• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Death
ସେଲ୍ଫି ହେଲା କାଳ: ଗାଧୋଇବା ସମୟରେ ବୁଡ଼ି ଗଲେ ଯୁବକ

ଅନ୍ୟ ବନ୍ଧୁ ମାନେ ନଦୀ ପୀଠକୁ ଉଠି ଆସି ଚିତ୍କାର କରିଥିଲ। ଆଉ ଘଟଣା ସ୍ଥଳରେ ଅନେକ ଲୋକ ମାନେ ମଧ୍ୟ ରୁଣ୍ଡ ହୋଇ ଯାଇଥିଲେ। ତେବେ ଜଳେଶ୍ୱର ଦମକଳ ବାହିନୀ ଖବର ପାଇ ନଇରେ ଭିତରେ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିବା ପରେ ଜଳେଶ୍ୱରର ଜି କେ ଭଟ୍ଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମେଡ଼ିକାଲରେ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଯୁବକ ଜଣକ ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ଖଡ଼ଗପୁର ଥାନା ଗାନ୍ଧିନଗର ଗ୍ରାମର ସେକ ହେପାଜତ ହୁସେନଙ୍କ ପୁତ୍ର ସେକ ସରଫରାଜ ହୁସେନ(୧୭) ବୋଲି ଜଣା ପଡିଛି।

sanjay dutt
‘ଅଧିରା’ର ନୂଆ ଲୁକ୍ : ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସଞ୍ଜୁ ବାବା

ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ ତାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ଗିଫ୍ଟ । ଆଗକୁ ଆସୁଥିବା ଫିଲ୍ମ ‘KGF:Chapter 2’ ର ତାଙ୍କର ଖତରନାକ୍ ଲୁକର ପୋଷ୍ଟର ନିଜ ଫ୍ୟନ୍ସଙ୍କ ସହିତ ସେୟାର କରିଛନ୍ତି ବାବା । ସଞ୍ଜୟ ଦତ୍ତଙ୍କ ଏହି ପୋଷ୍ଟରେ ଅଧିରା ଲୁକରେ ବହୁତ ଭୟଙ୍କର ଦେଖାଯାଉଛନ୍ତି ।

dengue
ଡେଙ୍ଗୁ ମୁକାବିଲାରେ ବିଫଳତା ଅଭିଯୋଗ : ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଉପରେ ବର୍ଷିଲା କଂଗ୍ରେସ

ପୌର ପରିଷଦରେ ନିର୍ବାଚିତ ପ୍ରତିନିଧି ନଥିବାରୁ ସମସ୍ୟା ବଢୁଥିବା ଦର୍ଶାଇ ନଗର ଉନ୍ନୟନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ସ୍ମାର୍ଟସିଟି ସହ ଅନ୍ୟ ସବୁ ମେଡିକାଲରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ୱାର୍ଡ ସ୍ଥାପନ ପାଇଁ ଦାବି ଜଣାଇଛି ଦଳ ।

Heavy Rainfall
ବଙ୍ଗୋପସାଗରରେ ଲଘୁଚାପ: ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ

କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତାସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ ଓ କଟକ। ତେବେ ଲଘୁଚାପ ଯୋଗୁଁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

raj kundra
ଶର୍ଲିନ ଚୋପ୍ରାଙ୍କ ନୂଆ ଖୁଲାସା: ରାଜ୍ କୁନ୍ଦ୍ରା ଓ ଶିଳ୍ପାଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା

ଅଶ୍ଳୀଳ ବିବାଦରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସିଛି । ମଡେଲ ଶର୍ଲିନ ଚୋପ୍ରା ଶିଳ୍ପା ସେଟ୍ଟୀ ରାଜ୍ କୁନ୍ଦ୍ରାଙ୍କ ନାଁରେ ଆଉ ଏକ ଅଭିଯୋଗ ଆଣିଛନ୍ତି । ଶର୍ଲିନ ରାଜ କୁନ୍ଦ୍ରାଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି । ମୁମ୍ବାଇ ପୋଲିସ ନିକଟରେ ରାଜଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଶର୍ଲିନ । ନିକଟରେ ସେ ପର୍ଣ୍ଣଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଏକ ଏଫ୍ଆଇଆର୍ ଜାରି କରିଛନ୍ତି । ସେ କହିଛନ୍ତି ଯେ ରାଜ୍ ଓ ଶିଳ୍ପାଙ୍କ ମଧ୍ୟରେ ଭଲ ସଂପର୍କ ନଥିବା କଥା ରାଜ କୁନ୍ଦ୍ରା ତାଙ୍କୁ କହିଥିଲେ ।

woman jumps in front of train
ସ୍ୱାମୀଙ୍କ ସହ କାର୍‌ରେ ବାପ ଘରକୁ ଯାଉଥିଲେ, ଗାଡ଼ିରୁ ଓହ୍ଲାଇ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଲେ ମହିଳା

ସ୍ୱାମୀଙ୍କ ସହ କାର୍‌ରେ ବାପ ଘରକୁ ଯାଉଥିଲେ। ହେଲେ ହଠାତ୍‌ ଚଳନ୍ତା ଗାଡ଼ିରୁ ଓହ୍ଲାଇ ଟ୍ରେନ୍‌ ସାମ୍ନାକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଭୁବନେଶ୍ୱର କାର୍ଗିଲ ବସ୍ତି ନିକଟରେ ଟ୍ରେନ୍ ଲାଇନ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

DMET Chief CBK Mohanty
ଅନ୍‌ଲକ୍‌ ହେବ କି ଓଡ଼ିଶା ? ଜାଣନ୍ତୁ କ’ଣ କହିଲେ DMET ମୁଖ୍ୟ

କିଛି ଦିନ ହେଲା ଦୈନିକ ପଜିଟିଭ ସଂଖ୍ୟା ୧୬୦୦/୧୭୦୦ ଭିତରେ ହିଁ ଟ୍ରେଣ୍ଡ ରହୁଛି। ଵିଶେଷ ବଢ଼ି ନାହିଁ। ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ୍‌ ପ୍ରକ୍ରିୟା ନିଷ୍ପତ୍ତି ନେବେ।  

'Gachha Sir' Of Nayagarh In Odisha
ନୟାଗଡ଼ର ଗଛ ସାର : ଜୀବନର ପ୍ରତିଟି ମୁହୂର୍ତ୍ତ ପରିବେଶ ପାଇଁ ସମର୍ପିତ

ପେଶା ଶିକ୍ଷକ, ନିଶା ପରିବେଶ ସୁରକ୍ଷା । ପରିଚୟ ସମସ୍ତଙ୍କ ପ୍ରିୟ ଗଛ ସାର । ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଗଛ ସାରଙ୍କ ନାମରେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ । ଗଛ ପାଇଁ ଦେଇଛନ୍ତି ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ, ଆଉ ସୃଷ୍ଟି କରିଛନ୍ତି ସବୁଜ ବଳୟ । ତେବେ କିଛି ଦିନ ହେବ ଗଛ ସାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବି ହେଉଛି ।

Odisha Secretariat
ରାଜ୍ୟରେ ବରିଷ୍ଠ IAS ସ୍ତରରେ ଅଦଳ ବଦଳ କଲେ ସରକାର

ଏଥିସହ ତାଙ୍କୁ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ବି ମିଳିଛି।  ସୁରେନ୍ଦ୍ର କୁମାର ଖଣି ଓ ଇସ୍ପାତ ବିଭାଗର ସଚିବ  ରହିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରିଷ୍ଣାଙ୍କୁ ଯୁବ ଓ କ୍ରୀଡ଼ା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।

bhadrak
ତୁମ ପରି ଛୋଟ ପିଲା ଟିଏ . . . ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ କୁନି କୁନି ପିଲା

ଘର ସମ୍ମୁଖରେ ମେଞ୍ଚା ମେଞ୍ଚା କାଦୁଅ । ସରାଏ ବର୍ଷାରେ ଗାଁ ରାସ୍ତା ବେହାଲ୍‌ ହୋଇଯାଉଛି । ଶୋଇ ରହୁଛି ପ୍ରଶାସନ । ଆଉ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରୁଛନ୍ତି ଗାଁ ଲୋକେ

Odisha Teachers Training Institutes
ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗରେ ଖାଲି ପଡ଼ିଥିବା ୩୮୫ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି

ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଟିଚର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟରେ ଖାଲି ପଡିଥିବା ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ହେବ। ଏ ନେଇ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

matric exam
ଆସନ୍ତା କାଲିଠାରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା : ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ଭିତରକୁ ପ୍ରବେଶ ଅନୁମତି

ମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପହଞ୍ଚି ସାରିଛି । ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି ।

10-year-old boy hacked to death
୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ପଡ଼ୋଶୀ

୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ଭଟାଗୁଡା ଗାଁରେ ବୁଧବାର ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି।

helpless woman
ଅସହାୟ ଯମୁନା : ସ୍ୱାମୀଙ୍କୁ ଛଡାଇନେଲା, ଏତେ ବଡ଼ ଦୁନିଆରେ ଏକା କରିଦେଲା ମହାମାରୀ

ଦାଉ ସାଜିଲା ମହାମାରୀ । ମଥାର ସିନ୍ଦୂର ପୋଛି ବିଧବା ସଜାଇଲା । ଏତେ ବଡ଼ ଦୁନିଆରେ ଏକା କରିଦେଲା ଅଦୃଶ୍ୟ ଭୂତାଣୁ । ଦିନେ ହସଖୁସିର ସଂସାର କରି ଅନେକ କିଛି କରିବାର ସ୍ୱପ୍ନ ଦେଖିଥିଲେ ।

konark
କୂଳ ଲଙ୍ଘି ମାଡ଼ି ଆସୁଛି ଜୁଆର : ସମୁଦ୍ର ଆଁରେ ପୁରୀ-କୋଣାର୍କ ବେଳାମାର୍ଗ

ଅଶାନ୍ତ ହେଉଛି, କୂଳ ଖାଉଛି । ବେଳକୁ ବେଳ ଭୟଙ୍କର ହେଉଛି ସମୁଦ୍ର । କୂଳ ଲଙ୍ଘି ସମୁଦ୍ର ଜୁଆର ମାଡରେ ଉପକୂଳ ପ୍ରାଚୀର ସଦୃଶ ପ୍ରାକୃତିକ ବାଲିବନ୍ତ ଓ ଝାଉଁ ବଣ ସମୁଦ୍ର ଗର୍ଭରେ ଚାଲିଯିବା ପରେ ଏବେ ସମୁଦ୍ର ଢେଉ ସିଧାସଳଖ ମାଡ ହେଉଛି ପୁରୀ କୋଣାର୍କ ବେଳାମାର୍ଗର ସୁରକ୍ଷା ପ୍ରାଚୀରରେ ।

police station
ରାସ୍ତା ମଝିରେ ବୁଲାଇଲେ ଟାଙ୍ଗିଆ, ଭୟଭୀତ ହୋଇ ଥାନାରେ ପହଞ୍ଚିଲେ ମହିଳା

ରାସ୍ତା ମଝିରେ ବୁଲାଇଲେ ଟାଙ୍ଗିଆ, ଭୟଭୀତ ହୋଇ ଥାନାର ଦ୍ୱାରସ୍ଥ ହେଲେ ମହିଳା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବେହେରା ସାହିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

statue controversy
ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। 

bhubaneswar received another award
ସ୍ମାର୍ଟ ସିଟି ଭୁବନେଶ୍ୱରକୁ ମିଳିଲା ଆଉ ଏକ ପୁରସ୍କାର 

ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉ ଏକ ପୁରସ୍କାର  । କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାଇକେଲ ଫର ଚେଞ୍ଜ ପ୍ରତିଯୋଗିତାରେ ଏହି ପୁରସ୍କାର ହାତେଇଛି ।

Orissa High Court
ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା

ସିଧା ପ୍ରସାରଣ ହେବ ହାଇକୋର୍ଟରେ ଶୁଣାଣି ହେଉଥିବା ମାମଲା। ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହେବା ପରେ ଓଡିଶା ବିଚାର ବିଭାଗ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ଯୋଡ଼ି ହୋଇଛି। 

covid test
ରାଜ୍ୟରେ ୧,୬୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୬୫ ଆକ୍ରାନ୍ତ ମୃତ

ରାଜ୍ୟରେ ୧୬୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୩୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୭୮ ରହିଛି।ଖୋର୍ଦ୍ଧାରୁ ସର୍ବାଧିକ ୪୪୨ ପଜିଟିଭ୍‌ ଚିହ୍ନଟ ହୋଇ ଥିବାବେଳେ କଟକରୁ ୨୨୯ ଚିହ୍ନଟ ହୋଇଛନ୍ତି। 

well marked low pressure area
ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶା ଉପରେ ଲଘୁଚାପର ସର୍ବାଧିକ ପ୍ରଭାବ ସମ୍ଭାବନା, ପ୍ରବଳ ବର୍ଷା ହୋଇପାରେ

ଉତ୍ତର-ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହୋଇ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ଏରିଆରେ ପରିଣତ ହୋଇସାରିଛି। ତେବେ ଏହି ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ଏରିଆ ଧୀରେ ଧୀରେ ପଶ୍ଚିମ ମୁହାଁ ହେଉଛି।

Bisoyee death
ଆଉ ନାହାନ୍ତି ଆଜାଦ ହିନ୍ଦ ଫୌଜି ଈଶ୍ୱର ବିଶୋଇ

ଗତ ୧୫ ତାରିଖରେ ଶହେ ବର୍ଷ ବୟସରେ ଇହ ଲୀଳା ସମ୍ବରଣ କରିଛନ୍ତି ଈଶ୍ୱର ବିଶୋଇ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗାଁରେ ୧୧ ନଭେମ୍ବର ୧୯୨୧ ମସିହାରେ ପିତା କୃଷ୍ଣ ବିଶୋଇ ଏବଂ ମାତା ପୂର୍ଣା ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଈଶ୍ୱର ।ତେବେ ନିଜ ଦାଦାଙ୍କ ବ୍ୟବସାୟ ବୁଝିବାକୁ ସୁଦୂର ରେଂଗୁନ ଯାଇଥିଲେ ଈଶ୍ୱର । କିନ୍ତୁ ମାତ୍ର ୧୯୪୩ ମସିହାରେ ନେତାଜୀଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜରେ ସୈନିକ ଭାବେ ପ୍ରଶିକ୍ଷଣ ନେଇ ୧୯୪୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମ କରିଥିଲେ ଏହି ସଂଗ୍ରାମୀ ଯୋଦ୍ଧା

Nursing College
ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି

ରାଜ୍ୟର ସବୁ ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତି । ମେଡିକାଲ କଲେଜ ସହ ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଅନୁଷ୍ଠାନ ମଧ୍ୟ ଖୋଲିବ । ଏହାସହ ଖୋଲିବ ନର୍ସିଂ, ଫାର୍ମାସୀ, ଫିଜିଓଥେରାପୀ କଲେଜ । ଏନେଇ ଆଜି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।

  • Wednesday, 28 July 2021
Mausi Mandir
ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ: ସୌନ୍ଦର୍ଯ୍ୟ ହରାଇଲାଣି ବାରିପଦା ମାଉସୀ ମା’ ମନ୍ଦିର

ବାରିପଦା ବଡ଼ ଦାଣ୍ଡରେ ଶୋଭା ପାଉଛି ଏହି ମାଉସୀ ମା ମନ୍ଦିର । ବର୍ଷର ୯ ଦିନ ଏଠାକୁ ତିନି ଠାକୁର ଆସି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷ ତମାମ ଏଠାରେ ଭଗବାନ ରାଧାକୃଷ୍ଣ ପୂଜା ପାଉଛନ୍ତି। ସେଇଥିପାଇଁ ଏହି ମନ୍ଦିର ରାଧା ମୋହନ ମନ୍ଦିର ଭାବେ ବେଶ ପରିଚିତ । କୁହାଯାଏ ବାରିପଦାରେ ରଥଯାତ୍ରା ୧୫୭୫ ମସିହାରୁ ଆରମ୍ଭ ହେବା ଦିନରୁ ଏହି ଠାରେ ମାଉସୀ ମା ମନ୍ଦିର ହୋଇଅଛି। ପ୍ରଥମେ ଏଠାରେ ନଡ଼ା ଛପରର ମନ୍ଦିର ଥିଲା ହେଲେ ପରବର୍ତ୍ତୀ ସମୟରେ ଏହି ମନ୍ଦିର ଓ ନାଟ ମଣ୍ଡପ ତିଆରି ହୋଇଥିଲା ।ହେଲେ ଏଇ ଭିତରେ ମନ୍ଦିରର ଅବସ୍ଥା ନ କହିଲେ ନସରେ ।