Advertisment

ଭୁବନେଶ୍ୱରର ୫ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ BMC ପକ୍ଷରୁ ଏହା ଘୋଷଣା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
containment zones

containment zones

ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ BMC ପକ୍ଷରୁ ଏହା ଘୋଷଣା ହୋଇଛି। ଆଚାର୍ଯ୍ୟ ବିହାର ସାଇ ଟେମ୍ପୁଲ ନିକଟ ଅଞ୍ଚଳ,ସତ୍ୟନଗର ଓ ବାପୁଜୀ ନଗରର ନିର୍ଦ୍ଦିଷ୍ଟ ଅଞ୍ଚଳ, ଟଙ୍କପାଣି ବିଷ୍ଣୁନଗର, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଅଞ୍ଚଳ କଣ୍ଟେନମେଣ୍ଟ ଘୋଷଣା ହୋଇଛି।

Advertisment

ରାଜ୍ୟରେ ଦିନକରେ ୧,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭୧୦ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫୦୬ ରହିଛି। ସେହିପରି ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। 

ସେପଟେ ରାଜ୍ୟରେ ସମସ୍ତ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୧୦ ଦିନ ମଧ୍ୟରେ ସରକାରୀ, ବେସରକାରୀ ହସ୍ପିଟାଲ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍‌ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ୨ୟ ଲହର ସର୍ବୋଚ୍ଚ ସ୍ତରରେ ଯେତିକି ବେଡ୍, ICU ଥିଲା, ସେତିକି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment
Containment Zones Bhubaneswar COVID-19 Coronavirus
Advertisment
Advertisment