Advertisment

ମା’ ହେଲେ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍; ପୁଅର ନା’ ଦେଲେ ଏମିତି…

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ ଗର୍ଭବତୀ ହେବାର ଖବର ହେତୁ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ସେ ଏକ ସ୍ୱତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ଦେଇଛନ୍ତି। ସେ ପ୍ରଶଂସକଙ୍କୁ ତାଙ୍କ ପୁଅର ଚେହେରା ଏବଂ ସ୍ପେଶାଲ ନାଁ ମଧ୍ୟ କହିଛନ୍ତି।

author-image
Pramod Behera
Ileana dcruz revealed baby boy pic with his special name

Ileana dcruz revealed baby boy pic with his special name

‘ରୁସ୍ତମ୍‌’ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ ଗର୍ଭବତୀ ହେବାର ଖବର ହେତୁ ଚର୍ଚ୍ଚାରେ ରହିଛନ୍ତି। ଏଥି ସହିତ ସେ ସୋସିଆଲ ମିଡିଆରେ ଟ୍ରୋଲର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ ସେ ଏକ ସ୍ୱତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ଦେଇଛନ୍ତି। ସେ ପ୍ରଶଂସକଙ୍କୁ ତାଙ୍କ ପୁଅର ଚେହେରା ଏବଂ ସ୍ପେଶାଲ ନାଁ ମଧ୍ୟ କହିଛନ୍ତି।

Advertisment

ଏହି ପୋଷ୍ଟ୍ ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସାରେ ପୋତି ପକେଇଛନ୍ତି। ଅଭିନେତ୍ରୀଙ୍କ ଉପରେ ଭଲ ପାଇବାର ବର୍ଷା କରୁଛନ୍ତି। ଦେଖନ୍ତୁ ଇଲିଆନା ଡି’କ୍ରୁଜଙ୍କ ପୁଅର ପ୍ରଥମ ଝଲକ।

Advertisment

ନିକଟରେ ଇଲିଆନା ଡି’କ୍ରୁଜ୍ ଏକ ପୋଷ୍ଟ ଶେୟାର କରିଥିଲେ। ତାଙ୍କର ଏହି ପୋଷ୍ଟ୍ ତାଙ୍କ ପୁଅର ପ୍ରଥମ ଫଟୋ। ଅଗଷ୍ଟ ୧ରେ ଅଭିନେତ୍ରୀ ମା’ ହୋଇଛନ୍ତି। ତାଙ୍କ ପୁଅର ନା’ ହେଉଛି କୋଆ ଫିନିକ୍ସ ଡୋଲନ୍। ପୁଅର ପ୍ରଥମ ଫଟୋ କଳା-ଧଳା ହୋଇଥିବା ବେଳେ ପୋଷ୍ଟରେ ତାଙ୍କ ନବ ଜନ୍ମିତ ଶିଶୁ ଶୋଇଥିବା ଦେଖିବାକୁ ମିଳେ।

ଏହି ପୋଷ୍ଟ ଶେୟାର ହେବା ମାତ୍ରେ ଆଥିଆ ଶେଟ୍ଟି, ନର୍ଗିସ୍ ଫାକ୍‌ରୀ ଏବଂ ଡବୁ ରତନାନୀଙ୍କ ପରି ସେଲିବ୍ରେଟିମାନେ ଶୁଭେଚ୍ଛା ଜଣେଇଛନ୍ତି। ପ୍ରଶଂସକମାନେ ମଧ୍ୟ ହାର୍ଟ ଇମୋଜି ଶେୟାର୍ କରି ପ୍ରେମ ବାଣ୍ଟୁଛନ୍ତି।

ଏହି ପୋଷ୍ଟକୁ ସେୟାର କରି ଇଲିଆନା ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଆମେ ଆମର ସ୍ନେହର ପୁତ୍ରକୁ ଦୁନିଆକୁ ସ୍ୱାଗତ କରି କେତେ ଖୁସି ତାହା ଶବ୍ଦରେ ବର୍ଣ୍ଣନା କରି ହେବ ନାହିଁ। ହୃଦୟ ପୂର୍ଣ୍ଣ ହୋଇଗଲା।" ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ଇଲିଆନା ତାଙ୍କ ସାଥୀଙ୍କ ବିଷୟରେ ଉଲ୍ଲେଖ କରିନାହାଁନ୍ତି। କିନ୍ତୁ କିଛି ସପ୍ତାହ ପୂର୍ବରୁ ସେ ତାଙ୍କର ଡେଟ୍ ନାଇଟ୍ ଫଟୋ ଶେୟାର କରି ପ୍ରଶଂସକଙ୍କ ସାମ୍ନାରେ ପ୍ରେମିକର ଚେହେରାକୁ ଦେଖାଇଥିଲେ।

ତେବେ ଇଲିଆନା ତାଙ୍କ ସନ୍ତାନର ଜନ୍ମ ବିଷୟରେ କହିବା ପରେ, ଏକ ଜାତୀୟ ଗଣମାଧ୍ୟମ ଏକ ବିବାହ ରେଜିଷ୍ଟ୍ରିକୁ ନେଇ ଏକ ରିପୋର୍ଟ ଶେୟାର କରିଛି। ଏହି ରେଜିଷ୍ଟ୍ରି ଅନୁଯାୟୀ, ଇଲିଆନା ଚଳିତ ବର୍ଷ ମେ ୧୩ ରେ ମାଇକେଲ ଡୋଲାନଙ୍କୁ ବିବାହ କରିଛନ୍ତି। ବିବାହ ଇଲିଆନାଙ୍କ ଗର୍ଭଧାରଣ ଘୋଷଣାର ଚାରି ସପ୍ତାହ ପୂର୍ବରୁ ହୋଇଛି।

ପ୍ରକାଶଥାଉ ଯେ ୩୬ ବର୍ଷୀୟା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ବଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତ୍ରୀ, ଯିଏ ରୁସ୍ତମ୍, ମେ ତେରା ହିରୋ ଏବଂ ବର୍ଫି ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ସେ ସାଉଥ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

Bollywood Ileana DCruz Instagram
Advertisment
Advertisment