• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକଣା ଭିତରେ ଆସିଲା ନୂଆ ଗାଇଡ୍‌ଲାଇନ୍‌ । କ୍ଷୀପ୍ର ବେଗରେ କରୋନା ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ଲାଗୁ କଲେ କଟକଣା । କଟକଣା ମଧ୍ୟରେ ହେବ ବିବାହ ଉତ୍ସବ । ମାତ୍ର ୧୦୦ ଜଣେ ବିବାହ ଉତ୍ସବ ପାଇଁ ଅନୁମତି ଥିବା ବେଳେ ମେହେନ୍ଦୀ, ସଙ୍ଗୀତ ଭଳି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ମନା କରିଛନ୍ତି ରାଜ୍ୟ ସରକାର । ବାହାଘର, ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ।

ଦେଶ ତଥା ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି । ଗତକାଲି ତୁଳନାରେ ରାଜ୍ୟରେ ଆଜି ୭୯% ସଂକ୍ରମିତ ବଢ଼ିଛନ୍ତି । ଏମିତିକି ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ବି ସଂକ୍ରମିତ ହେଉଛନ୍ତି । ଏବେ କୋଭିଡ଼ର ଆଉ ଏକ ଲହର ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ରାଜ୍ୟ ସରକାର କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା ପାଇଁ କଟକଣା ଲାଗୁ କରିଛନ୍ତି । ସମସ୍ତ କଟକଣା ଜାନୁଆରୀ ୭ରୁ ଫେବ୍ରୁଆରୀ ପହିଲା ଯାଏ ଲାଗୁ ।

  • ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ
  • ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ
  • ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ
  • ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ
  • କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ
  • ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ
  • ହାଟ, ବଜାରରେ ଭିଡ଼ ହ୍ରାସ କରିବାକୁ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ; ୭ ଦିନ ଯାଏ ବନ୍ଦ କରାଯିବ
  • ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି
  • ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦% କ୍ଷମତାକୁ ଅନୁମତି
  • ପର୍ଯ୍ୟଟନ ସ୍ଥାନରେ ପିକନିକ ସଂପୂର୍ଣ୍ଣ ବାରଣ କରାଯାଇଛି- SRC
  • କୌଣସି ହୋଟେଲ, ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନି
  • ସ୍କୁଲ, କଲେଜ ପିକନିକ୍, ଏସ୍କର୍ସନ ସଂପୂର୍ଣ୍ଣ ଭାବେ ବାରଣ
  • ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା; ୫୦% କ୍ଷମତାରେ ଚାଲିବ
  • ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ; ସର୍ବାଧିକ ୫ ଜଣ ଗ୍ରାହକ ରହିବେ
  • ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା, ମାଲିକ ନିୟମ କଡ଼ାକଡ଼ି ମାନିବେ
  • ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିପାରିବ- SRC
  • ନନ୍ଦନକାନନ ଆଦି ସ୍ଥାନରେ କ୍ୟୁରେ ଟିକେଟ, ଭିଡ଼ କରିବେନି
  • ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ
  • ରାଜ୍ୟର ସମସ୍ତ ସରକାରୀ ଅଫିସ୍ ୫୦ ପ୍ରତିଶତରେ ଚାଲିବ
  • ବାହାଘର, ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଓ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି
  • ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି 
  • ବାହାଘର ଏବଂ ରିସେପ୍‌ସନ ଛଡ଼ା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ ।
  • ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ।
  • କେନ୍ଦ୍ର ସରକାର ଓ ଘରୋଇ ଅଫିସ ଅଳ୍ପ ଲୋକରେ ଚାଲିବାକୁ କୁହାଯିବ ।