/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691310200.jpg)
Pakistan Woman Virtually Marries Jodhpur Man After Failing To Get Indian Visa
କନ୍ୟାଙ୍କୁ ମିଳିଲାନି ଭିସା, ଭାରତୀୟ ଯୁବକଙ୍କୁ ଭିଡିଓକଲିଂରେ ବିବାହ କଲେ ପାକିସ୍ତାନ ମହିଳା । ଜଣେ ପାକିସ୍ତାନୀ ମହିଳା ଭିସା ନପାଇବାରୁ ଯୋଧପୁରର ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଆରମ୍ଭ ହେଲାଣି । ନିକଟରେ ପାକିସ୍ତାନର ସୀମା ହାଇଦରଙ୍କ ପ୍ରେମ କାହାଣୀ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ କରାଚିର ଅମେନା ତାଙ୍କ ବିବାହ ପାଇଁ ଭିସା ଆବେଦନ କରିଥିଲେ । ହେଲେ ତାଙ୍କୁ ଭିସା ମିଳିନଥିଲା । ଫଳରେ ସେ ତାଙ୍କ ପ୍ରେମିକ ଅରବାଜ ଖାନଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ବିବାହ ବୁଧବାର ଦିନ ଅନ୍ଲାନ୍ରେ ହୋଇଥିଲା ।
ଅରବାଜ ତାଙ୍କ ପ୍ରେମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଅମେନା ଭିସା ପାଇଁ ପୁଣି ଥରେ ଆବେଦନ କରିବେ । ମୁଁ ପାକିସ୍ତାନରେ ବିବାହ କରିନାହିଁ । କାରଣ ଏହି ବିବାହକୁ ଭାରତରେ ମାନ୍ୟତା ମିଳିବ ନାହିଁ । ଭାରତରେ ପହଞ୍ଚିବା ପରେ ଆମକୁ ପୁନର୍ବାର ବିବାହ କରିବାକୁ ପଡିବ ।
ଅରବାଜ ଖାନ ହେଉଛନ୍ତି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ସେ ବୁଧବାର ଦିନ ତାଙ୍କ ବନ୍ଧୁ ଓ ପରିବାର ସହ ଯୋଧପୁରର ଓସୱାଲ ସମାଜ ଭବନରେ ପହଞ୍ଚିଥିଲେ । ସେଠାରେ ଅରବାଜ ଓ ଅମେନାଙ୍କ ରୀତିନୀତି ଅନୁସାରେ ଭିଡିଓ ମାଧ୍ୟମରେ ନିକା ହୋଇଥିଲା । ପରିବାର ଓ ଅତିଥି ସଦସ୍ୟମାନେ ଉଭୟଙ୍କୁ ଆଶୀର୍ବାଦ କରିବା ସହ ସୁଖମୟ ଜୀବନ କାମନା କରିଥିଲେ ।
ଅମେନା ମଧ୍ୟ ଏହି ସମ୍ପର୍କକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମ ସମ୍ପର୍କକୁ ନେଇ ପୂର୍ବରୁ ସମ୍ପର୍କୀୟମାନେ ଆଲୋଚନା କରୁଥିଲେ । ପରେ ଆମ ପରିବାର ପକ୍ଷରୁ ବିବାହର ବ୍ୟବସ୍ଥା କରାଯାଇଥିଲା । ସେ ଆହୁରି କହିଛନ୍ତି କି, ନିକା ଅନଲାଇନରେ କରିବାର କାରଣ ହେଉଛି ଆଜିକାଲି ଭାରତ ଓ ପାକିସ୍ଥାନ ମଧ୍ୟରେ ସମ୍ପର୍କ ସେମିତି ଭଲନାହିଁ । ଆଶା କରୁଛି ଶୀଘ୍ର ଭିସା ମିଳିବ, ଭାରତରେ ବହାଘର ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)