• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମନବୋଳ ଦୃଢ ଥିଲେ ମଣିଷ କିଛି ବି କରିପାରେ । ସେଇଥି ପାଇଁ ତ କଥାରେ ଅଛି ଇଚ୍ଛା ଆଗରେ ସବୁ କିଛି ହାର୍‌ ମାନେ । ହଠାତ୍‌ ଆମେ ଏମିତି କାହିଁକି କହିଲୁ ଆପଣଙ୍କୁ ବୁଝାପଡୁନଥିବ । ହେଲେ ଭାଇରାଲ ଭିଡିଓ ଦେଖିବା ପରେ ଆପଣ ବି ତାଙ୍କୁ ସଲାମ୍ କରିବାକୁ ବାଧ୍ୟ ହେବେ ।...ଦେଖନ୍ତୁ ଜିମ୍‌ରେ କେମିତି କରୁଛନ୍ତି ୱାକ୍‌ । ୱାକ୍‌ ଷ୍ଟାଇଲ ଦେଖିଲେ ପୂରା ଚମକି ପଡିବେ । ଆଉ କହିବେ ଏ ବୟସରେ ଏମିତି ଜିମ୍‌ ଯାଇ କାମ କରିବା କିଛି କମ୍‌ କଥା ନୁହେଁ...

 

 
 
 
 
 
 
 
 
 
 
 
 
 
 
 

A post shared by Choudhary Ajay Sangwan (@weightliftermummy)

ନିଜକୁ ଫିଟ୍ ରଖିବା ପାଇଁ ଭଲ ଖାଦ୍ୟ ଏବଂ ପାନୀୟ ସହିତ ବ୍ୟାୟାମ ନିହାତି ଦରକାର । ଯୋଗ, ଧ୍ୟାନ, ଚାଲିବା , ଶାରୀରିକ ପରିଶ୍ରମ କରିବା ଦ୍ୱାରା ଆମେ ସୁସ୍ଥ ରୁହନ୍ତି । ଖାଲି ଶାରୀରିକ ଭାବରେ ଆମେ ସୁସ୍ଥ ରୁହନ୍ତି ତାହା ନୁହେଁ ବରଂ ମାନସିକ ସ୍ତରରେ ବି ଆମେ ଫିଟ୍‌ ରୁହନ୍ତି । ହେଲେ ଅଧିକାଂଶ ଲୋକ ଭାବନ୍ତି ବୟସ୍କ ଲୋକମାନେ ଜିମ୍ ଯିବା ଠିକ୍ ନୁହେଁ । ସେମାନେ କେବଳ ହାଲୁକା ବ୍ୟାୟାମ କରିବା କିମ୍ବା ଚାଲିବା ଉଚିତ୍ । ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ ଅନେକଙ୍କ ଚିନ୍ତା ବଦଳିଛି । ବୟସ୍କାଙ୍କ ଜିମ୍‌ କରିବାର ଶୈଳୀକୁ ସମସ୍ତେ ତାରିଫ ବି କରିଛନ୍ତି ।

ସୋସିଆଲ ମିଡିଆ ପେଜ୍‌ ଇନଷ୍ଟଗ୍ରାମ୍‌ରେ ସେୟାର ହୋଇଥିବା ଏହି ଭିଡିଓକୁ ଚୌଧୁରୀ ଅଜୟ ନାମକ ଜଣେ ବ୍ୟକ୍ତି ନିଜ ପେଜ୍‌ରେ ସେୟାର କରିଛନ୍ତି । ତେବେ ଏହି ମହିଳା ଜଣଙ୍କ ତାଙ୍କ ମାଆ ବୋଲି ଜଣାପଡିଛି । ଅଜୟ ମାଆଙ୍କର ବୟସ ୬୮ରୁ ଅଧିକ । ହେଲେ ଏ ବୟସରେ ବି ହାର୍‌ ମାନିନାହାନ୍ତି ସିଏ । ବରଂ ପ୍ରତିଦିନ ଜିମ୍‌ ଯାଉଛନ୍ତି ଆଉ ୱାକଆଉଟ୍‌ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଅନେକ ୟୁଜର୍ସ ଭିନ୍ନଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।