Advertisment

ବୋମାମାଡ଼ ପଛରେ ଥାଇପାରେ ବିଜେଡି ନେତାଙ୍କ ହାତ: ମୋହନ ମାଝୀ

ସରକାରଙ୍କ ନିୟମକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ କାଳେ ସେ ଏଥିରୁ କିଛି ଫାଇଦା ନେଇଯିବେ, ଏଥିପାଇଁ ତାଙ୍କ ଗାଡିକୁ ବୋମାମାଡ ହୋଇଥିବା ବିଧାୟକ ସନ୍ଦେହ କରିଛନ୍ତି।

author-image
Chandan Shishu
କେନ୍ଦୁଝର ବିଧାୟକ ମୋହନ ମାଝୀ

କେନ୍ଦୁଝର ବିଧାୟକ ମୋହନ ମାଝୀ

କେନ୍ଦୁଝର: କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ମଣ୍ଡୁଆ ନିକଟରେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା। ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ବର୍ତ୍ତିଯାଇଥିଲେ। ହେଲେ ବିଧାୟକଙ୍କୁ ଆକ୍ରମଣରେ ରହିଛି କାହାର ହାତ? ତେବେ ଓଏମସି ଖଣିରେ ଲୋଡିଙ୍ଗ ଓ ସ୍ଥାନୀୟ ଲୋକଙ୍କୁ ସମର୍ଥନ କରିବାରୁ ତାଙ୍କ ଉପରେ ବୋମାମାଡ ହୋଇଥାଇପାରେ ବୋଲି ଆଶଙ୍କା କରିଛନ୍ତି କେଉଁଝର ବିଧାୟକ ମୋହନ ମାଝି।

Advertisment

ସରକାରଙ୍କ ନିୟମକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ କାଳେ ସେ ଏଥିରୁ କିଛି ଫାଇଦା ନେଇଯିବେ, ଏଥିପାଇଁ ତାଙ୍କ ଗାଡିକୁ ବୋମାମାଡ ହୋଇଥିବା ସେ ସନ୍ଦେହ କରିଛନ୍ତି।

ଏନେଇ ବିଧାୟକ କହିଛନ୍ତି ଯେ ଶ୍ରମିକମାନଙ୍କ ନିଯୁକ୍ତି ଦେବା ପାଇଁ ଦାବି କରିବା ସହ ସେମାନଙ୍କୁ ଭେଟିଥିଲି। ସେମାନେ କରୁଥିବା ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି ବୋଲି କହିଥିଲି। ଯେପର୍ଯ୍ୟନ୍ତ ଓଏମ୍‌ସି ତରଫରୁ ନ୍ୟାୟ ନମିଳିଛି, ସେପର୍ଯ୍ୟନ୍ତ ସହଯୋଗ କରିବି ବୋଲି କହିଥିଲି। ଏହି ଆଶ୍ୱାସନା ଦେବା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଥିଲା। କିନ୍ତୁ ଓଏମ୍‌ସିରେ ଦଲାଲଗିରି କରୁଥିବା ବିଜେଡି ନେତାମାନେ ଓ ଲୋଡିଂ ଏଜେନ୍ସି ମୋ ଉପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି ଆକ୍ରମଣ କରିଥାଇପାରନ୍ତି।

Advertisment

ସେପଟେ ଘଟଣାସ୍ଥଳ ଯାଞ୍ଚ କରି ବାରୁଦ ଗୁଣ୍ଡ ସହ ସୂତା ଓ କଣ୍ଟା ଜବତ କରି ଲାବୋରେଚୋରୀକୁ ଯାଞ୍ଚ ପାଇଁ ପଠାଇଛି। ତେବେ ପୋଲିସ କାହାକୁ ଗିରଫ କରିବାରେ ସଫଳ ହୋଇ ନ ଥିବାରୁ ଜିଲ୍ଲା ଯୁବ ବିଜେପି ପକ୍ଷରୁ ଆଜି ଆନ୍ଦୋଳନ କରାଯାଇଛି। ଗାନ୍ଧି ଛକରେ ଏନ୍ଏଚ୍ ୪୯ ଅବରୋଧ ବିଜେପି କର୍ମୀ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଗାଡ଼ି ମୋଟର ଅଟକି ରହିଛି। ପୋଲିସ ଦେଇଥିବା ସମୟ ସୀମାରେ କାହାକୁ ଗିରଫ କରି ନଥିବାରୁ ରାସ୍ତାରୋକ କରାଯାଇଛି।

ଗତ ୧୦ ତାରିଖରେ ବିଧାୟକ ମୋହନ ମାଝୀ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରୁ ଫେରୁଥିବା ବେଳେ ଦିନ ପ୍ରାୟ ୧୨ଟା ପାଖାପାଖି ଏକ ହୋଣ୍ଡା ସାଇନ୍ ଗାଡ଼ିରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ମୁଖ୍ୟ ରାସ୍ତାରେ ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ।ବୋମାମାଡ଼ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ବିଧାୟକଙ୍କ ପିଏସ୍‌ଓ ଗାଡ଼ିରୁ ଓହ୍ଲାଇ ପିଛା କରିଥିଲେ। ତେବେ ସେମାନେ ବାଇକ୍‌ରେ ବସି ପଳାଇଥିଲେ।

Bomb Attack MLA Mohan Majhi
Advertisment
Advertisment