/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691319338.jpg)
train derails
ପଡ଼ୋଶୀ ଦେଶ ପାକିସ୍ତାନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ନୱାବସାହା ଷ୍ଟେସନ ପାଖରେ ହଜାରା ଏକ୍ସପ୍ରେସର ଦଶଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । କରାଚୀରୁ ଅବଟ୍ଟୋବାଦ ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଗାମୀ ସମୟରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ହଜାରା ଏକ୍ସପ୍ରେସ୍ ଟ୍ରେନ୍ କରାଚିରୁ ପାକିସ୍ଥାନର ଅବଟ୍ଟୋବାଦ ଅଭିମୁଖେ ବାହାରିଥିଲା । ଖବର ଅନୁଯାୟୀ ବର୍ତ୍ତମାନ ଆହତମାନଙ୍କୁ ନବାବଶାହର ପିପୁଲ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରେନ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଦୁର୍ଘଟଣା ପରେ ନିକଟସ୍ଥ ଡାକ୍ତରଖାନା ଗୁଡ଼ିକରେ ଜରୁରୀକାଳୀନ ପ୍ରୋଟୋକଲ୍ ଲାଗୁ କରାଯାଇଛି ।
ପାକିସ୍ତାନ ରେଳବାଇର ଉପାଧୀକ୍ଷକ ମହମୁଦ ରେହମାନ କହିଛନ୍ତି, କ୍ଷତିଗ୍ରସ୍ତ ବଗିରୁ ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୮୦ ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ।
ସେହିପରି ପାକିସ୍ତାନର ରେଳମନ୍ତ୍ରୀ କହିଛନ୍ତି , ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଟ୍ରେନଟି ସାଧାରଣ ବେଗରେ ଯାଉଥିଲା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଡାକ୍ତରଖାନା ଗୁଡ଼ିକରେ ଜରୁରୀକାଳୀନ ଭିତ୍ତିରେ ଆହତଙ୍କ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)