Advertisment

କରୋନା ପାଇଁ ଫିକା ଫିକା ପୂଜା, ଆଜିଠୁ ଷଷ୍ଠୀ ପୂଜା ଆରମ୍ଭ

ଚାଲିଛି ମନ୍ତ୍ର ଉଚ୍ଚାରଣ, ମା ଜଗଜ୍ଜନନୀଙ୍କୁ ଧରାପୃଷ୍ଠକୁ କରାଯାଉଛି ଆବାହନ। ଶାରଦୀୟ ଦୁର୍ଗାପୂଜାର ମହାଷଷ୍ଠୀ ଅବସରରେ ମାଆଙ୍କୁ ବିଲ୍ୱ ବରଣ କରାଯାଇ ମଣ୍ଡପରେ ଆରମ୍ଭ ହୋଇଛି ମହାମାୟାଙ୍କ ପୂଜାର୍ଚ୍ଚନା। ବେଲ ଗଛ ମୂଳେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ଷଷ୍ଠୀ ପୂଜା।

author-image
Sarbeswar
undefined

Durga Puja

ଭୁବନେଶ୍ୱର: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ ମହାମାୟା। ଆଜି ମହାଷଷ୍ଠୀରେ ବିଲ୍ୱ ବରଣ କରାଯାଇ ମାଆଙ୍କୁ ପୂଜା ମଣ୍ଡପକୁ କରାଯାଇଛି ଆବାହନ। କୋଭିଡ୍ କଟକଣା ଭିତରେ ବିଭିନ୍ନ ପୂଜା ମଣ୍ଡପରେ ବିଧି ମୁତାବକ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି। ତେବେ ଭକ୍ତଙ୍କ ପାଇଁ ଦର୍ଶନ କଟକଣା ଥିବାରୁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଲୋକଙ୍କ ମନରେ ସେତେଟା ଉତ୍ସାହ ନାହିଁ । ମଣ୍ଡପରେ ମାଆଙ୍କ ଷଷ୍ଠୀ ପୂଜା ଚାଲିଥିବା ବେଳେ ଦେବୀ ପୀଠରେ ଚାଲିଛି ସପ୍ତମୀ ପୂଜା।

Advertisment

ଚାଲିଛି ମନ୍ତ୍ର ଉଚ୍ଚାରଣ, ମା ଜଗଜ୍ଜନନୀଙ୍କୁ ଧରାପୃଷ୍ଠକୁ କରାଯାଉଛି ଆବାହନ। ଶାରଦୀୟ ଦୁର୍ଗାପୂଜାର ମହାଷଷ୍ଠୀ ଅବସରରେ ମାଆଙ୍କୁ ବିଲ୍ୱ ବରଣ କରାଯାଇ ମଣ୍ଡପରେ ଆରମ୍ଭ ହୋଇଛି ମହାମାୟାଙ୍କ ପୂଜାର୍ଚ୍ଚନା। ବେଲ ଗଛ ମୂଳେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ଷଷ୍ଠୀ ପୂଜା। ରାତିରେ ବୋଧନ, ଅଧିବାସ ଆଦି ପୂଜା ସଂପାଦନ କରାଯିବ। କୋଭିଡ୍ କଟକଣା ଯୋଗୁ ସବୁ ଖାଁ ଖାଁ ଲାଗୁଛି। କେବଳ ବିଧି ସଂପାଦନ ପାଇଁ ମଣ୍ଡପଗୁଡ଼ିକରେ ନିରାଡ଼ମ୍ବର ଭାବେ ମାଆଙ୍କ ପୂଜା କରାଯାଉଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଶ୍ରଦ୍ଧାଳୁମାନେ ଯେମିତି ଘରେ ରହି ମାଆଙ୍କ ଦର୍ଶନ କରିପାରିବେ ସେଥିପାଇଁ କିଛି ପୂଜା ମଣ୍ଡପ ଅନ୍ଲାଇନ୍ ଦର୍ଶନ ବ୍ୟବସ୍ଥା କରିଛନ୍ତି।

ବାଲେଶ୍ୱରର ୮୯ଟି ପୂଜା ମଣ୍ଡପରେ ମାଆଙ୍କ ପୂଜା ଚାଲିଥିବା ବେଳେ ଭକ୍ତଙ୍କୁ କିନ୍ତୁ ଦର୍ଶନ ପାଇଁ ଅନୁମତି ନାହିଁ । ଯେଉଁ ମାନେ ମାଆଙ୍କ ନିକଟରେ ଭୋଗରାଗ କରିବାକୁ ଚାହିଁବେ ସେଥିପାଇଁ ଅଲଗା ଏକ କାଉଣ୍ଟର ବ୍ୟବସ୍ଥା କରାଯାଇଛି। ସେପଟେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ, କମାପଲ୍ଲି, ଗାନ୍ଧିନଗର, ବିଜିପୁର, କୋର୍ଟପେଟା ଛକ ସ୍ଥିତ ପୂଜା ମଣ୍ଡପରେ ମାଆଙ୍କ ପୂଜାର୍ଚ୍ଚନା ଚାଲିଛି। ସବୁଠି କୋଭିଡ୍ କଟକଣା ଶ୍ରଦ୍ଧାଳୁଙ୍କ ଉତ୍ସାହରେ ବାଧକ ସାଜିଛି।

Advertisment

ମଣ୍ଡପରେ ମାଆଙ୍କ ମହାଷଷ୍ଠୀ ପୂଜା ଚାଲିଥିବା ବେଳେ ଦେବୀ ପୀଠରେ ଚାଲିଛି ମହାସପ୍ତମୀ ପୂଜା। କଟକଚଣ୍ଡୀ ବଗଳାମୂଖି ଓ ଗଡ଼ଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ବାଙ୍କୀର ମାଆ ଚର୍ଚ୍ଚିକା ଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି।

Odisha Durga Puja 2021 Cuttack Puja 2021
Advertisment
Advertisment