Advertisment

ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା

ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପରୁଷ ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Hockey World Cup

Hockey World Cup

ଭୁବନେଶ୍ୱର: ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପରୁଷ ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମର ମିଡିଆ ସେଣ୍ଟର ବ୍ୟବହାର କରିଥିଲେ। RT-PCR ଟେଷ୍ଟ ବେଳେ ଗତକାଲି ସେ ପଜଟିଭ ଚିହ୍ନଟ ହୋଇଛନ୍ତି।

Advertisment

ସଂକ୍ରମିତ ଜଣକ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସୋସିଆଲ୍ ମିଡିଆ ଟିମ୍ ସଦସ୍ୟ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଜଣେ ସଂକ୍ରମିତ ଚିହ୍ନଟ ପରେ ଏବେ ମିଡିଆ ସେଣ୍ଟରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

ଯେହେତୁ ମିଡିଆ ସେଣ୍ଟରରେ ଅନ୍ୟମାନେ ଥିଲେ ତେଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅନ୍ୟମାନେ ଆସିଥାଇ ପାରନ୍ତି। ତେଣୁ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଗତ ନଭେମ୍ବର ୨୪ରୁ ଜୁନିଅର ପୁରୁଷ ବିଶ୍ୱକପ୍ ହକି ଆରମ୍ଭ ହୋଇଥିବା ବେଳେ ଭାରତ ସମେତ ୧୫ଟି ବିଦେଶୀ ଟିମ୍‌ ଏଥିରେ ଭାଗ ନେଇଛନ୍ତି।

Advertisment

କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବା ଲାଗି ଏକ ବାୟୋ ବବଲ୍‌ ପ୍ରସ୍ତୁତ କରାଯାଇଥିଲ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ମିଳିଛି। କରୋନା ପଜିଟିଭ୍‌ ଚିହ୍ନଟ ପରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି RT-PCR ଟେଷ୍ଟ କରିଥିଲେ ଓ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା।  

ଅନ୍ୟପକ୍ଷେ, ଜୁନିଅର ହକି ବିଶ୍ୱକପ୍‌ରେ ଭାରତର ଟାଇଟଲ ଆଶା ଧୂଳିସାତ୍ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା ସେମିଫାଇନାଲରେ ପରାସ୍ତ ହୋଇଛି ଭାରତୀୟ ଜୁନିଅର ଟିମ୍। ୬ ଥରର ବିଶ୍ୱକପ ଚାମ୍ପିଅନ ଜର୍ମାନୀଠାରୁ ୪-୨ ଗୋଲ୍‌ରେ ପରାଜିତ ହୋଇଛି ଘରୋଇ ଦଳ। 

Bhubaneswar Kalinga Stadium Hockey World Cup
Advertisment
Advertisment