• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଥିବା କେକେ ଟ୍ରେଡିଂ ଏବଂ ସୁପ୍ରିମ୍ ମେସିନାରୀ ଆଣ୍ଡ ଟୁଲ୍ସ ଭଳି ଦୁଇଟି ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା କୁହାଯାଉଛି ।

ନିଆଁର ପ୍ରକୋପ ଏତେ ରହିଥିଲା ଯେ, ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟପିଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ନିଆଁ ଆୟତ୍ତକୁ ଆସିଥିବା ସୂଚନା ମିଳିଛି । ଗତ ୩ ବର୍ଷରେ ଦୁଇଥର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ୪ରୁ ୬ ମାସ ତଳେ ଏହି ସ୍ଥାନରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା ।

  • Reported by:
  • ARACHANA SATPATHY , NIRANJAN REDDY

OTV is now on Whatsapp

Join and get latest news update delivered to you via whatsapp

Join Now