃତ୍ୟୁର ଜାଲ ବିଛାଇଛି, ସେହି ମାଫିଆକୁ ଚରମ ଦଣ୍ଡ ପାଇଁ ଦାବି କରିଛନ୍ତି।

Advertisment

ତେଣେ ଆକ୍ସନ ମୋଡରେ ରାଜ୍ୟ ସରକାର। ଆରମ୍ଭ ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ । ରାଇରଙ୍ଗପୁର ଟେଣ୍ଟୋପୋଷି ଗାଁରେ ଅବକାରୀ ଟିମ୍ ଚଢ଼ାଉ କରିବା ସହ ୧୫ ହଜାର ୫୦୦ ଲିଟର ମହୁଲ୍ ମଦ ପୋଚ ଓ ୩୫୦ ଲିଟର ଦେଶୀ ମଦ ସହ ମଦଭାଟିକୁ ନଷ୍ଟ କରିଛି । ସେପଟେ ୨ ମାସ ଭିତରେ ଚିକିଟି ମଦ ମୃତ୍ୟୁର RDC ସ୍ତରୀୟ ତଦନ୍ତ କରି ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେବା ସହ ବ୍ରହ୍ମପୁର ଅବକାରୀ ଇନିସପେକ୍ଟର ରମେଶ ଚନ୍ଦ୍ର 
ମହାନ୍ତି, ସବ୍-ଇନିସପେକ୍ଟର ପ୍ରସନ୍ନ କୁମାର ଜାଲିଙ୍କୁ ନିଲମ୍ବନ କରିବା ସହିତ ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ସେହିପରି ଆଜି MKCGକୁ ଯାଇ ଅସୁସ୍ଥଙ୍କୁ ଭେଟିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ବେଆଇନ ଭାଟିକୁ ବୁଲଡୋଜର ଲଗାଇ ଉଡ଼ାଇ ଦିଆଯିବ।

ବଡ଼ ପ୍ରଶ୍ନ ବିଷାକ୍ତ ମଦର ବିଭୀଷିକା ପଛରେ କିଏ ? କେଉଁ କାରଣ ପାଇଁ ଘଟିଗଲା ଏତେ ବଡ଼ ଅଘଟଣ ? ଏଭଳି ନାନା ପ୍ରଶ୍ନ ଭିତରେ ବିଜେଡିର ଏକ ଟିମ୍ ଆଜି ଜେନାପୁର ଏବଂ କରବାଲୁଆ ଗାଁକୁ ଯାଇ ମୃତ ଓ ଅସୁସ୍ଥଙ୍କ ପରିବାରକୁ ଭେଟିଛି। ଅପରପକ୍ଷେ ଚିକିଟିର ବିଜେପି ବିଧାୟକ ମନୋରଂଜନ ଦ୍ୟାନସାମନ୍ତରାୟ, ମଦମୃତ୍ୟୁ ପଛରେ ବିଜେଡି ଲିଙ୍କ୍ ସାମ୍ନାକୁ ଆଣିଛନ୍ତି। କହିଛନ୍ତି, ସୁରେନ୍ଦ୍ର ମଣ୍ଡଳ ଯିଏ ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ନିକଟତମ ବିଜେଡି ନେତା, ସେ ଏଭଳି ମଦ କାରବାରରେ ସଂପୃକ୍ତ। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁରେନ୍ଦ୍ର। 

Advertisment

ଏପଟେ ମଦମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଥିବାବେଳେ କମ୍ପିଛି ବିଧାନସଭା ଗୃହ । ହୋହଲ୍ଲା କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ବିଜେଡ଼ି-ବିଜେପିର ପ୍ରୋତ୍ସାହନରେ ଚୋରା ମଦ କାରବାର ବଢିଛି ଏବଂ ମଦ ମୃତ୍ୟୁ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଥିବାବେଳେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି। ଜବାବ ରଖି ଚିକିଟି ବିଧାୟକ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। 

Liquor Tragedy
Advertisment
Advertisment