ଆଉ ତିନି ଦିନ ପରେ ସରିବ ଜୁଲାଇ ଗାଇଡ୍ଲାଇନ୍ । ତେବେ ଅଗଷ୍ଟ ପହିଲାରୁ ସଂପୂର୍ଣ୍ଣ ଭାବେ ଅନ୍ଲକ୍ ହେବ କି ଓଡ଼ିଶା ? ଗୋଟିଏ ପଟେ ରାଜ୍ୟରେ ସାମଗ୍ରିକ ଭାବେ କରୋନା ସଂକ୍ରମଣ ଖସୁଛି, କିନ୍ତୁ କଟକ ଓ ଭୁବନେଶ୍ୱର ଭଳି ବଡ଼ ସହରରେ ସ୍ଥିତି ଏବେ ବି ଉଦ୍ବେଗଜନକ ରହିଛି ।
ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ । ୩୧ ତାରିଖ ସଂଧ୍ୟା ୬ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ହେଲେ ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ରାୟର ୩ ବର୍ଷ ପରେ ସର୍ବୋଚ୍ଚ କୋର୍ଟରେ SLP ଦାଖଲ କରିଥିଲେ। ୨୦୧୮ରେ SLP ଖାରଜ ହୋଇଥିଲା। ୟା ଭିତରେ ୨୦୧୦ରେ ଅଭାବ, ଅନଟନ ଓ ଅସହ୍ୟ ମାନସିକ ଯନ୍ତ୍ରଣା ସହି ନପାରି ଆଖି ବୁଜି ଦେଇଥିଲେ ପ୍ରଫୁଲ୍ଲ। ତେବେ ମାମଲାକୁ ମରିବାକୁ ନଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ ଜାରି ରଖିଥିଲେ ତାଙ୍କ ପତ୍ନୀ ଓ ପୁଅ।
ପ୍ରେମ ଓ ପ୍ରତାରଣାରୁ ଜଘନ୍ୟ ହତ୍ୟାକାଣ୍ଡ। ନା ଏଭଳି ବିଭତ୍ସ ଓ ହୃଦୟ ବିଦାରକ ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ? ଗତକାଲି ସାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ପ୍ରତାପପୁରର ଏହି ପରିତ୍ୟକ୍ତ ଘରୁ, ପୋଲିସ ଉଦ୍ଧାର କରିଥିଲା ଯନ୍ତ୍ରଣାରେ ଛଟପଟ ଅର୍ଦ୍ଧଦଗ୍ଧ ଯୁବତୀଙ୍କୁ । ମୃତ୍ୟୁ ସହ ପ୍ରାୟ ୨ ଘଣ୍ଟା ଯୁଝିବା ପରେ, ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଖି ବୁଜିଦେଇଥିଲେ ବାଲିପଦର ସଦାଶିବପୁରର ଶୁଭସ୍ମିତା ଖା଼ଡ଼ଙ୍ଗା। ହେଲେ ମୃତ୍ୟୁ ପୂର୍ବରୁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଆଗରେ ଦେଇଯାଇଥିଲେ ଏହି ନୃଶଂସ କାଣ୍ଡ ଭିଆଇଥିବା ଯୁବକର ପରିଚୟ।
ପାରିବାରିକ ହେଉକି ବ୍ୟକ୍ତିଗତ, ବିଭିନ୍ନ କାରଣକୁ ନେଇ ବଢୁଛି ଆତ୍ମହତ୍ୟା ପ୍ରବଣତା । ତେବେ କରୋନା କାଳରେ ବୃତ୍ତିଗତ ସମସ୍ୟା ସାଙ୍ଗକୁ ସଂକ୍ରମଣ ଭୟ ଏହି ସଂଖ୍ୟାକୁ ଆହୁରି ବଢ଼ାଇ ଦେଇଛି ।
ରାଜଧାନୀର ଉତ୍ତର ହେଉ କି ଦକ୍ଷିଣ, ପୂର୍ବ ହେଉ କି ପଶ୍ଚିମ ଯେଉଁ ଭାଗରେ ନଜର ପକାଇବେ ସବୁ ଆଡେ ଖାଲି ଟୁ ଲେଟ୍ ଆଉ ଟୁଲେଟ୍। କରୋନାର ଲମ୍ବା କହର ପରେ ଗଲା ଦେଢ଼ବର୍ଷ ଭିତରେ ବଦଳିଯାଇଛି ସ୍ମାର୍ଟ ସିଟି। ଆଗରୁ ଦୋକାନ ପାଇଁ ଘର ଖଣ୍ଡିଏ ଖୋଜି ପାଇବାକୁ ହେଲେ ନାକେଦମ୍ ହେଉଥିଲେ ବ୍ୟବସାୟୀ। ହେଲେ କରୋନା ମାଡ଼ରେ ସେ ସ୍ଥିତି ଆଉ ନାହିଁ
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ବାସବରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ । ଏହି ସମୟରେ ମାଓବାଦୀ ସେମାନଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିଥାନ୍ତି । ବିଭିନ୍ନ ଗାଁକୁ ଯାଇ ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ସଂଗଠନରେ ସାମିଲ କରିଥାନ୍ତି । ଏହି ସମୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇବାର ଆଶଙ୍କ ମଧ୍ୟ ବଢିଯାଏ ।
କରୋନା ଟିକା ନେଲେ ରିହାତି । ରାଉରକେଲାର ପ୍ରସାଦ ଜୁଏଲାରୀ ପକ୍ଷରୁ ଏଭଳି ଆକର୍ଷଣୀୟ ଅଫର ଦିଆଯାଇଛି । ଯେଉଁମାନେ କରୋନା ଟିକା ନେଇଥିବେ ସେମାନଙ୍କୁ ୫ ପ୍ରତିଶତ ରିହାତି ଦିଆଯାଉଛି ।
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ନିମନ୍ତେ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରାଙ୍କୁ ତାଙ୍କର ଜୀବନବ୍ୟାପୀ ସାରସ୍ୱତ ସାଧନା ନିମନ୍ତେ ସମ୍ମାନଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି।
ବ୍ରହ୍ମପୁର: ପୁଣି ଗଞ୍ଜାମରେ ନକଲି ମଦ କାରବାରର ପର୍ଦ୍ଦାଫାସ । ଗଞ୍ଜାମ ଗାଙ୍ଗପୁର ପୋଲିସ ନକଲି ମଦ କାରବାର ରାକେଟ୍ର ପର୍ଦ୍ଦାଫାସ କରିଛି । ଏହାସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।
ପ୍ରାୟ ୪ ହଜାର ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସଂପର୍କରେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ସେହିପରି ପଡ଼ାରୁ ଗାଁ ହେବା ପାଇଁ ମାପଦଣ୍ଡ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର
ବରଗଡ଼ ଜିଲ୍ଲା ଭେଡେନର କୁନି ଗାୟିକା ଶୁଭଶ୍ରୀ ମେହେର ଓ ତାଙ୍କ ବାପା ଗୁଲେଖ ମେହେର । ବାପା ଗୀତ ରଚନା କରନ୍ତି ଏବଂ ଝିଅ ତାଙ୍କୁ ସୁମଧୁର ସ୍ୱରରେ ଗାଇଥାନ୍ତି ।
ପ୍ରକୁତିର ଉପାସକ ଆଦିବାସୀ । କେତେବେଳେ ପାହାଡ଼ ପର୍ବତକୁ ପୂଜା କରନ୍ତି ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶକୁ । ପୁଣି କେତେବେଳେ ଗଛଳତା ପାଣି ପବନକୁ ପୂଜାର୍ଚ୍ଚନା କରିବାର ଅନେକ ପରମ୍ପରା ରହିଛି । ତେବେ ବର୍ଷା ନେହେଲ ମଧ୍ୟ ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ପୂଜା କରନ୍ତି ସରଳ ନୀରିହ ଆଦିବାସୀ ।
ଏନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି। ପୂର୍ବରୁ ମଧ୍ୟ ସାର କଳାବଜାରୀ ନେଇ ଶତାଧିକ ଚାଷୀ ପ୍ରତିବାଦ କରିବା ସହ ସୋସାଇଟି ସେକ୍ରେଟାରୀଙ୍କ ଘର ଆଗରେ ଧାରଣା ଦେଇଥିଲେ। ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ । ତେବେ ଏନେଇ ସୋସାଇଟି ସେକ୍ରେଟାରୀ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି।
ମାଟ୍ରିକ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାହା ପୁଣି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ । ଖାଲି ଛାତ୍ର ନୁହେଁ, ଛାତ୍ରଙ୍କ ମା’ ମଧ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉଭୟେ, କିରାସିନି ବୋତଲ ଧରି ଆତ୍ମାହୁତି ଉଦ୍ୟମ କରିବା ବେଳେ କାବୁ ନେଇଥିଲା ପୋଲିସ।
ସେପଟେ, ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, ତା ନାଁରେ ଥିବା ଅପରହଣ ଓ ହତ୍ୟା ଭଳି ସଂଗୀନ ମାମଲା ସବୁ ଆଗକୁ ଆଉ ଚାଲିବ ନା ଥମିଯିବ? ତା ସହ ପୋଲିସକୁ ଚକମା ଦେଇ ଫେରାର ମାମଲାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଆଉ ଧରାହେବେ ନା ମୁକୁଳିଯିବେ? ସେପଟେ ହାଇଦର୍ ଏନକାଉଣ୍ଟର ଘଟଣା ପରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ଅନ୍ୟ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ଛାତିରେ ପଶିଲାଣି ଛନକା।
ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ନିଜ ପ୍ରେମିକର ନାଁ ନେଇଥିଲେ ଓ ସେ ତାଙ୍କୁ ପୋଡ଼ି ଦେଇଥିବା କହିଥିଲେ। ହେଲେ ଅଭିଯୁକ୍ତ ଏସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି।
ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି ।
ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣଙ୍କୁ ବାରଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ କାହା କଥା ଶୁଣୁନଥିଲେ ଯୁବତୀ ଜଣକ ।
୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ ।
ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଚିତ୍ର। ଚିକିତ୍ସା ପରିବର୍ତ୍ତେ ଝଡାଫୁଙ୍କାକୁ ଆପଣାଉଛନ୍ତି ଲୋକେ। ରୋଗୀ ମଧ୍ୟ ମେଡିକାଲ ଯିବାକୁ ରାଜି ନୁହଁନ୍ତି। ଏପରିକି ମେଡିକାଲ୍ ବେଡ୍ରେ ଗୁଣିଆ ଝଡାଫୁଙ୍କା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।
କୁହାଯାଏ, ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ସେ ନ୍ୟାୟ ପାଇଁ କରିଥିଲେ ୧୧ ବର୍ଷର ଅପେକ୍ଷା ! ତଥାପି ମିଳିଲାନି ନ୍ୟାୟ। ଆଖି ବୁଜିଦେଲେ। ଏବେ ମୃତ୍ୟୁର ୧୧ ବର୍ଷ ପରେ ସେ ତାଙ୍କୁ ନ୍ୟାୟ ମିଳିଛି । ତେବେ ଏହି ନ୍ୟାୟକୁ ଆମେ ନ୍ୟାୟ ବୋଲି କହିବା ତ ?
ଦିନକୁ ଦିନ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଅଡ଼ୁଆ ସୂତାରେ ଗୁଡାଇ ହେବା ସହିତ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।
ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ହାର ଦେଢ ହଜାର ତଳକୁ ଖସୁ ନାହିଁ। ଆଜି ବି ସଂକ୍ରମଣ ହାର ୧୭ ଶହ ଉପରେ ରହିଛି।