Advertisment

ଭୁବନେଶ୍ୱର ଭଷାଣ ଉତ୍ସବର ପ୍ରତିଷ୍ଠାତା ଜଗନ୍ନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱରେ ଶିଶୁ ଓ ମହିଳାଙ୍କ ସୁଲଭ ଦରରେ ଚିକିତ୍ସା ଲାଗି ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରିଥିଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Jagannath Mahapatra

Jagannath Mahapatra

ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ। ଭୁବନେଶ୍ୱରର ପୂର୍ବତନ ପୌରାଧ୍ୟକ୍ଷ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ୮୪ ବର୍ଷ ବୟସରେ ଦେହାନ୍ତ ଘଟିଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ୱରର ପୌରାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ ଡାକ୍ତର ଜଗନ୍ନାଥ ମହାପାତ୍ର । ଏହାସହ ଭୁବନେଶ୍ୱର ସହିଦନଗର ପୂଜାମଣ୍ଡପର କର୍ମକର୍ତ୍ତା ଥିଲେ ଡାକ୍ତର ଜଗନ୍ନାଥ ମହାପାତ୍ର ।

Advertisment

ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ସହରର ବିଭିଷ୍ଟ ବ୍ୟକ୍ତିତ୍ୱ । ସହିଦନଗର ସ୍ଥିତ ବାସଭବନରେ ଜଗନ୍ନାଥଙ୍କ ଶେଷ ଦର୍ଶନ କରିଛନ୍ତି ନିକଟ ସମ୍ପର୍କୀୟ ଓ ସାଧାରଣ ଜନତା । ୧୯୯୭ ମସିହା ଭୁବନେଶ୍ୱର ମ୍ୟୁନିସିପାଲଟିର ଶେଷ ଚେୟାରମ୍ୟାନ ଥିଲେ ଜଗନ୍ନାଥ । ବରିଷ୍ଠ ନାଗରିକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଥିଲେ । ଭୁବନେଶ୍ୱର ଶିଶୁ ଓ ମହିଳାଙ୍କ ସୁଲଭ ଦରରେ ଚିକିତ୍ସା ଲାଗି ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରିଥିଲେ ।

କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ୧୯୩୯ ଜାନୁଆରି ୧୪ରେ ସେତେବେଳର କଟକ ଜିଲ୍ଲା କରତ ଶାସନରେ ଜନ୍ମ ହୋଇଥିଲେ ଜଗନ୍ନାଥ ମହାପାତ୍ର । ପେଶାରେ ଡାକ୍ତର ହୋଇଥିଲେ ମଧ୍ୟ ରାଜନୀତି ଓ ସମାଜସେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ୨୦୦୦ ମସିହାରେ ସେ ମ୍ୟୁନସିପାଲଟି ଚେୟାରମ୍ୟାନ ଥିବା ବେଳେ ଭୁବନେଶ୍ୱର ମ୍ୟୁନସିପାଲଟିରୁ ମହାନଗର ନିଗମ ହୋଇଥିଲା । ପରେ ସେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ନନ୍ ଇଲେକଟେଡ୍ ମେୟର ହୋଇଥିଲେ । ଇଣ୍ଡିଆନ ମେଡିକାଲ ଆସୋସିଏସନ ଓଡିଶା ଶାଖାର ସେକ୍ରେଟାରି, ସହିଦନଗର ଦୁର୍ଗାପୂଜା କମିଟିର ପ୍ରତିଷ୍ଠା, ଭୁବନେଶ୍ୱର ଭସାଣ ଉତ୍ସବର ପ୍ରତିଷ୍ଠାତା ଥିଲେ ଜଗନ୍ନାଥ ମହାପାତ୍ର ।

Advertisment

ତାଙ୍କ ପାର୍ଥିବ ଶରୀରକୁ ଜଗନ୍ନାଥ ହସପିଟାଲ, ପରେ ବିଏମସି କାର୍ଯ୍ୟାଳୟ, ସହିଦ ନଗର ପୂଜାମଣ୍ଡପ ନିଆଯାଉଛି । ଏହାପରେ ସତ୍ୟନଗର ମଶାଣିରେ ଶେଷକୃତ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି ।

BMC
Advertisment
Advertisment