Advertisment

ତାତିରେ ଲାଗିଲା ବ୍ରେକ୍, ରାଜ୍ୟରେ ୭ରୁ ୮ ଡିଗ୍ରୀ କମିଲା ତାପମାତ୍ରା

ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ରାତି ତାପମାତ୍ରା ୩୧ ଡିଗ୍ରୀ ପାର୍ କରିଥିବା ବେଳେ ଏହା ସ୍ୱାଭାବିକଠାରୁ ୩.୪ ଡିଗ୍ରୀ ଅଧିକ ଥିବା ପାଣିପାଗ ବିଭାଗ କହିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Raja Festival

Raja Festival

ଉପକୂଳ ଓଡ଼ିଶାରେ ତାତିରେ ଲାଗିଲା ବ୍ରେକ୍ । ଉପକୂଳରେ ତାତି କମିଥିଲେ ବି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଶିଂକ ବର୍ଷା ହେବା ଫଳରେ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି । ଆଜି ରାଜ୍ୟର ପ୍ରାୟ ସମସ୍ତ ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ଭୁବନେଶ୍ୱରରେ ପୂର୍ବରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଆଜି ପ୍ରାୟ ୭ ରୁ ୮ ଡିଗ୍ରୀ ହ୍ରାସ ପାଇଛି।

Advertisment

ଆଜି ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୩.୨ ଡିଗ୍ରୀ ରହିଥିବା ବେଳେ ବାଲେଶ୍ୱର, ଗୋପାଳପୁର, ପୁରୀ ଏବଂ ପାରାଦୀପରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଛି। ତେବେ ପଶ୍ଚିମ ଓଡ଼ିଶାରେ କିନ୍ତୁ ଜାରି ରହିଛି ଗ୍ରୀଷ୍ମପ୍ରବାହ। ଦିନରେ ଅସହ୍ୟ ଗରମ ଗୁଳୁଗୁଳି ହେଉଥିବା ବେଳେ ରାତି ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ରାତି ତାପମାତ୍ରା ୩୧ ଡିଗ୍ରୀ ପାର୍ କରିଥିବା ବେଳେ ଏହା ସ୍ୱାଭାବିକଠାରୁ ୩.୪ ଡିଗ୍ରୀ ଅଧିକ ଥିବା ପାଣିପାଗ ବିଭାଗ କହିଛି। ସେହିଭଳି ହୀରାଦୁକରେ ୫ ଡିଗ୍ରୀ ଏବଂ ଟିଟଲାଗଡ଼ରେ ୬.୨ ଡିଗ୍ରୀ ଅଧିକ ରହିଛି ରାତି ତାପମାତ୍ରା। 

ଅନ୍ୟପଟେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାରେ ପାରଦ ୩୯.୪ ଡିଗ୍ରୀ ରହିଥିବା ବେଳେ ତା ତଳକୁ ସମ୍ବଲପୁରରେ ୩୮.୮ ଏବଂ ହୀରାଦୁକରେ ୩୭.୨ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ଆସନ୍ତା ୪ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମପ୍ରବାହ। ୧୮ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ତାପମାତ୍ରା ଅଧିକ ରହିବା ସମ୍ଭାବନା ରହିଛି। କାଲି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିରକୁ ଅରେଞ୍ଜ ୱାର୍ଣ୍ଣିଂ ସୋନପୁର, ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡ଼କୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ସେପଟେ ଆସନ୍ତାକାଲି ଅପରାହ୍ନରେ ଗୁଜରାଟ ଉପକୂଳ ଛୁଇଁବ ବାତ୍ୟା ବିପର୍ଯ୍ୟୟ। ଏହା ସମୁଦ୍ରରେ ଦୁର୍ବଳ ହୋଇ ଅତି ପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲେ ବି, ଲ୍ୟାଣ୍ଡଫଲ ବେଳକୁ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି । ସେତେବେଳେ ପବନର ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ଏବଂ ବେଳେବେଳେ ୧୫୦ କିଲୋମିଟର ବେଗରେ ବହିବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି ବୋଲି ସତର୍କ କରିଦେଇଛି ଭାରତୀୟ ପାଣିପାଗ ବିଭାଗ । ତେଣେ ଗୁଜରାଟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ବାତ୍ୟା ବିପତ୍ତିକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରାଯାଇଛି ।

୪୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କାକୁ ନେଇ ମୁକାବିଲା ପ୍ରସ୍ତୁତି ଜୋରଦାର କରାଯାଇଛି। ବାତ୍ୟା ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଘନଘନ ସମୀକ୍ଷା କରାଯାଉଛି। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବାଲି ଲାଗି ୧୭ଟି ଏନଡିଆରଏଫ୍ ଟିମ୍ ସହ ୧୨ଟି ଏସଡିଆରଏଫ୍ ଟିମ ମୁତୟନ ହୋଇଛନ୍ତି । ପାଣିପାଗକୁ ନେଇ ୬୯ଟି ଟ୍ରେନକୁ ରଦ୍ଦ କରାଯାଇଛି । ୩୨ଟି ଟ୍ରେନର ଗତିପଥ ପବିରର୍ତ୍ତନ କରାଯାଇଛି ।

Odisha Weather Weather Update
Advertisment
Advertisment