Advertisment

ଆଜି ମଣ୍ଡପରେ ମହାମାୟାଙ୍କ ମହା ସପ୍ତମୀ ପୂଜା, ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ

ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି। ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Maha Saptami Of Goddess Durga

Maha Saptami Of Goddess Durga

ଭୁବନେଶ୍ୱର: ଆଜି ମଣ୍ଡପରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କ ମହା ସପ୍ତମୀ ପୂଜା। ଗତକାଲି ଷଷ୍ଠୀରେ ମା’ଙ୍କୁ ବିଲ୍ୱବରଣ କରାଯାଇ ପାଛୋଟି ଅଣାଯାଇଥିଲା। ଆଜି ସପ୍ତମୀ ପୂଜା ଥିବାରୁ ପୂଜା ମଣ୍ଡପ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି। ଆଜି ମା’ଙ୍କୁ ଚକ୍ଷୁ ଦାନ ଦିଆଯିବ। ବେଦମନ୍ତ୍ର ପାଠରେ କମ୍ପିବ ପୂଜା ମଣ୍ଡପ। ହେଲେ କରୋନା କଟକଣା ଯୋଗୁ ଏଥର ସେଭଳି ଉତ୍ସାହ ନାହିଁ। 

Advertisment

ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇ ଥିବାରୁ ଫେସ୍‌ବୁକ୍, ୟୁଟ୍ୟୁବ୍‌ ମାଧ୍ୟମରେ ବିଭିନ୍ନ ପୂଜା କମିଟି ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି। ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାର୍ଶ୍ୱ ଗୁଡ଼ିକ ଆବଦ୍ଧ କରି ଦିଆଯାଇଛି। ଦେବୀ ପୀଠ ଗୁଡ଼ିକରେ ମା’ଙ୍କ ଅଷ୍ଟମୀ ପୂଜା ହେଉଛି। କରୋନା କଟକଣା ଯୋଗୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇ ଯାଇଛି।

Advertisment

ଅନ୍ୟପକ୍ଷେ, ଜଗତସିଂହପୁର ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି। ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି।

ମହାଷ୍ଟମୀ ଏବଂ ଦଶହରା ବେଳେ ଶାରଳାଙ୍କ ପୀଠରେ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏଭଳି ସ୍ଥିତିରେ କୋଭିଡ ସଂକ୍ରମଣ ବ୍ୟାପିବା ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆ ଯାଇଛି। ମନ୍ଦିର ଆଖପାଖରେ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକଙ୍କ ସମାଗମ ଉପରେ କଟକଣା ଲାଗିଛି। ଯଥା ସମ୍ଭବ କମ୍‌ ପୂଜକ ଓ ସେବାୟତଙ୍କୁ ନେଇ ସମସ୍ତ ନୀତିକାନ୍ତି ଶେଷ କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। 

Durga Puja Durga Puja 2021
Advertisment
Advertisment