• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚିଲିକା: ଜାଲରେ ପଡ଼ିଲା କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ମାଛ । ହେଲେ ବିକ୍ରି ନହେବାରୁ ଏବେ ପଚି ସଢ଼ିବାକୁ ବସିଲାଣି । ଏଭଳି ଖବର ଆସିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ । ଦୁଇ ଦିନ ତଳେ ଧରାପଡ଼ିଥିବା ୧୫ରୁ ୨୦ କ୍ୱିଣ୍ଟାଲ ମାଛ ଏବେ ଚିଲିକା କୂଳରେ ପଡ଼ି ରହିଛି । ବଜାରରେ ଉଚିତ୍ ଦାମ ଓ ଲୋକଙ୍କ ମଧ୍ୟରେ ଚାହିଦା ନଥିବାରୁ ମାଛ ବିକ୍ରି ହୋଇପାରିନି । ବହୁ ପରିଶ୍ରମ ପରେ ଚଲିକା ମଧ୍ୟରୁ ଏସବୁ କାବଲା ମାଛକୁ ଧରାପଡ଼ିଥିଲା । ହେଲେ ବିକ୍ରି ହୋଇପାରିନି । ଗତ ଦୁଇ ଦିନ ତଳେ ଗୋଟିଏ ଜାଲରେ ପ୍ରାୟ ୧୫ରୁ ୨୦ କ୍ୱିଣ୍ଟାଲ ମାଛ ପଡ଼ିଥିଲେ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ବାତ୍ୟା ପରିସ୍ଥିତି । ରାଜ୍ୟ ପାଇଁ ବିଶେଷ ବିପଦ ନଥିଲେ ମଧ୍ୟ ପାଗ କୋହଲା ରହିଛି, ବର୍ଷା ମଧ୍ୟ ଜାରି ରହିଛି । ଏମିତି ପରିସ୍ଥିତିରେ ସମୂଦ୍ର କଳିଆ ଅଞ୍ଚଳ ବିପଦପୂର୍ଣ୍ଣ ବୋଲି କୁହଯାଇଛି । ତେଣୁ ମାଛ ବିକ୍ରି ହୋଇପାରିନି ।

ଅନ୍ୟପଟେ, ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ସାମୁଦ୍ରିକ ଝଡ଼ ଅବସ୍ଥାରେ ଥିବା ‘ଜୱାଦ୍‌’ ଆସନ୍ତାକାଲି ଆହୁରି ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବା ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ଘଣ୍ଟା ପ୍ରତି ୪ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ।

ଆଗାମୀ ୮ ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ଉତ୍ତର ଦିଗରେ ଗତି କରିବ । ଏହାପରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତ କରି ୫ ତାରିଖ ମଧ୍ୟାହ୍ନରେ ଗଭୀର ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ। ଏହାପରେ ଆହୁରି ଦୁର୍ବଳ ହୋଇ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ମୁହାଁ ହେବ ।

ବର୍ତ୍ତମାନର ସୂଚନା ଅନୁସାରେ, ‘ଜଓ୍ୱାଦ୍‌’ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବକୁ ୨୦୦ କିଲୋମିଟର ଦୂରରେ ରହିଛି । ସେହିପରି ଗୋପାଳପୁରଠାରୁ ଦକ୍ଷିଣରେ ୩୦୦ କିଲୋମିଟର ଓ ପୁରୀଠାରୁ ଏହା ୩୯୦ କିଲୋମିଟର ଦୂର ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ପାରାଦୀପଠାରୁ ଏହା ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ୪୫୦ କିମି ଦୂରରେ ରହିଛି ।