Advertisment

ୟଶରାଜ୍‌ ତିଆରି କଲେ ସୀମା ହାଇଦର ଓ ସଚିନ୍‌ଙ୍କ ପ୍ରେମକୁ ନେଇ ଗୀତ; ହେଲା ଭାଇରାଲ୍

'ଲପୁ ସା ସଚିନ୍' କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ମହିଳା ଚର୍ଚ୍ଚାକୁ ଆସିଥିଲେ। ବର୍ତ୍ତମାନ ଜଣେ ପ୍ରସିଦ୍ଧ ଇଣ୍ଟରନେଟ୍ ଖ୍ୟାତି ଗୀତିକାର ସେହି ମହିଳାଙ୍କ କଥାକୁ ନେଇ ଏକ ଗୀତ ପ୍ରସ୍ତୁତ କରିଛନ୍ତି। ଏବେ ଭାଇରାଲ୍ ହେଉଛି।

author-image
Pramod Behera
lappu sa sachin song on seema and sachin love story goes viral

lappu sa sachin song on seema and sachin love story goes viral

ଯେବେଠାରୁ ପାକିସ୍ତାନର ସୀମା ହାଇଦର ତାଙ୍କ ପ୍ରେମିକା ସଚିନ୍‌ଙ୍କୁ ଭେଟିବାକୁ ଭାରତ ଆସିଛନ୍ତି, ସେବେଠାରୁ ସେ ଚର୍ଚ୍ଚାରେ ଅଛନ୍ତି। ଚାରିଆଡେ ତାଙ୍କରି କଥା ହିଁ ଆଲୋଚନା। ଲୋକମାନେ ତାଙ୍କୁ ଦେଖିବା ପାଇଁ ଅନ୍ୟ ସହରରୁ ମଧ୍ୟ ଆସୁଛନ୍ତି। ଉଭୟଙ୍କ ପ୍ରେମ କାହାଣୀ ବିଭିନ୍ନ ଚ୍ୟାନେଲ୍‌ରେ ମଧ୍ୟ ଦେଖାଯାଉଛି। କିନ୍ତୁ ଏହାରି ଭିତରେ ଉଭୟଙ୍କ ସହ ଜଡିତ ଯେଉଁ ବିଷୟରେ ଅଧିକ ଚର୍ଚ୍ଚା ହେଉଛି, ତାହା ହେଲା ସେମାନଙ୍କ ପଡ଼ୋଶୀ।

Advertisment

ନ୍ୟୁଜ୍ ଚ୍ୟାନେଲଗୁଡିକ ଯେତେବେଳେ ଜଣେ ମହିଳାଙ୍କ ସହ ସଚିନ୍ ଏବଂ ସୀମାଙ୍କ ବିଷୟରେ ପଚରାଉଚରା କରିଥିଲେ ସେବେଠାରୁ ତାଙ୍କର ଏକ ମଜାଳିଆ ମତ ଭାଇରାଲ ହେବାରେ ଲାଗିଛି। ସେ ହିଁ ପ୍ରଥମେ ସଚିନଙ୍କ ପାଇଁ କହିଥିଲେ, 'ଲାପୁ ସା ସଚିନ୍!' ଏହି କଥା ସୋସିଆଲ ମିଡିଆରେ ଏତେ ଭାଇରାଲ ହୋଇଥିଲା ଯେ ବର୍ତ୍ତମାନ ଜଣେ ପ୍ରସିଦ୍ଧ ଇଣ୍ଟରନେଟ୍ ଖ୍ୟାତି ଗୀତିକାର ସେହି ମହିଳାଙ୍କ କଥାକୁ ନେଇ ଏକ ଗୀତ ପ୍ରସ୍ତୁତ କରିଛନ୍ତି।

ୟଶରାଜ ମୁଖାଟେ ସୋସିଆଲ ମିଡିଆର ଜଣେ ପ୍ରସିଦ୍ଧ ଗୀତିକାର। ସେ ପ୍ରାୟତ ଟିଭି ଶୋ’ର ସଂଳାପରେ ଗୀତ ରଚନା କରନ୍ତି, ଯେଉଁ କାରଣରୁ ସେ ଚର୍ଚ୍ଚାକୁ ଆସିଥିଲେ। 'ରସୋଡେ ମେ କୌନ୍‌ ଥା' ସଂଳାପକୁ ନେଇ ଏକ ଗୀତ ରଚନା କରି ସେ ପ୍ରସିଦ୍ଧ ହୋଇଥିଲେ। ବର୍ତ୍ତମାନ ସେ ସଚିନଙ୍କ ପଡ଼ୋଶୀ ଏହି ମହିଳାଙ୍କ କଥାରେ ଏକ ଗୀତ ତିଆରି କରି ଆଲୋଚନାରେ ରହିଛନ୍ତି।

Advertisment

ଯେଉଁ ଭିଡିଓରେ ସେ ଏହି ଗୀତ ରଚନା କରିଛନ୍ତି, ତା’ଉପରେ ମହିଳା ଜଣକ କହୁଛନ୍ତି - “ଲାପୁ ସା ସଚିନ୍ ହେ, ଝିଙ୍ଗୁର ସା ଲଡ୍‌କା, କ୍ୟା ହେ ସଚିନ୍ ମେ, ବୋଲନା ଉସ୍‌କା ଆତା ନେହି, ବୋଲ୍‌ତା ୱ ନେହି ହେ, ଝିଙ୍ଗୁର ସା ଲଡକା, ଉସ୍‌ସେ ସୀମା ପ୍ୟାର୍ କରେଗୀ, ୟେ ପ୍ୟାର୍ ହେ!”

ବାସ୍, ଏହି କଥାକୁ ନେଇ ୟଶରାଜ ଏକ ଗୀତ ପ୍ରସ୍ତୁତ କରିଛନ୍ତି। ସେ ନିଜେ ଭିଡିଓରେ ଗିଟାର ବଜାଇବା ସହ ଗୀତ ଗାଇବା ଏବଂ ବ୍ୟାକ୍‌ଗ୍ରାଉଣ୍ଡ୍‌ ସାଉଣ୍ଡ୍‌ ମଧ୍ୟ ଦେଉଥିବାର ନଜର ଆସିଛନ୍ତି। ଗୀତ ତିଆରି ହେବା ପରେ ଏହା ଏତେ ଆକର୍ଷଣୀୟ ଲାଗୁଛି ଯେ କେବଳ ସାଧାରଣ ଲୋକ ନୁହଁନ୍ତି, ସେଲିବ୍ରିଟିମାନେ ମଧ୍ୟ ଏହି ଗୀତର ପ୍ରଶଂସକ ପାଲଟିଯାଇଛନ୍ତି।

ଖବର ଲେଖାହେବା ବେଳକୁ ଭିଡିଓଟି ୨୯ ଲକ୍ଷରୁ ଅଧିକ ଭ୍ୟୁ ପାଇଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଅଭିନେତା ଆୟୁଷ୍ମାନ ଖୁରାନା, ଅଭିନେତ୍ରୀ ମୁମୁନ୍ ଦତ୍ତା ମନ୍ତବ୍ୟ ଦେଇ ଏହି ଗୀତକୁ ସମର୍ଥନ କରିଛନ୍ତି। ଜଣେ କହିଛନ୍ତି ଯେ ଏହି ଗୀତ ଶୁଣି ସବୁ ସଚିନମାନେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବେ। ଜଣେ କହିଛନ୍ତି, “୨୦୧୩ରେ ଲୋକମାନେ ସଚିନ୍ ତେନ୍ଦୁଲକରଙ୍କ ପାଇଁ ସଚିନ୍… ସଚିନ୍… ଚିତ୍କାର କରୁଥିଲେ। ୨୦୨୩ ମସିହାରେ ଲୋକମାନେ ଲପୁ ସା ସଚିନ୍ କହି ପାଟି କରୁଛନ୍ତି!”

Social Media Viral Video Love Story
Advertisment
Advertisment