Advertisment

ବଢ଼ିଲା ଚିନ୍ତା ‘ଶରୀରରେ କରୋନା ଟିକାର ପ୍ରଭାବ ମାତ୍ର ୬ ମାସ’

ଉଭୟ ଡୋଜ୍ ନେଇଥିବା ୧୧୨ ଜଣଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ୨୮ରୁ ୩୦ ଦିନ ମଧ୍ୟରେ ଦୁଇଟି ଟିକା ନେଇଥିଲେ । ପରେ ତିନିଟି ପର୍ଯ୍ୟାୟରେ ଏମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Covid Vaccine

ବଢ଼ିଲା ଚିନ୍ତା । ମାତ୍ର ୬ ମାସ ପରେ ଶରୀରରେ ପ୍ରଭାବଶୂନ୍ୟ କରୋନା ଟିକା । ଏଭଳି ଖବର ସାମ୍ନାକୁ ଆସିବା ପରେ ଏବେ ଚିନ୍ତା ଦ୍ୱିଗୁଣିତ ହୋଇଛି । ଗୋଟିଏ ପଟେ କରୋନା ଭୟ ପୁଣି ଥରେ ମାଡ଼ି ଆସୁଥିବା ବେଳେ ଶକ୍ତିଶାଳୀ ଓମିକ୍ରନ୍‌ କ୍ଷିପ୍ର ବେଗରେ କାୟା ବିସ୍ତାର କରୁଛି । ତେବେ ଏହାରି ଭିତରେ କରୋନା ଟିକା ୬ ମାସ ପରେ ପ୍ରଭାବ ଶୂନ୍ୟ ଖବର ସମସ୍ତଙ୍କୁ ଆଚମ୍ବିତ କରିଛି ।

Advertisment

କରୋନ ଟିକା ନେବାର ୬ ମାସ ଯାଏଁ ଶରୀରରେ ରହୁଛି ଆଣ୍ଟିବଡି । ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତିର ଶରୀରରେ କେବଳ ୬ ମାସ ଯାଏଁ ରୋଗ ପ୍ରତିରୋଧକ ଶକ୍ତି ରହୁଛି । ଏହି ଅବଧି ସରିବା ପରେ ଟିକା ଆଉ ପ୍ରଭାବୀ ହେଉ ନାହିଁ । ଏଭଳି ରୋଚକ ତଥ୍ୟ ଦେଇଛନ୍ତି ଭିମ୍‌ସାରର ୪ ଜଣିଆ ଡାକ୍ତରୀ ଟିମ୍‌ । ଏହି ଟିମ୍‌ ବିଭିନ୍ନ ଗବେଷଣା କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆଣିଛନ୍ତି । ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପଠାଯାଇଛି ।

ଉଭୟ ଡୋଜ୍ ନେଇଥିବା ୧୧୨ ଜଣଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ସେମାନଙ୍କୁ ୨୮ରୁ ୩୦ ଦିନ ମଧ୍ୟରେ ଦୁଇଟି ଟିକା ଦିଆଯାଇଥିଲା । ପରେ ତିନିଟି ପର୍ଯ୍ୟାୟରେ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ପ୍ରଥମ ଡୋଜ ଟିକା ନେବାର ଏକ ମାସ ମଧ୍ୟରେ ୧୧ ଜଣଙ୍କ ଠାରେ ପ୍ରତିଷେଧକ ଲକ୍ଷଣ ଦେଖାଯାଇନଥିଲା । ସେହିପରି ଦ୍ୱିତୀୟ ଡୋଜ କୋଭିସିଲଡ୍ ଟିକା ନେବାର ୬ ମାସ ପରେ ୭ ଜଣ ପ୍ରତିଷେଧକ ଶକ୍ତି ହରାଇଥିବା ଗବେଷଣାରୁ ଜଣାପଡିଛି । ଗବେଷଣା କରିଥିବା ଟିମ୍‌ରେ RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତିଙ୍କ ସମେତ ୩ ଜଣ ରହିଛନ୍ତି ।

Advertisment

ତେବେ ଏ ନେଇ ଭିମସାର ଗବେଷଣା କେନ୍ଦ୍ରର ଟିମ୍ ଲିଡର୍ ସଞ୍ଜୀବ କୁମାର ମିଶ୍ର କହିଛନ୍ତି, ଯେତେବେଳେ ଏହି ଗବେଷଣା ଆରମ୍ଭ ହେଲା, ସେତେବେଳେ ଆମେ ପ୍ରି-ଭ୍ୟାକ୍ସିନେସନର ଗୋଟିଏ ଡୋଜ୍ ନେଇଥିଲୁ। ବିଶେଷକରି ଆମେ କିଛି ଛାତ୍ରଙ୍କୁ ନେଇ ଏହି ଗବେଷଣା କରିଥିଲୁ। ପ୍ରଥମ ଡୋଜର ମାସେ ପରେ ଏବଂ ଦ୍ୱିତୀୟ ଡୋଜର ମାସେ ନେଇଥିଲୁ। ଏହା ପରେ ଦ୍ୱିତୀୟ ଡୋଜର ୬ ମାସ ପରେ ନେଇଥିଲୁ। ଏଥିରେ ଆମେ ଦେଖିବାକୁ ପାଇଲୁ ଯେ ପ୍ରଥମ ଡୋଜର ମାସେ ପରେ ୯୫% ଲୋକଙ୍କ ଶରୀରରେ ଆଣ୍ଟିବଡି ହୋଇଥିଲା।

ଦ୍ୱିତୀୟ ଡୋଜର ମାସେ ପରେ ୯୯.୯୫% ଲୋକଙ୍କ ଶରୀରରେ ଆଣ୍ଟିବଡି ହୋଇଥିଲା। ତେବେ ୬ ମାସ ବେଳକୁ ସେଥିମଧ୍ୟରୁ ୭ ଜଣ ଲୋକଙ୍କ ଭିତରେ ଆଣ୍ଟିବଡି ମାତ୍ରା କମି ଯାଇଥିଲା। ତେଣୁ ଏହାକୁ ଆମେ ୱେନିଂ ଅଫ୍ ଆଣ୍ଟିବଡି କହୁଛୁ। ଅନ୍ୟମାନଙ୍କ ଦେହରେ ଆଣ୍ଟିବଡି ଥିଲା। ତେବେ ଦ୍ୱିତୀୟ ଡୋଜର ଗୋଟିଏ ମାସ ପରେ ଯେଉଁ ସ୍ତର ଥିଲା, ସେଥିରୁ ପାଖାପାଖି ୫୦ରୁ ୭୦ ପ୍ରତିଶତ ଆଣ୍ଟିବଡି ମାତ୍ରା କମିଯାଇଥିଲା ବୋଲି ସଞ୍ଜୀବ କୁମାର କହିଛନ୍ତି।

COVID-19 Corona
Advertisment
Advertisment