• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଝାଳରେ ଜୁଡ଼ୁବୁଡ଼ୁ ବିମାନ ଯାତ୍ରୀ । ଇଣ୍ଡିଗୋ ବିମାନରେ ଏସି ନଚାଲିବାରୁ ଝାଳ ପୋଛିବା ପାଇଁ ଯାତ୍ରୀମାନଙ୍କୁ ଟିସୁ ପେପର ବାଣ୍ଟିଲେଏୟାର୍‌ ହୋଷ୍ଟେସ । ଇଣ୍ଡିଗୋ ବିମାନ ବିନା ଏସିରେ ଯାତ୍ରୀଙ୍କୁ ଧରି ଉଡାଣ ଭରିଥିବା ଅଭିଯୋଗ କରିଛନ୍ତି ଯାତ୍ରୀ । ତେବେ ଏହି ବିମାନରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅମରିନ୍ଦର ସିଂହ ରାଜା ୱାରିଙ୍ଗ ମଧ୍ୟ ଯାତ୍ରା କରୁଥିଲେ । ଆଉ ବିମାନ ଭିତରେ ଯାତ୍ରୀ ହନ୍ତସନ୍ତ ହେଉଥିବାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଭିଡିଓ ସେୟାର କରିବା ସହ ସେ ଲେଖିଛନ୍ତି 'ବିନା ଏସିରେ ଦେଢ ଘଣ୍ଟା ଯାତ୍ରା କରିଛନ୍ତି ଯାତ୍ରୀ । ପ୍ରଥମେ ଯାତ୍ରୀଙ୍କୁ ଗରମରେ ପ୍ରାୟ ୧୦-୧୫ ମିନିଟ୍ ଅପେକ୍ଷା କରାଇବା ପରେ ଏସି ବିନା ବିମାନ ଉଡାଣ ଆରମ୍ଭ ହୋଇଥିଲା । ଉଡ଼ାଣଠୁ ଆରମ୍ଭ କରି ଅବତରଣ ପର୍ଯ୍ୟନ୍ତ, ଏସି ବନ୍ଦ ହୋଇଯାଇଥିଲା ...ସମସ୍ତ ଯାତ୍ରୀଙ୍କୁ ବିମାନ ମଧ୍ୟରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ଏହାର କୌଣସି ସମାଧାନ କରାଯାଇ ନଥିଲା । ଯାତ୍ରୀଙ୍କ ଅବସ୍ଥା ଦେଖି ଶେଷରେ ଏୟାର ହୋଷ୍ଟେସ ଝାଳ ପୋଛିବା ପାଇଁ ଟିସୁ ପେପର୍‌ ବାଣ୍ଟିଥିଲେ ।

ଏନେଇ ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌(ଡିଜିସିଏ) ଏବଂ ଏୟାର୍‌ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆକୁ ଟ୍ୟାଗ୍‌ କରି ଇଣ୍ଡିଗୋ ଏୟାର୍‌ଲାଇନ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ।