• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉଦଘାଟିତ ହୋଇଛି ବହୁପ୍ରତିକ୍ଷିତ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଆଜି ଏହାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଭାରତୀୟ ରେଳ ଇତିହାସରେ ନୂଆ ଅଧ୍ୟାୟର ସୃଷ୍ଟି ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଅତ୍ୟାଧୁନିକ ଟ୍ରେନ୍ ସଂଖ୍ୟା ବୃଦ୍ଧି ପାଉଛି, ଉତ୍ତର ପୂର୍ବ ରାଜ୍ୟରେ ରେଲୱେର ବିସ୍ତାର ପାଇଁ ଗୁରୁତ୍ୱ ଦିଆଯାଇଛି ।

ଏପରିକି ନାଗାଲାଣ୍ଡରେ ଶହେ ବର୍ଷ ପରେ ଦ୍ୱିତୀୟ ରେଳ ଷ୍ଟେସନ୍ ନିର୍ମାଣ ହୋଇଛି । ଟ୍ରେନରେ ବାୟୋ ଟଏଲେଟ୍ ସଂଖ୍ୟା ୨୮ ଗୁଣା ବୃଦ୍ଧି ପାଇଛି । ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଦେବାକୁ ରେଲୱେ ନିଜ ଭିତ୍ତିଭୂମି ବିସ୍ତାର କରିଛି । ଗତ ୯ ବର୍ଷରେ ରେଲୱେରେ ହୋଇଛି ରେକର୍ଡ ନିବେଶ । ଏସବୁ ଯୋଗୁଁ ସାରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି ।

ଖାଲି ଏତିକି ନୁହେଁ ଉଦଘାଟନୀ କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ତେରଛା ବାଣ ମାରିଛନ୍ତି ମୋଦି । ଗତ ୭୦ ବର୍ଷରେ ଶାସନରେ ବିରୋଧୀ କିଛି ବି କରିନାହାନ୍ତି । ଏବେ ବି ବିରୋଧୀ ପୂରଣା ଚିନ୍ତାଧାରାରେ ଅଛନ୍ତି । ବିରୋଧୀ ନୂଆ ସଂସଦକୁ ବିରୋଧ କରିଥିଲେ, ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରିନଥିଲେ । କିନ୍ତୁ ୯ ବର୍ଷର ସରକାର ଭୋଟ୍ ବ୍ୟାଙ୍କ ରାଜନୀତି ଭୁଲି କାମ କରିଛୁ ବୋଲି ଦୋହରାଇଛନ୍ତି ମୋଦି । ..