Advertisment

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ: ସାପ କାମୁଡ଼ାରେ ଅକାଳେ ଝଡି ଯାଉଛି ବହୁ ଜୀବନ

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଚିତ୍ର। ଚିକିତ୍ସା ପରିବର୍ତ୍ତେ ଝଡାଫୁଙ୍କାକୁ ଆପଣାଉଛନ୍ତି ଲୋକେ। ରୋଗୀ ମଧ୍ୟ ମେଡିକାଲ ଯିବାକୁ ରାଜି ନୁହଁନ୍ତି। ଏପରିକି ମେଡିକାଲ୍‌ ବେଡ୍‌ରେ ଗୁଣିଆ ଝଡାଫୁଙ୍କା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

author-image
Rajalaxmi Sahoo
ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ: ସାପ କାମୁଡ଼ାରେ ଅକାଳେ ଝଡି ଯାଉଛି ବହୁ ଜୀବନ

snake

Advertisment

ଅନୁଗୁଳ: ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଚିତ୍ର। ଚିକିତ୍ସା ପରିବର୍ତ୍ତେ ଝଡାଫୁଙ୍କାକୁ ଆପଣାଉଛନ୍ତି ଲୋକେ। ରୋଗୀ ମଧ୍ୟ ମେଡିକାଲ ଯିବାକୁ ରାଜି ନୁହଁନ୍ତି। ଏପରିକି ମେଡିକାଲ୍‌ ବେଡ୍‌ରେ ଗୁଣିଆ ଝଡାଫୁଙ୍କା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଅନୁଗୁଳ ଜିଲ୍ଲାରେ ପ୍ରତିବର୍ଷ ସାପ କାମୁଡ଼ାରେ ବହୁ ଲୋକଙ୍କ ଜୀବନ ଯାଉଛି। ହେଲେ ଆଜି ବି ଲୋକଙ୍କ ମନ ମଧ୍ୟରୁ ଦୂର ହୋଇପାରିନି ସାପ କାମୁଡା ଚିକିତ୍ସାକୁ ନେଇ ଅନ୍ଧବିଶ୍ୱାସ। ସର୍ପାଘାତ ରୋଗୀଙ୍କୁ ଡାକ୍ତରଙ୍କ ବଦଳରେ ଗୁଣିଆ ପାଖକୁ ନିଆଯାଉଥିବାରୁ ଅକାଳେ ଝଡି ଯାଉଛି ବହୁ ଜୀବନ।

ଗତ ୫ବର୍ଷ ମଧ୍ୟରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ ଶହ ସାପ କାମୁଡ଼ା ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଅଣା ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଶେଷକରି ଜଙ୍ଗଲ,ପାହାଡ଼ ଆଖପାଖରେ ରହୁଥିବା ଲୋକେ ସର୍ପ ଦଂଶନର ଅଧିକ ଶିକାର ହେଉଛନ୍ତି।  ସାପ କାମୁଡ଼ା ରୋଗୀଙ୍କ ସଫଳ ଚିକିତ୍ସା ଯେ ଡାକ୍ତରଖାନାରେ ସମ୍ଭବ ଏନେଇ ସଚେତନ ନୁହଁନ୍ତି ଲୋକେ। 

Advertisment

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୭-୧୮ ବର୍ଷରେ ୧୮୮ ଜଣ ସାପ କାମୁଡ଼ା ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେହିପରି ୨୦୧୮-୧୯ ବର୍ଷରେ ୧୩୫ ଜଣ, ୨୦୧୯-୨୦ରେ ୯୩ ଜଣ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ୨୦୨୦-୨୧ରେ ୬୪ ଏବଂ ଚଳିତବର୍ଷ ୨୦୨୧-୨୨ରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ଜଣ ସାପକାମୁଡ଼ା ରୋଗୀ ହସ୍ପିଟାଲ ଆସିଛନ୍ତି। ତେବେ ଅଧିକାଂଶ ସଙ୍କଟାପନ୍ନ ଅବସ୍ଥାରେ ଆସିଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। 

ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଇଞ୍ଜେକ୍ସନ ପର୍ଯ୍ୟାପ୍ତ ପରିମାଣରେ ଥିବାବେଳେ ସାପ କାମୁଡ଼ିଲେ ତୁରନ୍ତ ରୋଗୀଙ୍କୁ ହସ୍ପିଟାଲ ଆଣିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପରାମର୍ଶ ଦେଇଛନ୍ତି। ବର୍ଷା ଦିନେ ଅଧିକ ସାପ ବାହାରିଥାନ୍ତି। ତେଣୁ ଖାଦ୍ୟ ସନ୍ଧାନରେ ସେମାନେ ଜନବସତି ଆଡକୁ ଆସୁଥିବା ପରିବେଶବିତ୍ କହିଛନ୍ତି।

ଅନ୍ୟପକ୍ଷେ, ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ଝଡାଫୁଙ୍କା ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନ ହୋଇ ସର୍ପାଘାତ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ଆଣିଲେ ରୋଗୀ ସୁସ୍ଥ ହୋଇପାରିବେ ବୋଲି ସର୍ପମିତ୍ର କହିଛନ୍ତି।

Snake Bite
Advertisment
Advertisment