• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ 'ରାଉଳ ରସମଲାଇ'

ଏବେ ଚାଲିଛି ପାର୍ବଣର ସମୟ । ଘରେ ଘରେ ମାଆଙ୍କର ଆଗମନ ।  ଦୂର୍ଗାପୂଜାରେ ମାଆଙ୍କ ନିକଟରେ ଲାଗିଥାଏ ଭଳି ଭଳିକି ଭୋଗ । ଆପଣ ଘରେ ବିଭିନ୍ନ ମିଠାର ରେସିପି ତିଆରି କରି ମାଆଙ୍କ ନିକଟରେ ଭୋଗ ଲଗାଇ ପାରିବେ । ଆଗରୁ ଆପଣ ଛେନାରେ ପ୍ରସ୍ତୁତ ରସମଲାଇ ଖାଇଥିବେ । କେବେ ଚାଉଳରେ ପ୍ରସ୍ତୁତ ରସମଲାଇ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ଏକ ମିଠାର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଚାଉଳ ରସମଲାଇ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଚାଉଳ ରସମଲାଇ’ ବନେଇବା ପାଇଁ ସାମଗ୍ରୀ:

ଅରୁଆ ଚାଉଳ, ଅଳ୍ପ କେଶର,କ୍ଷୀର-୨ କପ୍, ,ଚିନି, କଷ୍ଟାଡ୍ ପାଉଡର, କଟା ଆଲ୍‌ମଣ୍ଡ୍‌,।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କିଛି ଅରୁଆ ଚାଉଳ ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ ।
  • ଚୁଲିରେ ହାଣ୍ଡି ବସାଇ ପାଣିକୁ ଗରମ କରନ୍ତୁ । ପାଣି ଗରମ ହୋଇଗଲା ପରେ ଚାଉଳକୁ ପକାନ୍ତୁ, ଚାଉଳ ଫୁଟି ଭାତ ହୋଇଗଲେ ଚୁଲିକୁ ବନ୍ଦ କରି ଭାତ ଗାଳି ଦିଅନ୍ତୁ ।
  • ଏହା’ପରେ ଏହି ଭାତକୁ ବାଟି ଏହାକୁ ଛୋଟ ଛୋଟ ଗୋଲ ଆକାରର ଗୁଳା କରି ଏକ ପାତ୍ରରେ ରଖନ୍ତୁ ।
  • ଏବେ ଚୁଲିରେ କଡେଇ ବସାଇ କ୍ଷୀର ପକାଇ ଫୁଟାନ୍ତୁ ।
  • କ୍ଷୀର ଫୁଟିବା ସମୟ ମଧ୍ୟରେ ଏକ ପାତ୍ରରେ ଅଳ୍ପ କଷ୍ଟାଡ୍ ପାଉଡରକୁ ପାଣିରେ ଗୋଳାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।
  • କ୍ଷୀର ଫୁଟି ଆସିଲେ ଏଥିରେ ଏହି ମିଶ୍ରଣ ପକାଇ ଲଗାତାର ଭାବେ ଗୋଳାନ୍ତୁ ।
  • କ୍ଷୀର ଓ କଷ୍ଟାଡ୍ ପାଉଡରର ମିଶ୍ରଣ ଭଲ ଭାବେ ଫୁଟି ଗଲେ ଏଥିରେ ଅଳ୍ପ ଚିନି ପକାନ୍ତୁ ।
  • କ୍ଷୀର ଫୁଟି ଅଳ୍ପ ବହଳିଆ ହୋଇଆସିଲେ ସେଥିରେ ଆଗରୁ ପ୍ରସ୍ତୁତ ହୋଇଥିବା ଅରୁଆ ଚାଉଳର ଛୋଟ ଛୋଟ ଗୁଳାକୁ ଏଥିରେ ପକାଇ ଦିଅନ୍ତୁ ।
  • ଅରୁଆ ଭାତ ଗୁଳା ପକାଇ ସାରିବା ପରେ କ୍ଷୀରକୁ ଆଉ ୧୦ ମିନିଟ ଫୁଟାନ୍ତୁ ।
  • ଏହାପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ,ଥଣ୍ଡା ହୋଇଗଲା ପରେ ଏହାକୁ ଫ୍ରିଜ୍‌ରେ ୧ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ ।
  • ଏହାପରେ ଉପରେ କଟା ଆଲ୍‌ମଣ୍ଡ୍  ଓ କେଶର ପକାଇ ସଜାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଚାଉଳ ରସମଲେଇ’। ଏହି ମିଠାର ରେସିପି ତିଆରି କରି ନିଜେ ଖା’ନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ।