ତାତିରୁ ନାହିଁ ନିସ୍ତାର। ଦୁଇ ଦିନ ପରେ ପୁଣି ଉପକୂଳକୁ ଫେରିଲା ତାତି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା। ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୪୧.୪ ଡ଼ିଗ୍ରୀ ଓ ସମ୍ବଲପୁରରେ ୪୧.୨ ଡ଼ିଗ୍ରୀ ରେକର୍ଡ ହୋଇଛି ।
ଗତ ଦୁଇଦିନ ତୁଳନାରେ ରାଜ୍ୟ କୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ଦୃଷ୍ଟନ୍ତ ମୂଳକ ବୃଦ୍ଧି ସମ୍ଭାବନା
— Meteorological Centre, Bhubaneswar (@mcbbsr) June 15, 2023
ବାହାରକୁ ବାହାରୁଥିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣକରନ୍ତୁ ତଥା ଶୋଷ ଲାଗୁନଥିଲେ ବି ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଗ୍ରହଣ କରନ୍ତୁ
ତାପମାତ୍ରା ବୃଦ୍ଧି ସମ୍ଭାବନା ଥିବା ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଥିଲା। ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବାହ ଯୋଗୁ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି । ବାହାରକୁ ଯିବା ପୂର୍ବରୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଉପକୂଳ ତୁଳନାରେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।
#HeatWaveWarning for Day-1 to Day-5: pic.twitter.com/SxlNraB8Rw
— Meteorological Centre, Bhubaneswar (@mcbbsr) June 15, 2023