Advertisment

କରୋନା ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ୧୫ ଦିନ ଭିତରେ ଶେଷ ହେବ

ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି ।

author-image
Minati Mishra
କରୋନା ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ୧୫ ଦିନ ଭିତରେ ଶେଷ ହେବ

DMET CBK Mohanty

 ଭୁବନେଶ୍ୱର: ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି । ଏ ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଏଥିସହ ସେ କହିଛନ୍ତି, ମୋର ବ୍ୟକ୍ତିଗତ ମତ, ଆଉ କିଛି ଦିନ କଟକଣା ରହିବା ଉଚିତ  । ଯେହେତୁ ଲୋକମାନେ କୋଭିଡ ଗାଇଡ଼ ଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି, ତେଣୁ କଟକଣା କିଛି ରଖିବା ଦରକାର। ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଛି । କୋଭିଡ ଗାଇଡ଼ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ଼ ଆଦି ଦେଖି ଅନଲକ ନିଷ୍ପତ୍ତି ନିଆଯିବ।  ସାମଗ୍ରିକ ସ୍ଥିତି ନେଇ ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । ଛୋଟ ଛୁଆ ମାନଙ୍କୁ ଟିକା ଦେବା ନେଇ ସରକାରୀସ୍ତରରେ ଅନୁମୋଦନ ମିଳିନି । ଗାଇଡ ଲାଇନ ଆସିବା ପରେ ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ହେବେ ବୋଲି ଡିଏମଇଟି କହିଛନ୍ତି ।

Advertisment

ସୂଚନାଥାଉ କି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ୫୭୦୩ରେ ପହଞ୍ଚିଛି। ଆଜି ମିଳିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଗତ କିଛି ଦିନ ହେବ କରୋନା ମୃତ୍ୟ ସଂଖ୍ୟା ୬୦ ଉପରେ ରହୁଛି। ଆଜି ୬୯ ଜଣ କରୋନା ରୋଗୀ ଆଖି ବୁଜି ଥିବାବେଳେ ଗତକାଲି ୬୦ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ତେବେ ଏହି ସଂଖ୍ୟା ୨୪ ଘଣ୍ଟାର ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବର ମୃତ୍ୟୁ ସଂଖ୍ୟା ଅଡିଟ ପରେ ଏହି ସଂଖ୍ୟା ଆକଳନ କରାଯାଇଛି। 

ଏଠି କହିରଖିବୁ, ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ହାର ଦେଢ ହଜାର ତଳକୁ ଖସୁ ନାହିଁ। ଆଜି ବି ସଂକ୍ରମଣ ହାର ୧୭ ଶହ ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୯୮୮ ଜଣ ଥିବାବେଳେ  ଲୋକାଲ କେସ୍ ୭୧୫ ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। 

Advertisment

ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୨ ହଜାର ୫୧୭କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ୭୮ ହଜାର ୭୪୦ ସାମ୍ପଲ ଟେଷ୍ଟ ହୋଇଥିବାବେଳେ ପଜିଟିଭିଟି ରେଟ୍‌ ୨.୧୬% ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮୬୫ ଜଣ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ପଜିଟିଭ ସଂଖ୍ୟା ୯,୬୭,୫୪୮ ଥିବାବେଳେ ବର୍ତ୍ତମାନସୁଦ୍ଧା ସୁସ୍ଥ ହୋଇଛନ୍ତି ୯,୪୩,୦୬୯ ଜଣ। ଏବେ ଆକ୍ଟିଭ କେସ ଅଛି ୧୮,୯୧୪।

COVID-19 Covid Death In Odisha
Advertisment
Advertisment