Advertisment

ଦିନରେ ପ୍ରବଳ ଖରା, ସଂଧ୍ୟାରେ ପ୍ରବଳ ବର୍ଷା ! ଭାଙ୍ଗିଲା ଗଛ, ଉଡ଼ିଲା ଅଲାରନାଥ ପୀଠରେ ଟେଣ୍ଟ

ଗ୍ରୀଷ୍ଣ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ।

author-image
Satyendu Shekher Mishra
Heat Wave

Heat Wave

ଦିନ ସାରା ପ୍ରବଳ ତାତି, ସଂଧ୍ୟାରେ ଘଡ଼ଘଡ଼ି ସହ ବର୍ଷା । ଦିନ ସାରା ଖରାରେ ସନ୍ତୁଳି ହେବା ପରେ କାଳବୈଶାଖୀ ବର୍ଷା ସବୁ କିଛି ଉଜାଡ଼ି ଦେଉଛି । କେଉଁଠି ଘର ଭାଙ୍ଗିଛି ତ କେଉଁଠି ଉଡ଼ି ଯାଇଛି ଟେଣ୍ଟ । ପୁରୀ ବ୍ରହ୍ମଗିରୀର ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପାଇଁ ହୋଇଥିବା ଅସ୍ଥାୟୀ ଟେଣ୍ଟକୁ ଉଡ଼ାଇ ନେଇଛି ଗତକାଲିର କାଳବୈଶାଖୀ ବର୍ଷା । ସେହିପରି ଗଜପତି ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷା ଅନେକ କ୍ଷୟକ୍ଷତି କରିଛି ।

Advertisment

ସାରା ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭବ ହେଉଛି । ଗତକାଲି ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ୮ଟି ସହର ୪୪ ଉପରେ ରହିଥିଲା। ଏଭଳି ସ୍ଥିତିରେ ପାଣିପାଗ ବିଭାଗ କହିଛି, ଆହୁରି ୫ଦିନ ନିଆଁ ବର୍ଷାରୁ ନିସ୍ତାର ନାହିଁ। ଅନ୍ୟପଟେ ୧୫ ତାରିଖ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଓଡ଼ିଶା ଛୁଇଁବନି ବୋଲି କହିଛି ପାଣିପାଗ ବିଭାଗ।

ଗତକାଲି ସମ୍ବଲପୁର ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ହୀରାକୁଦରେ ୪୩.୮ ଡ଼ିଗ୍ରୀ ଓ ଝାରସୁଗୁଡାରେ ୪୩.୪ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୩୭.୮ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା ।

Advertisment

ଆସନ୍ତା ୫ଦିନ ଯାଏଁ ଏଭଳି ଭାବେ ଗରମ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ୧୫ ତାରିଖ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଓଡ଼ିଶା ଛୁଇଁବନି ବୋଲି କହିଛି ପାଣିପାଗ ବିଭାଗ । ତେବେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Odisha Weather News Weather News
Advertisment
Advertisment