Advertisment

ଝିଅଙ୍କ ବିବାହ ବୟସ ୨୧କୁ ନେଇ ବିବାଦ ! ‘ବଢ଼ିବ ଅବିବାହିତ ମାତୃତ୍ୱ ସଂଖ୍ୟା ଆଉ ଭୃଣ ହତ୍ୟା’

୧୮ରୁ ୨୧ ବର୍ଷ ପର୍ଯ୍ୟନ୍ତ ବୟସ ବର୍ଗଙ୍କୁ କେଉଁ ବର୍ଗରେ ଗ୍ରହଣ କରାଯିବ ? ସେମାନଙ୍କ ପାଇଁ ଯଥେଷ୍ଟ ଆଇନ ନଥିବାରୁ ଅନେକ ସାମାଜିକ ସମସ୍ୟା ସୃଷ୍ଟି ହେବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Crime

Crime

ଝିଅଙ୍କ ବିବାହ ବୟସ ନେଇ ଉଠିଲା ବିବାଦ । ଝିଅଙ୍କ ବିବାହ ବୟସ ୨୧ ନୁହେଁ ୧୮ କରାଯାଉ ବୋଲି ଉଠିଲା ଦାବି । ଏନେଇ ମହିଳା ଓ ଶିଶୁ ବ୍ୟାପାର ସଂସଦୀୟ କମିଟି ଅଧ୍ୟକ୍ଷଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଚିଠି ଲେଖିଛନ୍ତି । ଚିଠିରେ କୁହାଯାଇଛି ଯେ, ଝିଅଙ୍କ ବିବାହ ବୟସ ବଢ଼ିଲେ ଅପରାଧ ବଢ଼ିବ । ଏମିତି ନାନା ସମସ୍ୟା ମଧ୍ୟ ଦେଖାଦେବ । ଯେମିତି ବିବାହ ପୂର୍ବରୁ ମାତୃତ୍ୱ ଲାଭ କରିବା ଭଳି ସମସ୍ୟା ବିଶେଷ ଭାବେ ଉପୁଜିବ । ଖାଲି ସେତିକି ନୁହେଁ ଭୃଣ ହତ୍ୟା ମଧ୍ୟ ବଢ଼ିବ ବୋଲି ସଂଧ୍ୟାବତୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ପୁଅ, ଝିଅଙ୍କ ବିବାହ ବୟସ ପୂର୍ବପରି ୧୮ ବର୍ଷ ରଖିବାକୁ ସେ ଚିଠି ଲେଖିଛନ୍ତି । ୧୮ରୁ ୨୧ ବର୍ଷକୁ ବୃଦ୍ଧି କଲେ ବିଭିନ୍ନ ଆଇନଗତ ସମସ୍ୟା ସୃଷ୍ଟି ହେବ ବୋଲି ସେ ସିଧାସଳଖ କହିଛନ୍ତି ।

Advertisment

୧୮ରୁ ୨୧ ବର୍ଷ ପର୍ଯ୍ୟନ୍ତ ବୟସ ବର୍ଗଙ୍କୁ କେଉଁ ବର୍ଗରେ ଗ୍ରହଣ କରାଯିବ ? ସେମାନଙ୍କ ପାଇଁ ଯଥେଷ୍ଟ ଆଇନ ନଥିବାରୁ ବିବାହ ପ୍ରତିବନ୍ଧକ କଷ୍ଟସାଧ୍ୟ ହେବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି । ୧୮ ବର୍ଷ ପରେ ଶାରୀରିକ ସଂପର୍କ ରଖିପାରିବେ, କିନ୍ତୁ ବିବାହ କରିପାରିବେନି । ଯାହା କି ସମସ୍ୟାର ମୂଳ କାରଣ ହେବ ବୋଲି କୁହାଯାଉଛି । ୧୮ରୁ ୨୧ ବର୍ଗ ପକ୍ସୋ ଆକ୍ଟରେ ଆସୁନଥିବାରୁ ଭୃଣ ହତ୍ୟା ବି ବଢ଼ିବ । ସୁତରାଂ ଏହାଦ୍ୱାରା ଅବିବାହିତ ମାତୃତ୍ୱ ଆଦି ସାଂଘାତିକ ସମସ୍ୟା ସୃଷ୍ଟି ହେବ ବୋଲି ସେ ଆଶଙ୍କା କରିଛନ୍ତି । ତେଣୁ ଏହାକୁ ୨୧ରୁ ହଟାଇ ପୁଣି ଥରେ ୧୮ କରାଯାଉ ବୋଲି ସେ କହିଛନ୍ତି ।

ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରାଯାଇଛି । କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମଧ୍ୟ ପ୍ରଦାନ କରିସାରିଛି । ୧୫ ଡିସେମ୍ବରରେ ହୋଇଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସରକାର ପ୍ରଚଳିତ ଆଇନ୍‌ ବ୍ୟବସ୍ଥାରେ ସଂଶୋଧନ ଆଣିପାରନ୍ତି ।

Advertisment

ସୂଚନାଥାଉ କି, ଗତବର୍ଷ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ ବେଳେ କହିଥିଲେ, ଏବେ ବାହାଘର ପାଇଁ ପୁଅଙ୍କ ବୟସ ସୀମା ୨୧ବର୍ଷ ହୋଇଥିବା ବେଳେ ଝିଅଙ୍କ ପାଇଁ ୧୮ ବର୍ଷ ରହିଛି। ଦେଖାଯାଉଛି, ଝିଅଙ୍କ ସର୍ବନିମ୍ନ ବାହା ହେବା ବୟସ ସୀମା ୧୮ ବର୍ଷ ହୋଇଥିବା ସତ୍ତ୍ୱେ ଅନେକ ସମୟରେ ନାବାଳିକା ବିବାହର ଖବର ଆସୁଛି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ପ୍ରଚେଷ୍ଟା ସତ୍ତ୍ୱେ ସମାଧାନ ହୋଇପାରୁନାହିଁ। 

ବାଲ୍ୟ ବିବାହ ନିଷେଧାଦେଶ, ସ୍ୱତନ୍ତ୍ର ବିବାହ ଆଇନ୍‌ ଓ ହିନ୍ଦୁ ବିବାହ ଆଇନ୍‌ରେ ସରକାର ସଂଶୋଧନ ଆଣିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନରେ କହିଥିଲେ। ନୀତି ଆୟୋଗରେ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କ ଫୋର୍ସରେ ଏନେଇ ପ୍ରସ୍ତାବ ଦିଆଯାଇଥିଲା। ଗତବର୍ଷ ଜୁନ୍‌ରେ ଏହି ଟାସ୍କ ଫୋର୍ସ ଗଠନ କରାଯାଇଥିଲା ଓ ଗତବର୍ଷ ଡିସେମ୍ବରରେ ହିଁ ରିପୋର୍ଟ ପ୍ରଦାନ କରାଯାଇଥିଲା। 

୧୮ ବର୍ଷ ବୟସ ସତ୍ତ୍ୱେ ଅନେକ କ୍ଷେତ୍ରରେ ଝିଅମାନେ ବାହା ହେବା ପରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସେମାନେ ପରିପକ୍ୱ ନ ଥିବା ଜଣାପଡୁଛି। ତେଣୁ କେନ୍ଦ୍ର ସରକାର ଝିଅଙ୍କ ବାହା ହେବାର ସର୍ବନିମ୍ନ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

Advertisment
Advertisment