ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକ ବି ରଜ ପାଳିଛନ୍ତି । ପରସ୍ପରକୁ ପିଠା, ମିଠା ଓ ପାନ ଖୁଆଇ ଜଣାଇଛନ୍ତି ରଜ ଶୁଭେଚ୍ଛା ।
୪୪.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ୪୪ ଡିଗ୍ରୀ ଉପରେ ୩ ସହର ଥିବାବେଳେ ୪୩ ଡିଗ୍ରୀ ଉପରେ ୮ଟି ସହର ରହିଛି ।
ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା
କାଷ୍ଟିଂ କାଉଚ୍ ଝଡ଼କୁ ନେଇ ଓଲିଉଡରେ ଲାଗିରହିଛି କମ୍ପନ। ଅଭିନେତ୍ରୀ ପ୍ରକୃତି ମିଶ୍ର ହୁଅନ୍ତୁ ଅବା ଯସ୍ମିନ ରଥ, ରୂପଶ୍ରୀ ପଣ୍ଡା ହୁଅନ୍ତୁ ଅବା ରାଣୀ ପ୍ରିୟଦର୍ଶିନୀ। ନବାଗତା ଅଭିନେତ୍ରୀଙ୍କ କାଷ୍ଟିଂ କାଉଚ୍ ଅଭିଯୋଗର ବଢ଼ିଚାଲିଛି ତାଲିକା। କୌଣସି ଥାନା କି କୋର୍ଟ କଚେରୀରେ ନୁହେଁ, ବରଂ ମିଡ଼ିଆ ଆଗରେ ଅଭିଯୋଗ ଆଣି ବିବାଦ ଛିଡ଼ା କରାଉଛନ୍ତି।
ରଜ ଭଳି ଏକ ଗଣପର୍ବରେ ବିଜେଡିର ହଠାତ୍ ଏଭଳି ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦକୁ ନେଇ ଚର୍ଚ୍ଚା। ପାୱାର କଟ୍କୁ ନେଇ ରାଜ୍ୟବ୍ୟାପୀ ସରକାରଙ୍କ ବିରୋଧରେ ମାହୋଲ ବିଗୁଡୁଥିବାରୁ ବିଜେଡିର ଏହି ଆନ୍ଦୋଳନ କି?
ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ରାତି ତାପମାତ୍ରା ୩୧ ଡିଗ୍ରୀ ପାର୍ କରିଥିବା ବେଳେ ଏହା ସ୍ୱାଭାବିକଠାରୁ ୩.୪ ଡିଗ୍ରୀ ଅଧିକ ଥିବା ପାଣିପାଗ ବିଭାଗ କହିଛି।
ରଜରେ ପାନ ଖାଇ ଦୋଳି ଖେଳନ୍ତି, ରଜଦୋଳି ଗୀତ ଗାଆନ୍ତି । କେବଳ ଝିଅ ନୁହେଁ ରଜ ତିନିଦିନ ପୁଅମାନେ ବି ମଉଜରେ ମାତନ୍ତି।
ଭୁବନେଶ୍ୱରେ ଶିଶୁ ଓ ମହିଳାଙ୍କ ସୁଲଭ ଦରରେ ଚିକିତ୍ସା ଲାଗି ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରିଥିଲେ ।
ମୁଖ୍ୟଶାସନ ସଚିବଙ୍କ ପରେ ଶାସକ ଦଳର ସାଂସଦ ଅମର ପଟ୍ଟନାୟକ ବି ଝାଡିଥିଲେ ଅସନ୍ତୋଷ। ପ୍ରତିକ୍ରିୟା ଦେବାର କିଛି ସମୟ ପରେ ବଦଳି ଯାଇଥିଲା ଅମରଙ୍କ ସ୍ୱର।
ବସ୍ତିରୁ ବିମାନରେ ବସି ସ୍ପେନ ଯିବେ ସାଲିଆ ସାହିର ସୁଲେଖା ଓ ଶ୍ରୀଜଲ । ସ୍ପେନରେ ଫୁଟବଲ ଖେଳିବେ ସାଲିଆ ସାହିର ପ୍ରତିଭା ।
୪୬ ଡିଗ୍ରୀ ସହ ରେକର୍ଡ କଲା ସମ୍ବଲପୁର ସହରର ପାରଦ । ୪୪.୫ ଡିଗ୍ରୀରେ ଭାଜିହେଲା ରାଜଧାନୀ ଭୁବନେଶ୍ୱର ।
ସଂସ୍କୃତି ମନ୍ତ୍ରୀଙ୍କ ଘରେ ବିଜୁଳି ଗାଏବ । ଟାଟା ପାୱାର ଅଫିସରେ ବି ବିଜୁଳି ବିଭ୍ରାଟ ।
ବେଧଡ଼କ ଚାଲିଛି ଗଛକଟା, ପାହାଡ଼ ଫଟା । ନଷ୍ଟ ହୋଇଗଲାଣି ଅନେକ ଔଷଧୀୟ ବୃକ୍ଷ । ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା ।
ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ- କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି ।
ଆଜି କଟକ ଓ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକ ତାପମାତ୍ରା ତୁଳନାରେ ୬.୫ ଡିଗ୍ରୀ କିମ୍ବା ଅଧିକ ରହିପାରେ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।
ମାନିଲେ ଶକ୍ତିମନ୍ତ୍ରୀ । ଆଉ ତା ସହ ନିଜ ବିଭାଗର ପୋଲ୍ ନିଜେ ଖୋଲିଲେ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ଯାଉଛି ବିଜୁଳି ।
ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ ! ଅନ୍ତର୍ଦ୍ବନ୍ଦ୍ବ ତୀବ୍ର ଥିବାରୁ ଜିଲ୍ଲା ସଭାପତି ବାଛିବାରେ ସମସ୍ୟା ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳକୁ ନେଇ ଚିନ୍ତାରେ ଦଳ
ପ୍ରଥମେ ନିଜ କିଛି ଯୁବକଙ୍କୁ ରୋଜଗାରର ଲୋଭ ଦେଖାଇ ହ୍ୱାଟସ୍ଆପ୍ ଗ୍ରୁପ ତିଆରି କରନ୍ତି ଅଭିଯୁକ୍ତ । ଏହାପରେ ବିଭିନ୍ନ ଦୋକାନରେ ଗ୍ରାହକ ଦାଖଲ କରିଥିବା ଆବଶ୍ୟକ କାଗଜପତ୍ରକୁ ହାତେଇ ଏବଂ କୌଶଳକ୍ରମେ OTP ଜେନେରେଟ କରି ଆରମ୍ଭ କରନ୍ତି ପ୍ରି-ଆକଟିଭେଟେଡ ସିମ୍ କାର୍ଡର କ୍ରାଇମ୍ ସିଣ୍ଡିକେଟ ।
ଆଜିର ସାମୂହିକ ଦଶାହ ପାଳନ ପରେ ଆସନ୍ତାକାଲି ଏକାଦଶାହରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ ଆଦି କାର୍ଯ୍ୟକ୍ରମ ରହିଛି ।
ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା କୁହାଯାଉଛି ।
ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୩.୨ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ମଧ୍ୟ ସମାନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ସୁବାସ ସିଂହଙ୍କୁ କଟାକ୍ଷ କରି ଦେବାଶିଷ କହିଛନ୍ତି, ଏହା ସରକାରୀ ନା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ତାହା ସୁବାସ ସିଂ କହିପାରିବେ ।
ଗ୍ରୀଷ୍ଣ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ।
ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।
କେବଳ ଏଇ ଗୋଟିଏ ଘଟଣା ନୁହେଁ । ଆଗରୁ ବି ରହିଛି ମଞ୍ଚମୃତ୍ୟୁର ଅନେକ ନଜିର । କୋଲକାତା କନସର୍ଟରେ ବଲିଉଡ ସିଙ୍ଗର କେକେଙ୍କ ହୃଦଘାତ ଜନିତ ମୃତ୍ୟୁ ହେଉ, ଅବା ମଞ୍ଚରେ ଭାଷଣ ଦେବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦେହାନ୍ତ।