• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନଦୀକୁ ଡେଇଁବାକୁ ଉଦ୍ୟମ କରି ପଥଚାରୀ, ପୋଲିସକୁ ନାକେଦମ କଲେ

  • ଚିତ୍କାର କରି ନଦୀକୁ ଡେଇଁବାକୁ ଉଦ୍ୟମ ବେଳେ ଧରିଲେ ପଥଚାରୀ

  • ହାତରୁ ଖସି ନଦୀକୁ ଡେଇଁବାକୁ ବାରମ୍ବାର ଉଦ୍ୟମ କଲେ ଯୁବତୀ

  • ଶେଷରେ ଯୁବତୀଙ୍କୁ କାବୁ କରି ପିସିଅଆର୍ ଭ୍ୟାନରେ ନେଲା ପୋଲିସ

ଭୁବନେଶ୍ୱର : ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଯୁବତୀ ଜଣଙ୍କୁ ବାରଣ କରିଥିଲେ ସ୍ଥାନୀୟ ଲୋକେ । ହେଲେ କାହା କଥା ଶୁଣୁନଥିଲେ ଯୁବତୀ ଜଣକ । ହାତରୁ ଖସି ନଦୀକୁ ଡେଇଁବାକୁ ବାରମ୍ବାର ଉଦ୍ୟମ କରୁଥିଲେ ଯୁବତୀ  । ତେବେ ଯୁବତୀ ଜଣଙ୍କ ଏଥିରୁ କ୍ଷାନ୍ତ ନହେବାରୁ ଲୋକେ ତାଙ୍କୁ ବଳପୂର୍ବକ ଏଥିରୁ ନିବୃତ୍ତ କରିଥିବା ଦେଖିବାକୁ ମିଳିଛି । ଶେଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଥାନାକୁ ନେଇଛି ।

ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ ମିନିଟ୍‌ ସମୟରେ ଭାଉଜ ନିର୍ଯାତନା ଦେଉଥିବା ଅଭିଯୋଗ କରି ନଦୀରୁ ଡେଇଁବାରୁ ଚେଷ୍ଟା କରୁଥିଲେ ଯୁବତୀ । ଜାତୀୟ ରାଜପଥ ଉପରେ ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ହାଇଭୋଲଟେଜ୍ ଡ୍ରାମା । କଟକ-ଭୁବନେଶ୍ୱର ଯିବାଆସିବା କରୁଥିବା ଯାତ୍ରୀ ଯୁବତୀଙ୍କୁ ଦେଖି ଏପରି ନକରିବା ପାଇଁ ବୁଝାସୁଝା କରିଥିଲେ । ତେବେ କୌଶଳ କରି ଯୁବତୀଙ୍କୁ ଆତ୍ମହତ୍ୟା କରୁଥିବା ଯୁବିତୀଙ୍କୁ ଧରି ନେଇଥିଲେ ଓ ପୋଲିସ ଜିମା ଦେଇଥିଲେ ।  

ତେବେ ଥାନାରେ ଯୁବତୀ ଜଣକ ଭାଉଜ ନାମରେ ଅଭିଯୋଗ କରିଛନ୍ତି । ଭାଉଜଙ୍କ ନିର୍ଯାତନା ଅସହ୍ୟ ହେବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କହିଛନ୍ତି ।  ପ୍ରାୟ ୩ ମାସ ହେଲା ଯୁବତୀଙ୍କୁ ତାଙ୍କ ଭାଉଜଙ୍କ ନିର୍ଯାତନା ଦେଉଛନ୍ତି ।  ହେଲେ କେବେ ଏଥିପାଇଁ ମୁହଁ ଖୋଲିନଥିଲେ, ଚୁପ୍‌ଚାପ ସବୁ ସହି ଘରେ ରହୁଥିଲେ । ହେଲେ ଯେତେବେଳ ଅସହ୍ୟ ହେଲା, ସେଏପରି ଚରମ ନିଷ୍ପତ୍ତି ନେଇଥିଲେ ।  

OTV is now on Whatsapp

Join and get latest news update delivered to you via whatsapp

Join Now