• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ବିଶ୍ୱ ଏବେ ପୁଣି ଥରେ କରୋନା ମହାମାରୀ ଜାଲରେ ଛନ୍ଦି ହୋଇ ରହିଛି । କରୋନା ଭୟ ସମସ୍ତଙ୍କୁ ନୟନ୍ତ କଲାଣି । ଘରୁ ବାହାରିବାକୁ ବି ଲୋକେ ଡରିଲେଣି । ପୁଣି ଥରେ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଗଲାଣି । କାରଣ ଗତ ୨୪ ଘଣ୍ଟାରେ ଆସିଛି ସବୁଠୁ ବଡ଼ ଖବର । ମାତ୍ର ୨୪ ଘଣ୍ଟା ମଧ୍ୟରେ ପୂରା ବିଶ୍ୱରେ ୨୫ ଲକ୍ଷ ୨୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଏକ ରେକର୍ଡ । ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ସକ୍ରମିତ କେବେ ବି ଚିହ୍ନଟ ହୋଇନଥିଲେ । ଏଭଳି ସଂଖ୍ୟା ଯୋଗୁଁ ସମସ୍ତଙ୍କ ମନରେ ଛନକା ପଶିଛି । କ’ଣ ହେବ ଭବିଷ୍ୟତ ? ପୁଣି ଥରେ ହେବ କି ଲକ୍‌ଡାଉନ୍‌ ? ନା ୱିକେଣ୍ଡ ସଟ୍‌ଡାଉନ୍‌କୁ ଦିଆଯିବ ଗୁରୁତ୍ୱ ?

ଅନ୍ୟପଟେ ଏବେ ଭାରତର କିଛି ରାଜ୍ୟ ସମେତ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବହୂଳ ମାତ୍ରାରେ ଥିବାରୁ ଲକ୍‌ଡାଉନ୍‌, ନାଇଟ୍‌କର୍ଫ୍ୟୁ ଭଳି କଟକଣା ଲାଗୁ କରିସାରିଲେଣି । 

ତେବେ ଭାରତରେ ୯ଟି ରାଜ୍ୟରେ ଚିନ୍ତାଜନକ ସ୍ଥିତି । ଏହି ରାଜ୍ୟଗୁଡ଼ିକରେ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ସେହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଝାଡ଼ଖଣ୍ଡ ଏବଂ ଗୁଜରାଟ । ଏନେଇ କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦେଶର ୨୮ଟି ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ହାର ୧୦% ଉପରେ ରହିଛି । ୪୩ ଜିଲ୍ଲାରେ ପଜିଟିଭିଟି ହାର ୫ରୁ ୧୦% ରହିଥିବା ବଳେ ଏଥିରେ ଓଡ଼ିଶାର ମଧ୍ୟ ଗୋଟିଏ ଜିଲ୍ଲା ରହିଛି ।

ଅନ୍ୟପଟେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ପାଇଁ ଆସିଲା ନୂଆ ଟେଟିଂ କିଟ୍ । ଓମିକ୍ରନ୍ ଚିହ୍ନଟ କରୁଥିବା RT-PCR ଟେଷ୍ଟ କିଟ୍ ବିକଶିତ । ଟାଟା ଏମ୍‌ଡି ଓ ICMR ମିଳିତ ପ୍ରଚେଷ୍ଟାରେ ଏହି ଟେଷ୍ଟ କିଟ୍ ବିକଶିତ କରାଯାଇଛି । ଉଦ୍ଭାବିତ RT-PCR ଟେଷ୍ଟ କିଟ୍‌କୁ ମଂଜୁରୀ ଦେଲା ଡିସିଜିଆଇ । ନୂଆ ବିକଶିତ ଟେଷ୍ଟ କିଟ୍ ୪ ଘଣ୍ଟା ମଧ୍ୟରେ ରେଜଲ୍ଟ ଜଣାଇବ । ଏନେଇଆଜି ପ୍ରେସମିଟରେ ICMR ଡିଜି ଡାକ୍ତର ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି ।