• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bus-accidnet
ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା; ଗଲା ୮ ଜୀବନ

ବାଲିଗୁଡ଼ା(ଅଜିତ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଧିନ ପେତାରବାଡ଼ି ଘାଟିରେ ଏକ ବସ ଓଲଟି ପଡ଼ିଛି। ଏଥିରେ ୭ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବର୍ତ୍ତମାନ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଲିଗୁଡ଼ା: ଘାଟିରେ ଓଲଟିଲା ବସ୍; ୭ ଗୁରୁତର, ପେତାରବାଡ଼ି ଘାଟିରେ ଓଲଟିପଡ଼ିଲା ବସ୍, ଦାରିଙ୍ଗବାଡ଼ିରୁ ରାଣିପାଙ୍ଗା ଯିବା ବାଟରେ ଦୁର୍ଘଟଣା, ଦୁର୍ଘଟଣାରେ ଗୁରୁତର ୭ ଜଣ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି #Odisha — ଓଟିଭି (@otvkhabar) […]

  • Tuesday, 27 July 2021
mla
ରେଳପଥ ନିର୍ମାଣ ଦାବିରେ ରେଳ ଲାଇନ୍‌ରେ ଶୋଇ ଆନ୍ଦୋଳନ କଲେ ବିଧାୟକ

ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବିମଳଗଡ଼-ତାଳଚେର ରେଳପଥ ନିର୍ମାଣ ଦାବି ରେଳ ଲାଇନ୍‌ରେ ଶୋଇ ଆନ୍ଦୋଳନ କଲେ ବିଧାୟକ ରେଳପଥ ନିର୍ମାଣ ନହେଲେ ମାଲ ପରିବହନ କରାଇ ନଦେବାକୁ ଚେତାବନୀ ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ବିମଳଗଡ଼-ତାଳଚେର ରେଳପଥ ନିର୍ମାଣ ଦାବିରେ ରେଳ ଲାଇନ୍‌ରେ ଶୋଇ ଆନ୍ଦୋଳନ କରିଛନ୍ତି ବିଧାୟକ ଲକ୍ଷ୍ମଣ ମୁଣ୍ଡା। ବିମଳଗଡ଼-ତାଳଚେର ସଂଗ୍ରାମ ସମିତି ପକ୍ଷରୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଶତାଧିକ ସିପିଆଇଏମ୍ କର୍ମୀ ବିମଳଗଡ଼ଠାରେ ରେଳ ରୋକ କରିଥିଲେ। ରେଳପଥ […]

  • Tuesday, 27 July 2021
karlapat
କର୍ଲାପାଟ ହାତୀ ମଡ଼କର ଅନୁଧ୍ୟାନ କଲା କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। ଏଥିପାଇଁ ୩ ଜଣିଆ ଟିମ୍ ଆଜି ଅଭୟାରଣ୍ୟ ଭିତରକୁ ଯାଇଛନ୍ତି। ଏମାନେ ପ୍ରଥମେ ହାତୀ ମୃତ୍ୟୁ ହୋଇଥିବା ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିବେ। ଅଭୟାରଣ୍ୟ ଭିତରକୁ ଯିବା ପୂର୍ବରୁ ବିଶେଷଜ୍ଞ ଦଳ ଆଖପାଖ ଗାଁର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହ ବିଭିନ୍ନ ଜଳ ଉତ୍ସ ମଧ୍ୟ ପରିଦର୍ଶନ କରିଛନ୍ତି । ୩ ଜଣିଆ ବିଶେଷଜ୍ଞ ଟିମ୍‌ରେ ଅଛନ୍ତି ଡାକ୍ତର ପ୍ରଜ୍ଞା […]

  • Tuesday, 27 July 2021
sameer mohanty
ସାକାର ହେବ ନାମୀ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଠପଢ଼ା ସ୍ୱପ୍ନ

ସାକାର ହେବ ନାମୀ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଠପଢ଼ା ସ୍ୱପ୍ନ ଏଣିକି ଅନଲାଇନ ଜରିଆରେ ସ୍କୁଲରେ ଆଡମିଶନ କରିବେ EWS ପିଲା rteparadarshi.odisha.gov.in ପୋର୍ଟାଲରେ କରିବେ ଆବେଦନ ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କଲେ ଗଣଶିକ୍ଷା ଅତିରିକ୍ତ ସଚିବ ଭୁବନେଶ୍ୱର: ନାମୀଦାମୀ ଘରୋଇ ସ୍କୁଲ୍‌ରେ ଗରିବ ପିଲାଙ୍କର ପାଠପଢ଼ା ସ୍ୱପ୍ନ ସାକାର ହେବ। ଏଥିପାଇଁ ୨୦୦୯ରୁ  ଆର୍ଥିକ ଅନଗ୍ରସର ବର୍ଗ ବା EWS କୋଟାର ବ୍ୟବସ୍ଥା ଥିଲେ ବି ଏହାକୁ କଡ଼ାକଡ଼ି ଭାବେ ଲାଗୁ […]

  • Tuesday, 27 July 2021
odisha
ସ୍ୱାଧୀନତା ସଂଗ୍ରୀମୀଙ୍କ ପରଲୋକ

ଖୋର୍ଦ୍ଧା: ବରିଷ୍ଠ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ କେଦାରନାଥ ଜେନାଙ୍କ  ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘଦିନ ଧରି ଶଯ୍ୟାସାୟୀ ଥିଲେ।  ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। କେଦାରନାଥଙ୍କ ଘର ଖୋର୍ଦ୍ଧା ଜିଲ୍ଲା ରେତଙ୍ଗ ବ୍ରହ୍ମକୁଣ୍ଡଳ ଗ୍ରାମରେ। ସ୍ୱାଧୀନତା ସଂଗ୍ରାମ ବେଳେ ରେତଙ୍ଗ ରେଳ ଷ୍ଟେଶନରେ ଫିରିଙ୍ଗୀ ସେନାକୁ ଚେକ୍ ଦେଇ ସେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚିତ ହୋଇଥିଲା। ଡେଲାଙ୍ଗ ଅଧିବେଶନ ସମୟରେ ମହାତ୍ମା ଗାନ୍ଧିଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ। […]

  • Tuesday, 27 July 2021
rasikia
କଳା ସାରଙ୍କ କଳା କାରନାମା; ୪ ଜଣଙ୍କୁ ବିବାହ କରିଥିଲେ, ଉଠାଇ ନେଲା ପୋଲିସ

କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସଂପୃକ୍ତ ଶିକ୍ଷକ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଏତଲା ଦିଆଯାଛି। ଶିକ୍ଷକଙ୍କ ପତ୍ନୀ ଏନେଇ କଟକ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବେ ପରେ ସଂପୃକ୍ତ ଆର୍ଟ ଟିଚରଙ୍କୁ ଉଠାଇ ଆଣିଛି ପୋଲିସ। ସମ୍ପୃକ୍ତ ଶିକ୍ଷକଙ୍କୁ କଟକ ମହିଳା ଥାନାରେ ଅଟକ ରଖି ଜେରା ପଚରଉଚାର କରାଯାଉଛି। ସଂପୃକ୍ତ ଯୁବକ କଟକ ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା ଶିକ୍ଷକ […]

  • Tuesday, 27 July 2021
millrer
କେବଳ ଚାଷୀଙ୍କୁ ଲୁଟି ନାହାନ୍ତି, ରାଜ୍ୟ ସରକାରଙ୍କୁ ବି କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି ମିଲର୍

ଭୁବନେଶ୍ୱର: ମିଲର୍ ଯେ କେବଳ ଚାଷୀଙ୍କୁ ଲୁଟୁଛନ୍ତି, ତା ନୁହେଁ, ରାଜ୍ୟ ସରକାରଙ୍କୁ ବି କୋଟି କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଚାଉଳ ଯୋଗାଣ ନାଁରେ ଧାନ ନେଇ କୋଟି କୋଟି ଟଙ୍କାର ଘୋଟାଲା କରିଛନ୍ତି ମିଲରମାନେ। ଯୋଗାଣ ବିଭାଗର ନବରଙ୍ଗପୁର ଜିଲ୍ଲା ପରିଚାଳକଙ୍କ ଉଦ୍ଦେଶ୍ୟରେ ଜାରି ହୋଇଥିବା ବିଭାଗୀୟ ନିର୍ଦ୍ଦେଶନାମାରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ନବରଙ୍ଗପୁର ଜିଲ୍ଲାର ଖିଲାପି ମିଲରଙ୍କ ବିରୋଧରେ ଫୌଜଦାରୀ ଏବଂ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ […]

  • Tuesday, 27 July 2021
ନୟାଗଡ଼ ହତ୍ୟା ଘଟଣାର ଅଭିୟୁକ୍ତ ସ୍ୱାମୀ ଓ ମୃତ ପତ୍ନୀ
ପ୍ରେମ ଦିବସରେ ବିଶ୍ୱାସଘାତର କାହାଣୀ; ପ୍ରେମିକା ପାଇଁ ପତ୍ନୀକୁ ହତ୍ୟା କଲା ସ୍ୱାମୀ

ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ):  ପ୍ରେମିକା ପାଇଁ ପତ୍ନୀକୁ ହତ୍ୟା କଲା ସ୍ୱାମୀ। ସ୍ତ୍ରୀକୁ ମାରିବାକୁ ସୁପାରି କିଲର୍‌ଙ୍କ ସହିତ ୨ ଲକ୍ଷ ଟଙ୍କାର ଡିଲ୍ ଫାଇନାଲ କରିଥିଲା। ୨୦ ହଜାର ଆଡ୍‌ଭାନନ୍ସ ବି ଦେଇଥିଲା ସଇତାନ ସ୍ୱାମୀ। ଏହି ପତ୍ନୀ ହନ୍ତା ସ୍ୱାମୀ ହେଲା ଅକ୍ଷୟ ମହାପାତ୍ର। ଅନ୍ୟ ଏକ ଝିଅକୁ ଭଲ ପାଉଥିବାରୁ ସ୍ତ୍ରୀ ସସ୍ମିତା ମହାପାତ୍ରଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲା ଅକ୍ଷୟ। ସୁପାରି କିଲରଙ୍କ ସହ ମିଶି ହତ୍ୟ ଷଡ଼ଯନ୍ତ୍ର […]

  • Tuesday, 27 July 2021
odisha
କାଲି ଅଖ ଚକ ସବୁ ବନ୍ଦ

ଭୁବନେଶ୍ୱର: ନବେ ଛୁଇଁବାକୁ ବସିଲାଣି ପେଟ୍ରୋଲ ଦର। ଏହାକୁ ନେଇ ଏବେ ଚିନ୍ତାରେ ଖାଉଟି। ଜୀବନ ଓ ଜୀବିକାର ଗାଡ଼ି ଏବେ କେମିତି ଗଡ଼ିବ ସେ ନେଇ ସାଧାରଣ ଲୋକଙ୍କ ମନରେ ପ୍ରସ୍ନ ଉଠିଛି। ଫେବ୍ରୁଆରୀ ପହିଲାରେ ପେଟ୍ରୋଲ ଲିଟର ୮୭ ଟଙ୍କା ଥିବାବେଳେ ଆଜି ଏହା ଛୁଇଁଛି ୮୯ ଟଙ୍କା ୪୨ ପଇସା। ସେହିପରି ଡିଜେଲ ଦର ଫେବ୍ରୁଆରୀ ପହିଲାରେ ୮୩ ଟଙ୍କା ୫୦ ପଇସା ଥିବାବେଳେ ଏବେ ପହଞ୍ଚିଲାଣି ୮୬ ଟଙ୍କା ୧୩ ପଇସାରେ। […]

  • Tuesday, 27 July 2021
elephant
୧୨ ଦିନ ଭିତରେ କର୍ଲାପାଟ ଅଭୟାରଣ୍ୟରେ ୪ଟି ହାତୀଙ୍କ ମୃତ୍ୟୁ; ତଦନ୍ତ ପାଇଁ ଯିବ ବିଶେଷଜ୍ଞ ଟିମ୍

କଳାହାଣ୍ଡି: ହାତୀ ମୃତ୍ୟୁର ତଦନ୍ତ ପାଇଁ ଏକ ବିଶେଷଜ୍ଞ ଟିମ୍ ଆଜି କଳାହାଣ୍ଡିର କର୍ଲାପାଟ ଯାଉଛି। କାହିଁକି ହାତୀଙ୍କ ମୃତ୍ୟୁ ହୋଇଛି, ସେ ନେଇ ତଦନ୍ତ କରିବା ସହିତ ରିପୋର୍ଟ ଦେବ ଏହି ବିଶେଷଜ୍ଞ ଟିମ୍। ଡିଏଫ୍ଓ ଅଶୋକ କୁମାର ଏହି ସୂଚନା ଦେଇଛନ୍ତି। ତା ସହିତ ସେଣ୍ଟର ଫର୍ ଓ୍ୱାଇଲ୍ଡ ଲାଇଫ୍ ଲ୍ୟାବକୁ ମୃତ ହାତୀଙ୍କୁ ସାମ୍ପଲ ଯିବ ବୋଲି ସେ କହିଛନ୍ତି। ତେବେ ଏନେଇ କଳାହାଣ୍ଡି ପ୍ରାଣୀ ସମ୍ପଦ ଉପନିର୍ଦ୍ଦେଶକ ଡାକ୍ତର ଧର୍ମାନନ୍ଦ ମହାନ୍ତି […]

  • Tuesday, 27 July 2021
N-tomar
ଜଳିଗଲା ଯାତ୍ରୀବାହୀ ବସ୍‌

ରାୟଗଡ଼ା: ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଯାତ୍ରୀବାହୀ ବସ୍‌ରେ‌ ନିଆଁ ଲାଗି ଯିବାରୁ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତ ରାତି ଗୋଟାଏ ବେଳେ ନବରଙ୍ଗପୁର କୋଷାଗୁମୁଡ଼ାରୁ ଗଞ୍ଜାମ ଜିଲ୍ଲା ପୋଲସରା ଯାଉଥିବା ବର୍ଷା ନାମକ ବସ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ରାୟଗଡ଼ାରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଗତକାଲି ସଂଧ୍ୟାରେ କୋଷାଗୁମୁଡ଼ାରୁ ବାହାରିଥିଲା ବସ୍‌ରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ। […]

  • Tuesday, 27 July 2021
andhra
ଅଦାଲତ ଅବମାନନାର ଶୁଣାଣି; ୭ ଦିନରେ ଜବାବ ଦେବା ପାଇଁ ଆନ୍ଧ୍ରକୁ ନୋଟିସ୍ କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ୧୯କୁ ପର୍ଯ୍ୟନ୍ତ ଗଲା କୋଟିଆ ବିବାଦ। କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନ କରି ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଓଡ଼ିଶା ପକ୍ଷରୁ ଦାଏର ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ। ମାମଲାରେ ଆନ୍ଧ୍ରକୁ ନୋଟିସ୍ କରି ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହେଲେ ଆସନ୍ତାକାଲି କୋଟିଆରେ ହେବାକୁ ଥିବା ଆନ୍ଧ୍ର ନିର୍ବାନ ଲାଗି କୌଣସି ସ୍ଥଗିତାଦେଶ ମିଳିପାରିନି। ଏପଟେ ଗଜପତି ଜିଲ୍ଲା ରାୟଗଡ଼ର କିଛି ସୀମାନ୍ତ ଗାଁକୁ ବି ଦଖଲକୁ ନେଇ ନିର୍ବାଚନ […]

  • Tuesday, 27 July 2021
kaudi
ମାଟି ତଳୁ ବାହାରିଲା ୧୦ ଝୁଡ଼ିରୁ ଅଧିକ କଉଡ଼ି ?

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ୍‌ର ନଛିପୁର ଗାଁରୁ ମିଳିଛି ହଜାର ହଜାର ସଂଖ୍ୟାରେ କଉଡ଼ି। ଘର ପାଇଁ ନିଅଁ ଖୋଳିବା ବେଳେ ଶ୍ରମିକମାନେ ମାଟି ତଳେ ଥିବା ଏକ ଘୁମରୁ ୧୦ ଝୁଡ଼ିରୁ ଅଧିକ କଉଡ଼ି ପାଇଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କଉଡ଼ି ମିଳିଥିବା ଅଂଚଳରେ ଖନନ କରାଯାଇ ପ୍ରାଚୀନ ଐତିହ୍ୟ ଲୋକଲୋଚନକୁ ଆଣିବାକୁ ଦାବି ହୋଇଛି। ମାଟି ତଳେ ଶହ ଶହ ବର୍ଷର ସମ୍ପତ୍ତି ବାହାରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ଉତ୍କଣ୍ଠା ବୃଦ୍ଧି […]

  • Tuesday, 27 July 2021
odisha
ଓଡ଼ିଶା ବିଜେପି ନେତାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲେନି ଆନ୍ଧ୍ର ଅଧିକାରୀ; ଛତ୍ରଭଙ୍ଗ ଦେଇ ପଳାଇଲେ

ଗଜପତି: ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ରାଜ୍ୟ ବିଜେପି ପ୍ରତିନିଧି ଦଳ ଓ ଆନ୍ଧ୍ର ସରକାରୀ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଶେଷରେ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇଯାଇଛନ୍ତି ଆନ୍ଧ୍ରର ସରକାରୀ ଅଧିକାରୀ। କୋରାପୁଟ ଜିଲ୍ଲା କୋଟିଆ ପରି ଗଜପତି ଜିଲ୍ଲା ଗଙ୍ଗାବାଡ଼କୁ ମଧ୍ୟ ଆନ୍ଧ୍ର ଦଖଲ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ଯୋଜନା କରାଯାଉଛି। ଆନ୍ଧ୍ର ପ୍ରଦେଶର କେତେ ଜଣ ସରକାରୀ ଅଧିକାରୀ ଗଙ୍ଗାବାଡ଼ […]

  • Tuesday, 27 July 2021
N-tomar
ଖୋର୍ଦ୍ଧାରେ  ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର

ଖୋର୍ଦ୍ଧା: ଖୋର୍ଦ୍ଧାରେ  ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର। ଖୋର୍ଦ୍ଧାରେ ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହାର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା ସମେତ ଭୋପାଳ ଓ ବିକାନେରରେ ବି ଆଇଆଇପିଆର୍ ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି କୃଷି ମନ୍ତ୍ରୀ। ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ବିଗତ ୫ରୁ […]

  • Tuesday, 27 July 2021
sushant-dash
ବିଶ୍ୱର ସବୁଠାରୁ ବଡ଼ କଫି ହାଉସ ଚେନ୍ ଷ୍ଟାରବକ୍ସର ଭାରତ ସିଇଓ ହେଲେ ଜଣେ ଓଡ଼ିଆ ପୁଅ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଅନେକ ବଡ଼ ପଦପଦବୀର ଭାର ଓଡ଼ିଆଙ୍କ ହାତରେ ରହିଛି। ଆର୍‌ବିଆଇ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ହୁଅନ୍ତୁ କିମ୍ବା ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ବା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କମ୍ବା ଏନ୍‌ଡିଆର୍‌ଏଫ୍‌ ଡିଜିପି ଏସ୍‌ଏନ୍‌ ପ୍ରଧାନ ସମସ୍ତେ ଦେଶର ଦୁରୁ ଆୟିତ୍ୱ ସମ୍ଭାଳି ରାଜ୍ୟକୁ ଗୌରବାନ୍ନିତ କରିଛନ୍ତି। ଏବେ ପୁଣି ଜଣେ ଓଡ଼ିଆ ବିଶ୍ୱର ସବୁଠାରୁ ବଡ଼ କଫି ହାଉସ ଚେନ୍‌ ଷ୍ଟାରବକ୍ସର ଭାରତ […]

  • Tuesday, 27 July 2021
prahallad patel
ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ହୋଇ ନାହିଁ-ସଂସ୍କୃତି ମନ୍ତ୍ରୀ

ପୁରୀ: କେବଳ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ ପ୍ରତ୍ୟାହାର ହୋଇଛି। ଲିଙ୍ଗରାଜ ମନ୍ଦିର ପାଇଁ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ-NMAର ପ୍ରସ୍ତାବିତ ଅଧିନିୟମ ଚିଠା ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖି ଆଜି ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ। ସେ କହିଛନ୍ତି, ଲିଙ୍ଗରାଜ ମନ୍ଦିର ପ୍ରସ୍ତାବିତ ବାଇ-ଲ ସର୍ବସାଧାରଣ ନୋଟିସ୍ କାଏମ ରହିଛି। ଅନ୍ୟପଟେ NMAର ପ୍ରସ୍ତାବିତ ଅଧିନିୟମ ପ୍ରତ୍ୟାହାର ହେବା ପରେ ଶ୍ରୀମନ୍ଦିର […]

  • Tuesday, 27 July 2021
bus
ଉତ୍ତରାଖଣ୍ଡ ବନ୍ୟା ବିପର୍ଯ୍ୟୟରେ ଓଡ଼ିଆ ପୁଅ ନିଖୋଜ୍‌; ୨୬ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଦେବଭୂମି ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ସୂଚନା ମିଳିଛି। ଘଟଣା ପରଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ କୌଣସି ପତ୍ତା ମିଳୁନାହିଁ। ସେଠାରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ ନାଗାର୍ଜୁନ। ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗା ଯୋଗ ହୋଇପାରୁନାହିଁ। ଏହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନକୁ […]

bus
ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ତୈଳ ଦରରେ ବୃଦ୍ଧି ଘଟିବା ସହ ଆଜିଠାରୁ ବସ ଯାତ୍ରା ପୁଣି ମହଙ୍ଗା ହୋଇଛି। ଅଟୋମେଟିକ ମେକାନିଜମ ନିୟମ ଅନୁସାରେ ବସ୍ ଭଡ଼ା ବଢ଼ିଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ସାଧାରଣ ବସ୍‌ ପାଇଁ ୬ ପଇସା ଓ ଏକ୍ସପ୍ରେସ୍‌ ବସ୍ ପାଇଁ ୭ ପଇସା ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ବସ୍‌ ଭଢ଼ା ୨ ପଇସା ଓ ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ହୋଇଛି। […]

  • Tuesday, 27 July 2021
katamunda
ମୁଣ୍ଡବିହୀନ ମୃତଦେହ କାହାର?

ଭୁବନେଶ୍ୱର: ସକାଳୁ ସକାଳୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଦେଖୁ ଦେଖୁ ବିଜୁଳି ବେଗରେ ବ୍ୟାପିଗଲା ଖବର। ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ ରାଜଧାନୀରେ ଖେଳିଗଲା ଚାଞ୍ଚଲ୍ୟ। ଆଜି ସମୟ ସକାଳ ପ୍ରାୟ ୮ଟା ବେଳେ ଭୁବନେଶ୍ୱର ଉପକଣ୍ଠ ଦାସପୁରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ଖବର ମିଳିଥିଲା। ଏହାପରେ ଖବର ବ୍ୟାପିବା ପରେ ଘଟଣା ସ୍ଥଳରେ ଲୋକ ଗହଳି ଲାଗିଥିଲା। ହେଲେ ଶବକୁ କେହି ଚିହ୍ନି ପାରିନଥିଲେ। ଖବର […]

ekamra kanan
ଏକାମ୍ର କ୍ଷେତ୍ର ପ୍ରାଚୀନ ଐତିହ୍ୟର ସୁରକ୍ଷା ଦାୟିତ୍ୱ କାହାର ?

ଭୁବେନେଶ୍ୱର(ଅର୍ଚ୍ଚନା ଶତପଥୀ): ହଜିଯିବନି ତ ମନ୍ଦିରମାଳିନୀ ସହର ନାଁରେ ଜଣାଶୁଣା ଭୁବନେଶ୍ୱରର ବଳିଷ୍ଠ ପରିଚୟ ? କେବଳ ଛବିରେ ରହିଯିବନି ତ ଏକାମ୍ର କ୍ଷେତ୍ରର ଅନେକ ଅବର୍ଣ୍ଣନୀୟ ଐତିହ୍ୟ ? କାରଣ ଓଡ଼ିଶା ଐତିହ୍ୟର ପରିଚୟ ବହନ କରୁଥିବା କିର୍ତ୍ତୀରାଜୀ ଆଜି ଜରାଜୀର୍ଣ୍ଣ। ଜରାଜୀର୍ଣ୍ଣ ଅବସ୍ଥାରେ ଅଧିକାଂଶ ଐତିହ୍ୟସମ୍ପନ୍ନ ମନ୍ଦିର। କେଉଁଠି ମନ୍ଦିର ମୁଖଶାଳାରେ ଗଛ ତ ପୁଣି କେଉଁଠି ମନ୍ଦିର ଚାରିକଡ଼େ ଛିଡ଼ା ହୋଇଛି କଂକ୍ରିଟ୍ କୋଠାବାଡ଼ି। ଆଉ କେଉଁଠି ମନ୍ଦିର ପାଖେ ଗଦା ହୋଇଛି […]

  • Tuesday, 27 July 2021
train
ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଲ୍‌ୱେର ସୂଚନା: ଦିଆଯାଇଛି ୬୯୯୫ କୋଟି ୫୮ ଲକ୍ଷ

ଭୁବନେଶ୍ୱର: ରେଳ ବଜେଟ୍‌ରେ ଓଡ଼ିଶାକୁ ଅନୁଦାନ ନେଇ ଅନେକ ତର୍କ ବିତର୍କ ପରେ ବ୍ୟୟ ବରାଦ ସମ୍ପର୍କରେ ସୂଚନା ଦେଇଛି ରେଳବାଇ। ରେଳବାଇର ସୂଚନା ଅନୁସାରେ, ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ ଲକ୍ଷ ଅନୁଦାନ ମିଳିଛି। ଗତବର୍ଷ ଅପେକ୍ଷା ଏବର୍ଷ ୬୦% ଅଧିକ ଅନୁଦାନ ମିଳିଥିବା ରେଳବାଇ ସୂଚନା ଦେଇଛି। ଗତବର୍ଷ ଓଡ଼ିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁଦାନ ମିଳିଥିଲା। ତେବେ ଏଥରର ରେଳ ବଜେଟରେ ଓଡ଼ିଶାରେ ଚାଲିଥିବା କାମ ଶୀଘ୍ର ସାରିବାକୁ ଗୁରୁତ୍ୱ […]

  • Tuesday, 27 July 2021
mahandi
ମହାନଦୀକୁ ନେଇ ପୁଣି ବିବାଦ; ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିରୋଧୀ

ଭୁବନେଶ୍ୱର: ମହାନଦୀକୁ ନେଇ ପୁଣି ବିବାଦ। ଦେଖା ଦେଇଛି। ମହାନଦୀ ପାଣିର ଅଭାବ ଯୋଗୁ ଆଗକୁ ଓଡ଼ିଶା ଭୟଙ୍କର ଜଳସଂକଟ ଦେଇ ଗତି କରିବ ବୋଲି ଆଶଙ୍କା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ନେତା। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ଭୟଙ୍କର ଜଳ ସଙ୍କଟ ଭିତରକୁ ଯାଉଛି। ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବ। ମହାନଦୀ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ […]

  • Tuesday, 27 July 2021
d
ମୌଳିକ ସୁବିଧା ଯୋଗାଇ ଦେବାରେ ପଛରେ ଓଡ଼ିଶା

ଭୁବନେଶ୍ୱର: ମୌଳିକ ସୁବିଧା ଯୋଗାଇ ଦେବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଛରେ ରହିଛି ଓଡ଼ିଶା। ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାରେ ଫେଲ୍‌ ମାରିଛି ରାଜ୍ୟ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ସ୍ଥିତି ଆହୁରି ଉଦ୍‌ବେଗଜନକ ରହିଛି।୨୦୧୨ରେ ଗ୍ରାମାଞ୍ଚଳର ସ୍ଥିତି ଯାହା ଥିଲା, ୨୦୧୮ରେ ବି ଉଣା ଅଧିକ ସେୟା ରହିଛି। କେନ୍ଦ୍ର ସରକାରଙ୍କ ଇକୋନୋମିକ୍ ସର୍ଭେ ରିପୋର୍ଟ ୨୦୨୦-୨୧ରେ ଏଭଳି ସାଙ୍ଘାତିକ ତଥ୍ୟ  ସାମ୍ନାକୁ ଆସିଛି। ରିପୋର୍ଟରେ ଦର୍ଶାଯାଇଥିବା ବେୟାର୍ ନେସେସିଟିଜ୍ ଇଣ୍ଡେକ୍ସ ବା BNI ରେ […]

  • Tuesday, 27 July 2021
rail sway
ରେଳ ପ୍ରକଳ୍ପ ପାଇଁ ଟଙ୍କା ଆସୁଛି କିନ୍ତୁ ଆରମ୍ଭ ହୋଇପାରୁନି କାମ

ଭୁବନେଶ୍ୱର: ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ୨୦୧୬ ବଜେଟରେ କେନ୍ଦ୍ର ସରକାର ଅର୍ଥ ବରାଦ କରିବାର ୫ ବର୍ଷ ପୂରିଥିଲେ ବି ଏଯାଏଁ ଏ ଦିଗରେ କାମ ଆରମ୍ଭ ହୋଇପାରିଲା ନାହିଁ। କାରଣ ଜମି ଅଧିଗ୍ରହଣ ଏ ଦିଗରେ ବାଧକ ସାଜିଛି। ଆଉ ଏବେ ନୂଆ ବଜେଟ ପୂର୍ବରୁ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ଜାନୁଆରୀ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଜୟପୁର ଓ ବୋରିଗୁମ୍ମା ତହସିଲର ବିଭିନ୍ନ ଅଞ୍ଚଳରେ ଜନଶୁଣାଣି ହୋଇଛି। ଅନ୍ୟପକ୍ଷରେ ଜମି ବାବଦ […]

  • Tuesday, 27 July 2021