ବଲାଙ୍ଗିରରେ ପୋଲିସର ଦାଦାଗିରି। ପୋଲିସ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଜଣେ ଅଟୋ ଚାଳକ।
'ଲପୁ ସା ସଚିନ୍' କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ମହିଳା ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ଜଣେ ପ୍ରସିଦ୍ଧ ଇଣ୍ଟରନେଟ୍ ଖ୍ୟାତି ଗୀତିକାର ସେହି ମହିଳାଙ୍କ କଥାକୁ ନେଇ ଏକ ଗୀତ ପ୍ରସ୍ତୁତ କରିଛନ୍ତି। ଏବେ ଭାଇରାଲ୍ ହେଉଛି।
ଶୁଭୁଛି ବିକଳ କାନ୍ଦଣା.. କିଏ ହାତ ଠାରି ଉଦ୍ଧାର କରିବା ପାଇଁ ଡାକୁଛି ତ କିଏ ଫସିଥିବା ଘର ଲୋକଙ୍କୁ ବଞ୍ଚାଇବା ପାଇଁ ନିବେଦନ କରୁଛି । ପାକିସ୍ତାନର ନୱାବସାହା ଷ୍ଟେସନ ପାଖରେ ହଜାରା ଏକ୍ସପ୍ରେସ ଲାଇନଚ୍ୟୁତ ।
ଆଦିବାସୀ ବୋଲି...ଦେହ ଖରାପ ହୋଇଥିଲା, ଡାକ୍ତରଖାନାକୁ ଯାଇଥିଲେ ଚିକିତ୍ସା ପାଇଁ । କିଛିଦିନ ଚିକିତ୍ସା କଲେ, ହେଲେ ପରେ କହିଲେ ତୁମର ଡେଟ୍ ସରିଗଲା, ଘରକୁ ପଳାଅ । ବିଧାୟକ କହିଲେ, କାର୍ଯ୍ୟାନୁଷ୍ଠାନ ନହେଲେ ଜୋରଦାର ହେବ ଆନ୍ଦୋଳନ
ମୁହଁ ଖୋଲିଲେ ଦଣ୍ଡ ! ଦିବ୍ୟାଙ୍ଗଙ୍କ ଦୋକାନ ମୁହଁରେ ଜମୁଛି ଆଣ୍ଠୁଏ ପାଣି । ବନ୍ୟା ପାଣି ଯେଉଁ ନାଳରେ ଯିବା କଥା ତାକୁ ବନ୍ଦ କରିଦେଲେ, ପ୍ରଶାସନ ପାଖରେ ଗୁହାରି କରିବା ପରେ ବି ଦିନ ଗଡୁଛି ହେଲେ ସମସ୍ୟାର ସମାଧାନ ହେଉନି
ବିଚିତ୍ର ବ୍ୟବସ୍ଥା...ଚାଉଳ ବସ୍ତା ଉପରେ ବସିଲେ ପିଲାଏ ପଢିବେ ପାଠ । ବାରମ୍ବାର ଗୁହାରି କରିବା ପରେ ବି ତିଆରି ହେଉନି ସ୍କୁଲ ଘର କି ଅସୁବିଧା ହେଉନି ଦୂର
ଟାଇଗର୍ ଶ୍ରଫ୍ଙ୍କ ସହ ଦୀର୍ଘ ଦିନ ସମ୍ପର୍କରେ ରହିବା ପରେ ଅଭିନେତ୍ରୀ ଦିଶା ପଟାନୀ ଏବେ ଅଲଗା ହୋଇଯାଇଛନ୍ତି। କିନ୍ତୁ ଟାଇଗର ଏବେ ସେମିତି ସିଙ୍ଗଲ ଥିବାବେଳେ ଦିଶା କିନ୍ତୁ ନୂଆ ପ୍ରେମିକ ଖୋଜି ନେଇଛନ୍ତି। ଜାଣିଛନ୍ତି ସେ କିଏ…
ଭୋକ ଉପାସରେ ଛଟପଟ ହେଉଛନ୍ତି ବନ୍ୟା ପ୍ରଭାବିତ । ଘରେ ପାଣି ପଶିଯିବାରୁ ଖାଇବାକୁ ଆଉ କିଛି ନାହିଁ କି ରିଲିଫ୍ ବି ପହଞ୍ଚିନି । ଏବେ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ...ଜୀବନ ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ
ଗାଈ ଦୁଇଟି ପାଳିଥିଲେ, କ୍ଷୀର ଦୁହିଁ ଦୁଇ ପଇସା ରୋଜଗାର କରୁଥିଲେ । ହେଲେ କାଳ ହେଲା ବିଜୁଳି...କରେଣ୍ଟ ନେଇଗଲା ୨ ଗୋରୁଙ୍କ ଜୀବନ । ମାଆକୁ ନପାଇ ହମା ରଡି ଛାଡୁଛି ବାଛୁରୀ, ବାହୁନି କାନ୍ଦୁଛି ମାଲିକ
ମାସେ କି ବର୍ଷେ ନୁହେଁ, ୪ ବର୍ଷ ହେଲାଣି ପୋଲ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଓ ବିଧାୟକ । ଦିନ ଗଡୁଛି ହେଲେ ପ୍ରତିଶ୍ରୁତି ପାଳନ ହେଉନି । ଲୋକେ କହୁଛନ୍ତି ଆଉ ଆମେ ଖାଇବୁନି ଲଲିପପ୍
ଇଏ ବି ଜଣେ କଳାକାର । ପେଶାରେ ସିନା ଝାଡୁଦାର ହେଲେ ସକାଳୁ ସଂଜ ପର୍ଯ୍ୟନ୍ତ ବଂଶୀ ବଜାଇବା ତାଙ୍କର ନିଶା । ମନ୍ଦିର ସାମ୍ନାରେ ଏତେ ମଧୁର ସ୍ୱରରେ ବଂଶୀ ବଜାନ୍ତି ଯେ ଶୁଣିବା ଲୋକ କାମ ଛାଡି ଘଡିଏ ଛିଡା ହୁଏ, ଗୀତ ଶୁଣେ.
ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ଗର୍ଭବତୀ ହେବାର ଖବର ହେତୁ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ସେ ଏକ ସ୍ୱତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ଦେଇଛନ୍ତି। ସେ ପ୍ରଶଂସକଙ୍କୁ ତାଙ୍କ ପୁଅର ଚେହେରା ଏବଂ ସ୍ପେଶାଲ ନାଁ ମଧ୍ୟ କହିଛନ୍ତି।
କରାଚିର ଅମେନା ତାଙ୍କ ବିବାହ ପାଇଁ ଭିସା ଆବେଦନ କରିଥିଲେ । ହେଲେ ତାଙ୍କୁ ଭିସା ମିଳିନଥିଲା । ଫଳରେ ସେ ତାଙ୍କ ପ୍ରେମିକ ଅରବାଜ ଖାନଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ବିବାହ ବୁଧବାର ଦିନ ଅନ୍ଲାନ୍ରେ ହୋଇଥିଲା ।
ଉଦଘାଟନୀ କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ତେରଛା ବାଣ । ‘ଏବେ ବି ବିରୋଧୀ ପୁରଣା ଚିନ୍ତାଧାରାରେ ଅଛନ୍ତି’ ।
କରିବନି ଯଦି ଖୋଳିଲ କାହିଁକି ? ଆମେ ଏ ରାସ୍ତାରେ ଯିବୁ କେମିତି ? ବର୍ଷା ହେଲେ ଗାତ କେଉଁଟା ରାସ୍ତା କେଉଁଟା ଜାଣିବା ମୁସ୍କିଲ
ପ୍ରତିବର୍ଷ ଅଗଷ୍ଟ ୬କୁ ‘ହିରୋସିମା ଦିବସ’ ଭାବରେ ପାଳନ କରାଯାଏ। ହିରୋସିମା ବିସ୍ଫୋରଣକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।
କଳାହାଣ୍ଡିଆ ମେଘ...ଢୁ ଢୁ ବର୍ଷାରେ ଘୋଷାରି ହୋଇ କଲେକ୍ଟରଙ୍କୁ ହାତ ଯୋଡି ଦରଖାସ୍ତ ଦେଲେ ମାମୁଁ । ଗୁହାରି କଲେ ଭଣଜାକୁ ଭଲ କରିଦିଅ ବାବୁ...କଲେକ୍ଚର ବି ଗାଡି ଅଟକାଇଲେ, ତୁରନ୍ତ ସହାୟତା ଲାଗି ନିର୍ଦ୍ଦେଶ ଦେଲେ
ଭିଡିଓ ସେୟାର କଲେ କଂଗ୍ରେସ ନେତା...
ସୂଚନା ଦେଲେ କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର
କି କଷ୍ଟ ! ସ୍ୱାମୀ ନାହାନ୍ତି...ବୟସ ବି ଢେର ଅଧିକ ହେଲାଣି । ସହାୟତା ପାଇଁ ଗୁହାରୀ କରିଥିଲେ ହେଲେ ଘର ମିଳିଲା କିନ୍ତୁ ଭତ୍ତା ମିଳିଲାନି । ଘର ତିଆରି ଚାଲିଛି ଯେ ସରିବାର ନା ଧରୁନି । ବୁଢୀ ଶାଶୂ ଓ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ପର ବିଲରେ ମଜୁରୀ ଖଟୁଛି ବୋହୂ
ଇଚ୍ଛା ଆଗରେ ହାର ମାନିଛି ବୟସ । ୬୮ ବର୍ଷରେ ବି ଥକିନାହାନ୍ତି...ଜିମ୍ ଯାଉଛନ୍ତି, ୱର୍କ ଆଉଟ୍ କରୁଛନ୍ତି । ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ଭିଡିଓ
ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅସନ୍ତୋଷ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ।
ହିଂସାକାଣ୍ଡ ପରେ ନୁହରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। କୌଣସି ପ୍ରକାରର ହିଂସା ଏଡ଼ାଇବା ଲାଗି ନୁହରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି।
ବଞ୍ଚିଥିବା ବେଳେ ପଚାରିଲେନି କି ଆସିଲେନି । ମାଆ ମରିଗଲା ପରେ ମୁଖାଗ୍ନି ଦେବାକୁ ପୁରୀରେ ପହଞ୍ଚିଥିଲେ ପୁଅ । ଦୁଆରୁ ଦୁଆରୁ ଫେରାଇ ଦେଲେ ବାପା । କହିଲେ, ଭଲ ଥିବା ବେଳେ ଅନେଇଲନି ଏବେ କାହିଁକି ଆସିଛ?