ପ୍ରେମିକାକୁ ଜୀଅନ୍ତା ଜାଳି ଦେଲା ପ୍ରେମିକ। ପ୍ରେମିକା ସହ କୌଣସି କଥା କଟାକଟିକୁ ନେଇ ପ୍ରେମିକ ଏଭଳି ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ସୂଚନା ମିଳିଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ।
ପୌର ଓ ପଞ୍ଚାୟତ ନିର୍ବାଚନରେ ବାଧକ ସାଜିଛି ଆସନ ସଂରକ୍ଷଣ । ନିର୍ଦ୍ଧାରିତ ସମୟର ପ୍ରାୟ ୩ ବର୍ଷ ଗଡି ଯାଇଥିଲେ ବି ସରକାର ନିର୍ବାଚନ ନକରାଇବାକୁ ନେଇ ଉଠିଛି ଏଭଳି ପ୍ରଶ୍ନ ।
ନାଳନର୍ଦ୍ଦମା ସଫାଠୁ ଆରମ୍ଭ କରି ଲୋକେ କିଭଳି ଶୁଦ୍ଧ ପିଇବା ପାଣି ପାଇବେ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି। କାରଣ ଏହି ସବୁ ରୋଗରେ ଆକ୍ରାନ୍ତ ରୋଗୀ ଯଦି କରୋନା ପଜିଟିଭ୍ ହୁଅନ୍ତି ତେବେ ସ୍ୱାସ୍ଥାବସ୍ଥା ଗୁରୁତର ହେବାର ରହିଛି।
ସୂଚନା ମୁତାବକ, କ୍ଷୁଦ୍ର ଜଳସେଚନ ବିଭାଗ ୨୦୦୮ ମସିହାରେ କିଛି ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ଦେଇଥିଲା। ମାତ୍ର ଏହାକୁ ଚ୍ୟାଲେଞ୍ଜ କରି ଜଳସେଚନ ବିଭାଗ କ୍ୟାଡ଼ରରୁ ଆସିଥିବା ସହକାରୀ ଯନ୍ତ୍ରୀମାନେ ଓଡ଼ିଶା ଟ୍ରିବ୍ୟୁନାଲରେ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ କି ସେମାନେ ହାରିଯାଇଥିଲେ
ସମସ୍ତ ଅଭିଯୁକ୍ତ ରାଉରକେଲା ସହରର ଏବଂ ଧନୀକ ଶ୍ରେଣୀର ବୋଲି ସୂଚନା ମିଳିଛି। ଗଲା ଦୁଇ ବର୍ଷ ଭିତରେ ଏ ଗ୍ୟାଙ୍ଗ୍ ପ୍ରାୟ ୪୦ ଜଣ ଶିଶୁଙ୍କୁ ରାଜ୍ୟ ବାହାରେ ବିକି ଦେଇଥିବା କହିଛନ୍ତି ଖୋଦ୍ ରାଉରକେଲା ଏସପି।
ପୋଲିସ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ ଏବେ ପ୍ରଶ୍ନ, କଣ ହେବ ତା ନାଁରେ ବିଭିନ୍ନ ଥାନାରେ ଥିବା ଏକାଧିକ ଅପରାଧିକ ମାମଲାର ଭବିଷ୍ୟତ? ଶେଖ୍ ଚୁନା ହତ୍ୟାକାଣ୍ଡ ହେଉ କି ବହୁଚର୍ଚ୍ଚିତ କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲା ଅବା ଏସସିବି ମେଡିକାଲରୁ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚମ୍ପଟ ମାରିବା ଘଟଣା
କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା । ଦଶମ ଶ୍ରେଣୀର ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇପାରିବାରୁ ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ । ବାରମ୍ବାର ସରକାରଙ୍କୁ ତଥା ସ୍ଥାନୀୟ ପ୍ରଶାସନକୁ ନେହୁରା ହେବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଏକ ନିଆରା ଆନ୍ଦୋଳନ ପନ୍ଥା ଆପଣାଇଲେ ଗ୍ରାମବାସୀ ।
ପୋର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସମାନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି କେସର ତଦନ୍ତ ଜୋରସୋର ଚଳାଇଥିବା ବେଳେ ଏହି ମାମଲାରେ ଆଉ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି । ରାଜ କୁନ୍ଦ୍ରାଙ୍କ ନାଁରେ ଏହି ମାମଲା ରୁଜୁ ହେବା ମାତ୍ରେ ସେ ତାଙ୍କ ମୋବାଇଲ ବଦଳାଇ ଦେଇଥିଲେ ।
ଆଜିର ବ୍ୟସ୍ତ ବହୁଳ ଦୁନିଆରେ ଦୀର୍ଘ ସିରିଏଲ୍ ପ୍ରତି ଲୋକମାନେ ଧିରେ ଧିରେ ଦୂରେଇବାକୁ ବସିଲେଣି। ଏସବୁ ଜାଗାକୁ ପୂରଣ ପାଇଁ ସର୍ଟ ସିରିଜ୍ ପ୍ରସ୍ତୁତି ନେଇ ନିର୍ମାତାମାନେ ଆଗକୁ ଆସିଲେଣି। ଏହି କ୍ରମରେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ଏମିତି ଏକ ନୂଆ ସର୍ଟ ୱେବ୍ ସିରିଜ୍, ଯାହାର ନାମ ରହିଛି ‘ଏତେ ଭଲ ପାଏ ତତେ’।
ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ୪୨୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ୱରରୁ ୨୭୬ କେସ୍ ଚିହ୍ନଟ ହୋଇଛି। ଗତ ୩୦ ତାରିଖ ଠାରୁ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି।
ଗତ ଜୁନ୍ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ତେବେ ସ୍ମାର୍ଟ ଜନପଥର ବିକାଶ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଆନ୍ଧ୍ରପ୍ରଦେଶରୁ କଦଳିଆପାଳ ଗାଁରେ ପହଞ୍ଚିଛି ୨୫ ବର୍ଷୀୟ ବାପୁନ ନାଏକକ ଶବ । ତାଙ୍କ ମୃତଦେହକୁ ଏକ ସ୍ୱତନ୍ତ୍ର ଗାଡି ଯୋଗେ ଆନ୍ଧ୍ରପ୍ରଦେଶରୁ ଅଣାଯାଇଛି ।
ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆତଙ୍କରାଜ ଚଳାଇଥିଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ୨୦ ମିଟର୍ ଦୂରରେ ଆଉଟ୍ପୋଷ୍ଟ ଥିବା ସୱେ ପୋଲିସ ଜାଣିପାରିଲାନି କେମିତି।
କରୋନା କଟକଣା ଯୋଗୁଁ ଦୁର୍ଦ୍ଦିନରେ କନ୍ଧମାଳ ଜିଲ୍ଲାର ହଳଦୀ ଚାଷୀ । ବିକ୍ରି ଉପଯୋଗୀ କୁଇଣ୍ଟାଲ କୁଇଣ୍ଟାଲ ହଳଦୀ ଘରେ ପଡିରହିଛି । କାଳେ ଖରାପ ହୋଇଯିବ, ସେଇ ଭୟରେ ସବୁଦିନ ଖରାରେ ଶୁଖାଇବା ସହ ହାତରେ ମନ୍ଥା ରଗଡା କରୁଛନ୍ତି ଚାଷୀ । ଜିଲ୍ଲାର ପ୍ରାୟ ୬୦ ହଜାର ପରିବାର ଏହି ହଳଦୀ ଚାଷ ସହ ଜଡିତ ।
ଦେଶରେ ଯଦି କେଉଁଠି ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ପାଣ୍ଡେମିକରେ ଏମିତି ଦେଖାଯାଇଛି । ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ ବୋଲି ସେ କହିଛନ୍ତି।
ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ୧୨ ଦିନ ଧରି ଧରି ଯେଉଁ ସୁନ୍ଦରୀ ଶିମିଳିପାଳକୁ ନାଶ କରିଚାଲିଛି ସର୍ବଗିଳା ନିଆଁ, ଆଜି ଯାଏଁ ଆୟତ୍ତକୁ ଆସିପାରି ନାହିଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ଶିମିଳିପାଳ ଅଭୟାରଣ୍ୟର ୫୯୪ଟି ଜାଗାରେ ନିଆଁ ଲାଗିବା ସହ ସଙ୍କଟରେ ପଡ଼ିଯାଇଛନ୍ତି […]
ପୁରୀ: ୨୭-୦୨-୨୦୨୧ ଶ୍ରୀକ୍ଷେତ୍ରର ବିକାଶ ଲାଗି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ବିଧାନସଭାରେ ତିନି ତିନିଟି ସଂକଳ୍ପ ପାରିତ ହୋଇଥିଲା। ସେ ଭିତରୁ ଗୋଟିଏ ସଂକଳ୍ପ ଶ୍ରୀମନ୍ଦିର ପାଇଁ ପାଣ୍ଠି ସଂଗ୍ରହ ପାଇଁ ଥିଲା। ଆଉ ଏହାର ଠିକ୍ ପର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷେ ଟଙ୍କା ଦାନ କରି ମହାପ୍ରଭୁଙ୍କ ବିକାଶ ପ୍ରକ୍ରିୟାରେ ଯୋଡ଼ି ହୋଇଥିଲେ ଓ ଅନ୍ୟମାନଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ ବି ଦେଇଥିଲେ। ହେଲେ ଗତକାଲି ଶ୍ରୀମନ୍ଦିର ବିକାଶ ପାଇଁ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର IRC Village N-2 ଘଟିଥିବା ଘଟଣା ଅକ୍ଟୋବର ୪ ତାରିଖର ସେହି ଲୋମଟାଙ୍କୁରା ଅପରାଧକୁ ମନେ ପକାଇ ଦେଉଛି। ସେଦି ସ୍ପଷ୍ଟ ଦିବାଲୋକରେ ସାମନ୍ତରାପୁରରେ ସୈତାନ ଖେଳିଥିଲେ ରକ୍ତର ହୋଲି। ଆଉ ଆଜିର ଦୃଶ୍ୟ ବି ଥିଲା ଠିକ୍ ସେମିତି। ସାମନ୍ତରାପୁର ହତ୍ୟା ଘଟଣାର ଶହେ କୋଡ଼ିଏ ଦିନର ବ୍ୟବଧାନ ପରେ ଦିନ ଦିପହରରେ ରାଜଧାନୀରେ ଗଡ଼ିଛି ଆଉ ଏକ ମଣିଷ ମୁଣ୍ଡ। ଆଇଆର୍ସି ଭିଲେଜ୍ ସ୍ଥିତ ଭିଆଇପି କଲୋନୀରେ ଭୂଜାଲି ଓ […]
କଟକ: ଜାଗରଯାତ୍ରା ଅବସରରେ କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି। ଆସନ୍ତା ୧୧ ତାରିଖରେ ଶିବରାତ୍ରୀ ତିଥି ଥିବାବେଳେ ଏହି ବର୍ଷ ଜାଗରଯାତ୍ରା ଲାଗି ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଆଠଗଡ଼ ଉପଜିଲ୍ଲାପାଳ ଓ ପୂଜକଙ୍କୁ ନେଇ ଆୟୋଜିତ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ପୀଠରେ ୧୪୪ ଧାରା ଜାରି କରାଯାଇଛି। ୧୧ […]
ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଜାତୀୟ ଭଲିବଲ ମହାକୁମ୍ଭ। ୩୨ ଟି ପୁରୁଷ ଦଳ ଓ ୩୨ଟି ମହିଳା ଦଳରେ ପ୍ରାୟ ୧୫ଶହ ଖେଳାଳି ଓ ଅଫିସିଆଲ ଚାମ୍ପିୟାନସିପ୍ରେ ଭାଗ ନେଉଛନ୍ତି। ଆଗାମୀ ଏସିଆନ ଭଲିବଲ ଚାମ୍ପିୟାନସିପ ପାଇଁ ଭାରତୀୟ ଦଳ ବଛା ହେବ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ଲଗାତର ଦ୍ୱିତୀୟ ଥର ପାଇଁ ଜାତୀୟ ସିନିୟର ଚାମ୍ପିୟନସିପ୍ ଆୟୋଜନ କରିବାକୁ ସୁଯୋଗ ମିଳିଛି। ସିନିୟର ଜାତୀୟ ଭଲିବଲ ଚାମ୍ପିୟାନଶିପ ପାଇଁ ୱାର୍ମ […]
ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ। ଏହି ଅବସରରେ ବିଜେଡି ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କଟକ ସ୍ଥିତ ଆନନ୍ଦ ଭବନରୁ ଏକ ସାଇକେଲ ଶୋଭାଯାତ୍ରା ଭୁବନେଶ୍ୱର ବିମାନବନ୍ଦର ଯାଏ ବାହାରିଛି। ଏଥିରେ ଯୁବ, ଛାତ୍ର ସଂଗଠନ ଓ ବିଜେଡିର ବରିଷ୍ଠ ନେତା ମାନେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏପ୍ରିଲ ୧୭ ବିଜୁ ବାବୁଙ୍କ […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣା ସ୍ଥଳକୁ ନେଇ ଆଜି ସିନ୍ ରିକ୍ରିଏଟ୍ କରୁଛି ସିବିଆଇ। ୧୯୯୯ ମସିହାରେ ଘଟିଥିବା ସେହି ସ୍ଥାନକୁ ନେଇ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛି। କେମିତି ଘଟାଇଥିଲା ଏ ଜଘନ୍ୟକାଣ୍ଡ ସିବିଆଇ ତାହାର ଖୋଳତାଡ଼ କରୁଥିବା ବେଳେ ସେଦିନ କଣ ସବୁ ଘଟିଇଲା ତାହା ଗୋଟି ଗୋଟିଏ କରି ଦେଖାଉଛି ବିବନ। ଚନ୍ଦକା ଥାନା ଅଂଚଳରେ ଯେଉଁଠି ଘଟିଥିଲା ଏ ଘଟଣା, ବିବନକୁ […]