ଭୁବନେଶ୍ୱର: ବିପଦରେ ଜୀବନ, ବିପଦରେ ଜୀବିକା। ଲୋକଙ୍କ ଏଭଳି ମହାବିପଦ ବେଳେ, କୁଆଡ଼େ ଗଲେ ଲୋକ ପ୍ରତିନିଧି? ଗଞ୍ଜାମରେ ମୁତ୍ୟୁ ସଂଖ୍ୟା ୪୮ ଓ ଆକ୍ରାନ୍ତ ସଂଖ୍ୟା ୪୮୬୭ ହେଲାଣି। ହେଲେ ଜିଲ୍ଲାରେ ଦୁଇ-ଦୁଇ ଜଣ ସାଂସଦ, ୧୩-୧୩ ଜଣ ବିଧାୟକ ଥାଇବି, ମହାମାରୀ ପାଦ ରଖିବା ଦିନଠୁ ଏବେ ପର୍ଯ୍ୟନ୍ତ କାହାରି ଦେଖାଦର୍ଶନ ନଥିବା ଲୋକେ ଅଭିଯୋଗ କରିଛନ୍ତି। କାମଧନ୍ଦା ଅପେକ୍ଷାରେ କର୍ମଜୀବୀ, ଥଇଥାନ ଅପେକ୍ଷାରେ ପ୍ରବାସୀ ବେପାରୀଙ୍କ ବେପାର ବି ବୁଡ଼ିବା ଉପରେ। ସଂଗରୋଧ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୯୮ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜିର ସୁସ୍ଥଙ୍କ ମଧ୍ୟରୁ ଗଂଜାମ ୮୪, ସୁନ୍ଦରଗଡ଼ ୪୬, ଗଜପତି ୩୬, ଝାରସୁଗୁଡ଼ାରୁ ୩୦ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝର, ମାଲକାନଗିରି, ଜଗତସିଂହପୁରରୁ ୧୭ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୧୨, ଅନୁଗୁଳ ୮, ସୋନପୁର ୭, ବରଗଡ଼ରୁ […]
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ କ୍ୱାରେଣ୍ଟିନ କେନ୍ଦ୍ରରୁ, ୨୦ ଲୋକାଲ୍ କେସ୍ ରହିଥିବା ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଏହି ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ଭୀମଟାଙ୍ଗି, ଜାଗମରା, ବମିଖାଲରୁ ଜଣେ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛି। ନୟାପଲ୍ଲୀ ଆଇଆର୍ସି ଭିଲେଜ, ସାଲିଆ ସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ସମ୍ ହସ୍ପିଟାଲ ନିକଟ ଶ୍ୟାମପୁର, ଘାଟିକିଆରୁ ଜଣେ […]
ଭୁବନେଶ୍ୱର: ସୁନ୍ଦରଗଡ଼ ଏସ୍ପି ଭାବେ ବଦଳି ହୋଇଥିବା ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ପୋଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାଗରିକା କହିଛନ୍ତି, ମୋ ଜୀବନର ମୋଟୋ ହେଲା କଭି ଅଲ୍ବିଦା ନା କହନା। ପୋଲିସ ଚାକିରି ଜୀବନରେ ବଦଳି ହେବା ସ୍ୱାଭାବିକ କଥା। ଆଜି ଏଠାରେ ତ ପୁଣି ଅନ୍ୟ କେଉଁଠି ଦେଖାହେବ। ତେବେ କମିଶନରେଟ ପୋଲିସରେ ଟ୍ରାଫିକ୍ ଡିସିପି ଦାୟିତ୍ୱ ତୁଲାଇବା ବେଳେ ବହୁତ କିଛି ଶିଖିଛି ବୋଲି ସେ […]
ଭୁବନେଶ୍ୱର: ସେପ୍ଟେମ୍ବରରେ ବସିବ କି ବିଧାନସଭା ? ବାଚସ୍ପତିଙ୍କ କଥାରୁ ଏହାର ସଂକେତ ମିଳିଛି। ମାର୍ଚ୍ଚରେ ବସିଥିଲା ବିଧାନସଭା। ଆଇନ ଅନୁସାରେ ୬ ମାସ ଭିତରେ ପୁଣି ଥରେ ବସିବା କଥା। ଆସନ୍ତା ସେପ୍ଟେମ୍ବରକୁ ୬ ମାସ ହେଉଛି, ତେଣୁ ସେପ୍ଟେମ୍ବରରେ ଅଧିବେଶନ ଜରୁରୀ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଅଧିବେଶନ ବେଳେ ପ୍ରେସ୍ ଗ୍ୟାଲେରିରେ ବସିପାରନ୍ତି ବିଧାୟକ। ଏନେଇ ଲୋକସଭା ବାଚସ୍ପତିଙ୍କ ସହ ଯୋଗାଯୋଗରେ ଅଛି ସଂସଦ। ନିୟମାନୁସାରେ ସଦସ୍ୟଙ୍କ ମଧ୍ୟରେ ୧୦ […]
ଭୁବନେଶ୍ୱର: ବିଜେଡିର ୩୬ ଜଣ ନେତାଙ୍କୁ ଦଳର ସାଧାରଣ ସଂପାଦକ ସହ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡ଼ିଶା, ସ୍ନେହାଙ୍ଗିନୀ ଛୁରିଆଙ୍କୁ SC ସଶକ୍ତୀକରଣ, ଉମାକାନ୍ତ ସାମନ୍ତରାୟଙ୍କୁ ସମାଜ ମଙ୍ଗଳ, ଅନନ୍ତ ଜେନାଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ସେହିପରି ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର, ସୁଧିର ସାମଲ, ସସ୍ମିତ ପାତ୍ର ଓ ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ମୋ ପରିବାର , ଜଗନ୍ନାଥ ସାରକା, […]
ଭୁବନେଶ୍ୱର: ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍ଡବ୍ଲୁ କାର୍ ବିକ୍ରି କରିବାକୁ ଫେସ୍ବୁକ୍ ପେଜ୍ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା ସହିତ ସରକାର ମଧ୍ୟ ତାଙ୍କ ଉପରେ ଅର୍ଥ ଖର୍ଚ୍ଚ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସେ କହିଥିଲେ। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ନାନା ପ୍ରତିକ୍ରିୟା ଦେଖା ଦେଇଥିଲା। ଏହାପରେ ଆଜି ଆଥଲେଟ ଦୂତି ଚାନ୍ଦଙ୍କୁ ଆର୍ଥିକ ସହାୟତା ବିବରଣୀ […]
ଯାଜପୁର: ଯାଜପୁର ଦାନଗଦିରେ ଅନ୍ଧବିଶ୍ୱାସରୁ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଛି। ମୃତକ ହେଲେ ନନ୍ଦିନୀ ପୂର୍ତ୍ତି। ଏହାପରେ ଅଭିଯୁକ୍ତ ଜଣକ କଟାମୁଣ୍ଡ ଓ ଟାଙ୍ଗିଆ ସହ ଥାନାରେ ଆତ୍ମସମର୍ପଣ କରିଛି। ଦାନଗଦି ବ୍ଲକ ଓଲଳ ପଞ୍ଚାୟତ ଛତରା ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ଦାଦାପୁଅ ଭାଇର ମୃତ୍ୟୁ ପାଇଁ ଦାୟୀ କରି ବୃଦ୍ଧାଙ୍କୁ ନୃଶଂସ ହତ୍ୟା କରିଥିବା ଜଣାପଡ଼ିଛି। ଅଭିଯୁକ୍ତ କାର୍ତ୍ତିକ କରେଇକୁ ଅଟକ ରଖି […]
କଟକ: ବାଘ କାମୁଡ଼ାଠୁ ବଳି ଯାଇଛି ଘୋଷଡ଼ା। ଯାହାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିଛି କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ। ମେଡିକାଲ ପରିସରସ୍ଥିତ ଗଛ ମୂଳେ ଚାଲିଛି ରୋଗୀ ଚିକିତ୍ସା। କରୋନା ସଂକ୍ରମଣ ଭୟରେ ରେଡିଏସନ ବିଭାଗ ଓପିଡି ବନ୍ଦ ଥିବାରୁ ସୃଷ୍ଟି ହୋଇଛି ଏଭଳି ସ୍ଥିତି। ଗଛ ତଳେ ପଡ଼ିଥିବା ହାତଗଣତି ଚେୟାରରେ ବସୁଛନ୍ତି ରୋଗୀ ଆଉ ଦୂରରେ ଛିଡ଼ା ହୋଇ ରୋଗୀଙ୍କ ସମସ୍ୟା ଶୁଣିବା ପରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କାର […]
ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ଜେରା କରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ ଓ ଆଦିତ୍ୟଙ୍କ ପରିବାରରେ କେବେ ଝଗଡ଼ା ହୋଇଥିଲା ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି ଥିଲା ଏଭଳି ଅନେକ ପ୍ରସଙ୍ଗରେ ଆଦିତ୍ୟଙ୍କ ଘର ମାଲିକଙ୍କୁ ଜିଆରପି ପଚରା ଉଚରା କରିଥିବା ଜଣାପଡ଼ିଛି। ସେହିଭଳି ବଲାଙ୍ଗିରେ ଥିବା ଆଦିତ୍ୟଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ନୋଟିସ୍ କରିଛି ଜିଆରପି। ସେ ହାଜର ହେଲେ ତାଙ୍କୁ […]
ଭୁବନେଶ୍ୱର: ଦିନକୁ ୨ଟି, ୪ଟି, ୬ଟି କରି, ରାଜ୍ୟରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା। ଗତ ୨ ସପ୍ତାହ ଧରି ଜାରି ରହିଛି ମୃତ୍ୟୁର ବିଭୀଷିକା। ମୃତ୍ୟୁ ସଂଖ୍ୟା ୮୦ ଛୁଇଁବ। ଏହି ଧାରାରେ ବ୍ରେକ୍ ଲଗାଇବ କି ପ୍ଲାଜ୍ମା ଥେରାପି? ଏଇ ଆଶାରେ ରାଜ୍ୟ ପ୍ଲାଜ୍ମା ଥେରାପିକୁ ଆପଣାଇବା ସହ କଟକ ବଡ଼ ମେଡିକାଲ୍ରେ ପ୍ଲାଜ୍ମା ବ୍ୟାଙ୍କ୍ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ବଡ଼ ମେଡିକାଲ୍ ନୋଡାଲ୍ ସେଣ୍ଟର ଭାବେ କାର୍ଯ୍ୟ କରିବ, […]
ନୀଳଗିରି: କରୋନାରୁ ସୁସ୍ଥ ହେଲେ ନୀଳିଗିରି ବିଜେପି ବିଧାୟକ ସୁକାନ୍ତ ନାୟକ। ତାଙ୍କୁ କୋଭିଡ୍ ହସ୍ପିଟାଲୁର୍ ଡିସ୍ଚାର୍ଜ କରିଦିଆଯାଇଛି। ତେବେ ଘରକୁ ଫେରିବା ପରେ ନିୟମ ଅନୁସାରେ ଏବେ ସେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିବା ସୂଚନା ମିଳିଛି। ଗତ ୬ ତାରିଖରେ ଶ୍ରୀ ନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ଜଣାପଡ଼ିବା ପରେ ଉପଜିଲ୍ଲାପାଳ, ତହସିଲ୍ ଓ ଏନ୍ଏସି ଅଫିସରେ ସାନିଟାଇଜ୍ କରାଯାଇଥିଲା। ଜରୁରୀ କାମ ନଥିଲେ ସରକାରୀ ଅଫିସ୍କୁ ନଆସିବାକୁ ପରାମର୍ଶ ମଧ୍ୟ ଦିଆଯାଇଥିଲା। ଅନ୍ୟପକ୍ଷରେ […]
ଭୁବନେଶ୍ୱର: ବଲିଉଡ୍ରେ ଓଡ଼ିଆ ଯୋଡ଼ିଙ୍କ ଜବରଦସ୍ତ ଏଣ୍ଟ୍ରି। ହିନ୍ଦୀ ଫିଲ୍ମରେ ଏକାସଙ୍ଗେ ଜଲୱା ଦେଖାଇବେ ଓଡ଼ିଆ ଷ୍ଟାର୍। ଜଣେ ଷ୍ଟନିଂ, ଗୁଡ୍ ଲୁକ୍ସ ସାଙ୍ଗକୁ ଡ୍ୟାସିଂ ବଡି,ଆଉ ଜଣେ ଅପରୂପ ସୌନ୍ଦର୍ଯ୍ୟର ଅଧିକାରୀ। ଆମେ କହୁଛୁ, ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଥିବା ଦୁଇ ଓଡ଼ିଆ ଯୋଡ଼ିଙ୍କ ସମ୍ପର୍କରେ। ଓ୍ୱାଜିଦ୍ ମେନନ୍ ଓରଫ୍ ରକ୍ କାଚ୍ଚି ଓ ଅନ୍ୟ ଜଣେ ଅପସରୀ ରାନୀ ଓରଫ୍ ଅଙ୍କିତା ମହାରଣା। ଉଭୟ ଏବେ ରାମଗୋପାଳ ବର୍ମାଙ୍କ ଅପ୍କମିଙ୍ଗ ହିନ୍ଦୀ ଫିଲ୍ମ ଥ୍ରିଲର୍ରେ […]
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବେ ଆଇଟି କଂପାନୀ। ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କର ଦକ୍ଷତା ବିକାଶ କରାଇବାରେ କଂପାନିମାନେ ସହାୟକ ହେବେ। ଏଥିଲାଗି ଯୁବ ଦକ୍ଷତା ବିକାଶ ଦିବସ ଅବସରରେ ୪ଟି ଆଇଟି କଂପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ୩୦ ପ୍ରତିଶତ ଛାତ୍ରୀ ଆଇଟିଆଇ ଓ ପଲିଟେକ୍ନିକ୍ରେ ଆଡମିଶନ ପାଇଁ ଲକ୍ଷ୍ୟ […]
ଭୁବନେଶ୍ୱର: ରାଜ୍ୟରେ ଉଦ୍ଘାଟନ ହେଲା ପ୍ଲାଜମା ଥେରାପି। କଟକ SCB ମେଡିକାଲରେ ପ୍ଲାଜମା ଥେରାପି ଉଦ୍ଘାଟନ ହୋଇଛି। ଭିଡିଓ କନଫରେନ୍ସିଂରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିଛନ୍ତି, କରୋନା ବିରୋଧୀ ଆମ ଲଢ଼େଇରେ ପ୍ଲାଜମା ଥେରାପି ଉପାଦେୟ ଅସ୍ତ୍ର ହେବ। ଓଡ଼ିଶାର କୌଣସି ଜଣେ ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବେ ନାହିଁ। ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ମାଗଣାରେ ମିଳିବ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥସହିତ ସବୁ କରୋନା […]
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗ୍ୟାସ ସିଲିଣ୍ଡର ଫାଟି ଓଡ଼ିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭିକ୍ଟୋରିଆ ମେମୋରିଆଲ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଂଚାୟତ ଗାହାକିଆ ଗାଁର ବୋଲି ଜଣାପଡ଼ିଛି। ମୃତ୍ୟୁ ହୋଇଥିବା ଯୁବତୀ ଜଣକ ହେଲେ ଗାହକିଆ ଗାଁର ବରଣୀ ପ୍ରଧାନ। ରୋଷେଇ କରୁଥିବା ବେଳେ ସିଲିଣ୍ଡର ଫାଟି ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ ୮୪, କେନ୍ଦୁଝର ୪୮, ଗଜପତି ୩୫, ବାଲେଶ୍ୱରରୁ ୩୧ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ୨୮, ନୟାଗଡ଼ ୨୫, ଯାଜପୁର ୨୦, ମୟୂରଭଂଜରୁ ୧୫, କଟକ, କୋରାପୁଟ ଓ ଜଗତସିଂହପୁରରୁ […]
ଗଂଜାମ: ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ, ହୋମ ଆଇସୋଲେସନ ଓ ହୋମ୍ କ୍ୱାରେଣ୍ଟିନ ଉପରେ ଗୁରୁତ୍ୱ ଦିଆଯାଉଛି। ଛତ୍ରପୁର ସବ୍ଡିଭିଜନର ୭ଟି NACକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ। ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର NAC ସଟ୍ଡାଉନ ଘୋଷଣା ହୋଇଛି। କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା NAC ମଧ୍ୟ ସଟ୍ଡାଉନ ଘୋଷଣା କରାଯାଇଛି। କାଲିଠାରୁ ୨୧ ଜୁଲାଇ ପର୍ଯ୍ୟନ୍ତ […]
କୃଷ୍ଣପ୍ରସାଦ: ଚିଲିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ ଘୋଟାଲା ବ୍ଲକ୍ ଅଫିସ ପଛପଟେ ଶହ ଶହ ଆବେଦନକାରୀଙ୍କ ଆବେଦନପତ୍ରକୁ ଫିଙ୍ଗିଦିଆଯିବା ସହ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଆଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ପୃଥ୍ୱୀରାଜ କହିଛନ୍ତି, ତିନି ତିନି ଥର ସର୍ଭେ ପରେ ହୀତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ। ବିଜେପିର ଦାବିର ପରେ ବ୍ଲକ୍ ପ୍ରଶାସନ ଦରଖାସ୍ତ ଗ୍ରହଣ କରିଥିଲେ, ହେଲେ ସେସବୁକୁ ଯାଞ୍ଚ୍ ନକରି ଆବେଦନପତ୍ର ଥିବା […]
ଭୁବନେଶ୍ୱର: କୋଭିଡ୍ କେୟାର ହୋମ୍ରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟ କର୍ମୀ। ଆସନ୍ତା ୩ ମାସ ଲାଗି ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ନିଯୁକ୍ତି ମିଳିବ। ରାଜ୍ୟର ୬ ହଜାର ୭୯୮ ପଞ୍ଚାୟତରେ ମୋଟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯିବ। ନିଯୁକ୍ତ ପାଇନଥିବା ତାଲିମପ୍ରାପ୍ତ ANM ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ନିଯୁକ୍ତି ମିଳିବ। ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସଙ୍କୁ ଦୈନିକ ହଜାରେ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ନିକଟତର ହୋଇଛି। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍-୨୭ ରହିଛି ବୋଲି ବିଏମ୍ସି ସୂଚନା ଦେଇଛି। ବିଜେବି ନଗର ଅଞ୍ଚଳରୁ ଏକ ଘରୋଇ ହସ୍ପିଟାଲର ଜଣେ ଡ୍ରାଇଭର ଚିହ୍ନଟ ହୋଇଥିବା ବେଳେ ଜାଗମରା, ଘାଟିକିଆ, ଲକ୍ଷ୍ମୀସାଗର, ଓଲ୍ଡ ଟାଉନ୍ରୁ ଜଣେ ଲେଖାଏଁ, ଖଣ୍ଡଗିରି, ଭରତପୁର, […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। କୋଭିଡ୍ ପରିଚାଳନା ଲାଗି ବାହାର ଜିଲ୍ଲାର ୫ ଅଧିକାରୀଙ୍କୁ ଗଞ୍ଜାମକୁ ପଠାଯାଇଛି। ୪ ଜଣ ଉପଜିଲ୍ଲାପାଳ ଓ ଜଣେ ତହସିଲଦାରଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା ଓ କନ୍ଧମାଳ ଉପଜିଲ୍ଲାପାଳଙ୍କୁ ପଠାଯାଇ ଥିବା ବେଳେ ଲହୁଣୀପଡ଼ା ତହସିଲଦାରଙ୍କୁ ମଧ୍ୟ ଗଞ୍ଜାମ ପଠାଇନ୍ତି ସରକାର। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ୫ ଅଧିକାରୀ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିବାକୁ […]
ଭୁବନେଶ୍ୱର: ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ବ୍ରେକ ଦେବା ପାଇଁ ନିଇତି ନୂଆ ନୂଆ ଯୋଜନା। ଲକ୍ଡାଉନ୍, ସଟ୍ଡାଉନ୍, କଣ୍ଟେନମେଣ୍ଟ ଆଦି ନା ନା କଟକଣା ଜାରି କରି ହାଟ ବଜାରରେ ତାଲା ପକାଇ ଦିଆଯାଉଛି। ଏହାଦ୍ୱାରା ସଂକ୍ରମଣକୁ କେତେ ଆୟତ୍ତ କରାଯାଇପାରୁଛି, ତାହା ତ ଭିନ୍ନ କଥା, ହେଲେ ରାଜ୍ୟବ୍ୟାପୀ କିନ୍ତୁ ଅଣାୟତ୍ତ ହୋଇପଡ଼ିଛି ବଜାର ସ୍ଥିତି। କେଉଁଠି ସପ୍ତାହାନ୍ତ ସଟ୍ଡାଉନ୍ ପୂର୍ବଦିନ ଆକାଶଛୁଆଁ ଦରବୃଦ୍ଧି ଘଟୁଛି ତ ଆଉ କେଉଁଠି ହୋଲ୍ସେଲ୍ ବେପାର ମାନ୍ଦା। […]
ଭୁବନେଶ୍ୱର: ରାଜ୍ୟରେ କରୋନା ବିସ୍ଫୋରଣ। ଏପ୍ରିଲ୍ ୫୫, ମେ ମାସରେ ୫୪୩୮, ଜୁନ୍ରେ ୩୭୩୨, ଜୁଲାଇ ୧୩୭୩୭ ଆକ୍ରାନ୍ତ ଚିହ୍ନଟ। ଗତ ମାସ ଭିତରେ ୧୦ ହଜାର ନୂଆ ଆକ୍ରାନ୍ତ। ସ୍ଥାନୀୟ ସଂକ୍ରମଣ ବି ବଢିବାରେ ଲାଗିଛି। ଏହାର ଗ୍ରାଫ୍ ଏହିଭଳଇ ଉପରେ ରହୁଛି। ରାଜ୍ୟରେ ମୃତ୍ୟୁର ବର୍ଦ୍ଧିତ ହାର ବି ଚମାଇ ଦେଲା ଭଳି। ଦେଖନ୍ତୁ କେଉଁ ମାସରେ ମୃତ୍ୟୁ ସଂଖ୍ୟା କେମିତି ବଢିଯାଇଛି। ପ୍ରତିଦିନ ସ୍ଥାନୀୟ ଘଟଣା ବଢ଼ିଚାଲିଛି। ଏମିତି ସ୍ଥାନୀୟ ସଂକ୍ରମଣ ଆଉ […]
ଭୁବନେଶ୍ୱର: ଆଜି ରେକର୍ଡ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମରୁ ସର୍ବାଧିକ ୨୬୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ସେହିପରି ସୁନ୍ଦରଗଡ଼ ୧୩୫, ଖୋର୍ଦ୍ଧା ୩୭, କଟକରୁ ୩୨, ବାଲେଶ୍ୱର ୨୫, କେନ୍ଦୁଝର ୨୩ ଓ ମୟୂରଭଂଜରୁ ୧୮ ସୁସ୍ଥ ହୋଇଛନ୍ତି। ଭଦ୍ରକ ଓ ପୁରୀରୁ ୧୨, ବରଗଡ଼ ଓ ଜଗତସିଂହପୁରରୁ ୭ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁରରୁ […]