• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବରଗଡ଼ : କୁନି ଗାୟିକାଙ୍କ ସ୍ୱରର ଯାଦୁରେ ସମସ୍ତେ ବିମୋହିତ । କଣ୍ଠରେ ଯେପରି ସରସ୍ୱତୀ ବିଦ୍ୟମାନ । ବରଗଡ଼ ଜିଲ୍ଲା ଭେଡେନର କୁନି ଗାୟିକା ଶୁଭଶ୍ରୀ ମେହେର । ବୟସ ମାତ୍ର ଦଶ । କିନ୍ତୁ ଚମତ୍କାର ଗୀତ ଗାଇ ଲୋକଙ୍କୁ ମନ୍ତ୍ରମୁଗ୍ଧ କରି ଦେଉଛନ୍ତି । ତାଙ୍କର ବିଭିନ୍ନ ସଚେତନତଧର୍ମୀ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଚାରିଆଡୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି ।

ବରଗଡ଼ ଜିଲ୍ଲା ଭେଡେନର କୁନି ଗାୟିକା ଶୁଭଶ୍ରୀ ମେହେର ଓ ତାଙ୍କ ବାପା ଗୁଲେଖ ମେହେର । ବାପା ଗୀତ ରଚନା କରନ୍ତି ଏବଂ ଝିଅ ତାଙ୍କୁ ସୁମଧୁର ସ୍ୱରରେ ଗାଇଥାନ୍ତି । କରୋନା କାଳରେ ଘରେ ରହି ବାପା ବିଭିନ୍ନ ସଚେତନତାଧର୍ମୀ ଗୀତ ରଚନା କରିଥିବା ବେଳେ ଝିଅ ଶୁଭଶ୍ରୀ ସୁମଧୁର କଣ୍ଠସ୍ୱରରେ ଗାଇ ବେଶ ପ୍ରଶଂସା ସାଉଣ୍ଟୁଛନ୍ତି । ତାଙ୍କ ଗୀତରେ ରହିଛି ବୁଣାକାରଙ୍କ ସମସ୍ୟା,କରୋନା ସଚେତନତା ତଥା କରୋନା ଯୋଦ୍ଧାଙ୍କ କଥା । ଏସବୁକୁ ନେଇ ଶୁଭଶ୍ରୀଙ୍କ ଗୀତ ସୋସିଆଲ ମିଡିଆରେ ଭାଇରଲ ହେଲାପରେ ତାଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଛି । ସେ ସବୁ ବର୍ଗର ଲୋକଙ୍କ ମନ ଜିଣିବା ସହ ତାଙ୍କ ଗୀତ ପାଇଁ ହଜାର ହଜାର ଲାଇକ କମେଣ୍ଟ ଆସିଛି ।

ତୁଳସୀ ଦୁଇପତ୍ରରୁ ବାସିଲା ପରି ଛୋଟବେଳରୁ ହି ଶୁଭଶ୍ରୀଙ୍କ ଗୀତରେ ରୁଚି ରହିଛି । ମା ଶ୍ରଦ୍ଧାଞ୍ଜଳି ମେହେର ମଧ୍ୟ ଜଣେ ଗୀତ ଗାଉଥିଲେ କିନ୍ତୁ ସେଥିରେ କ୍ୟାରିୟର କରିପାରିନଥିଲେ । ତେଣୁ ଝିଅ କିପରି ଗୀତ ଗାଇବ ଏବଂ ଭବିଷ୍ୟତରେ ସୁନାମଧନ୍ୟ ଗାୟିକା ହୋଇପାରିବ ସେହି ଆଶାରେ ବାପା ଗୀତ ରଚନା କରୁଛନ୍ତି ଓ ଝିଅ ଶୁଭଶ୍ରୀ ନିଜ ସୁମଧୁର କଣ୍ଠରେ ଗୀତ ବୋଲି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ନେଇ ଶୁଭଶ୍ରୀଙ୍କ ବାପାମା ବେଶ ଖୁସିଥିବା କହିଛନ୍ତି । ନିଜ ସଚେତନତାଧର୍ମୀ ଗୀତ ପାଇଁ ବରଗଡ଼ର ଗର୍ବ ଓ ଗୌରବ ପଲଟିଥିବା ଶୁଭଶ୍ରୀ ଆହୁରି ଆଗକୁ ଯାଆନ୍ତୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।