ଚିଟଫଣ୍ଡ କମ୍ପାନୀରେ ନିଜ କଷ୍ଟ ଅର୍ଜିତ ଟଙ୍କା ବିନିଯୋଗ କରି ଟଙ୍କା ଫେରି ପାଇବାକୁ ଅପେକ୍ଷା କରିଥିବା ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କ ଆଶାରେ ଚରାଗଲାଣି ଊଈ ।
ରାଜ୍ୟରେ ଅସହ୍ୟ ହେଲାଣି ବାବୁଗିରି । ପୂର୍ବରୁ କେବଳ ରାଜ୍ୟ ଶାସନରେ ଅଫିସରଙ୍କ ଦବଦବା ରହୁଥିଲା ବେଳେ ଏବେ ଏହା ଗାଁରେ ବି ପହଞ୍ଚିଲାଣି । ସରପଞ୍ଚଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି ବିଡିଓ । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସରପଞ୍ଚ ।
ଓଡ଼ିଶାର ପିଲା, ଓଡ଼ିଆ ସ୍କୁଲରେ ପଢିବେ...ହେଲେ ଇଏ ଏମିତି ସ୍କୁଲ ଯେଉଁଠି ଘର ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ ବି ନାହାନ୍ତି । ପାଠ ପଢିବାକୁ ହେଲେ ପଡୋଶୀ ଝାଡଖଣ୍ଡ ଯାଉଛନ୍ତି ଶହଶହ ପିଲା
RBIରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। RBI ବର୍ତ୍ତମାନ ଆସିଷ୍ଟାଣ୍ଟ’ ପଦ ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରୁଛି। ଆବେଦନ ପ୍ରକ୍ରିୟା ଚାଲିଛି। ଯେଉଁମାନେ ଇଚ୍ଛୁକ ବିନା ବିଳମ୍ବରେ ତୁରନ୍ତ ଆବେଦନ କରିବା ଦରକାର।
ସେ ଦିବ୍ୟାଙ୍ଗ ହେଲେ ବି ସକ୍ଷମ । କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି...ହାର୍ ମାନିନାହାନ୍ତି ବରଂ ନିଜେ ରୋଜଗାର କରି ବଞ୍ଚିବାର କଳା ଜାଣିଛନ୍ତି । ସେଇଥି ଲାଗି ତ ଲୋନ୍ କରି ଛେଳି ଚାଷ କଲେ ଏବେ ରୋଜଗାର ବଢିଆ
ପାଖେଇ ଆସୁଛି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ ଚତୁର୍ଥୀ । ପୂଜା ଲାଗି ଚଳଚଂଚଳ ହେଲାଣି ଗାଁଠୁ ସହର । ନିଜ ନିଜ ପୂଜା ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜେଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ହେଲେ ବ୍ରହ୍ମପୁର ସାନକୁଶସ୍ଥଳୀ ଗାଁର ପୂଜାକୁ ନେଇ ଏବେ ସହରସାରା ଚର୍ଚ୍ଚା
ନୀଳଗିରି ବ୍ଲକ୍ ପୋଡାଶୂଳ ଗାଁର ସୁଲୋଚନା ବେହେରା । ବୟସ ୯୦ ପାର ହେଲାଣି । ସ୍ୱାମୀ ସରକାରୀ ଚାକିରି କରିଥିଲେ...ମାସକୁ ଦରମା ଟଙ୍କାରେ ଏମାନେ ବେଶ୍ ଭଲରେ ଚଳୁଥିଲେ । ସ୍ୱାମୀଙ୍କ ଅବର୍ତ୍ତମାନରେ ନିୟମ ଅନୁସାରେ ସୁଲୋଚନାଙ୍କୁ ପେନସନ ମିଳୁଥିଲା
ବିରାଟ କୋହଲି..କେବଳ ନାଁ ହିଁ ସବୁ କିଛି । କ୍ରିକେଟର ଜଗତର କିଙ୍ଗ ହେଉଛନ୍ତି ବିରାଟ । ହେଲେ ନିଜକୁ କେବେ ହେଲେ ବଡ଼ ଖେଳାଳି ବୋଲି ଭାବି ଅହଂକାର ଦେଖାନ୍ତି ନାହିଁ ବିରାଟ ।
ସ୍ୱାମୀ ପର ଘରେ ମଜୁରୀ ଖଟିଲେଏ ଘରେ ଚୁଲି ଜଳିବ । ସେଇଠି ନୂଆ ଘର କଥା ପଚାରେ ବା କିଏ ? ସେଇଥି ଲାଗି ତ ପଲିଥିନ୍ ତଳେ ବିତୁଛି ଜୀବନ । ପୂରା ଜୀବନଟା ସେହି ଘରେ କଟିଗଲାଣି । ଭାବିଥିଲେ ବୟସର ଅପରାହ୍ନରେ ପହଞ୍ଚିବା ପରେ ଆବାସ ଯୋଜନାରେ ଘର ମିଳିବ, ଟିକିଏ ଶାନ୍ତିରେ ରହିବେ । ହେଲେ ସେ ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଗଲା । ମୋଟ୍ ଉପରେ ଆବାସ ତାଙ୍କ ଲାଗି ଉପହାସ ପାଲଟିଗଲା । ଘର ଖଣ୍ଡିଏ ଲାଗି ପ୍ରଶାସନିକ ବଡବାବୁଙ୍କୁ ଗୁହାରି କରି କରି ଥକିପଡିଲେଣି ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ।
ଜମିବ ଗଣେଶ ପୂଜା । ମାସେ ଯାଏଁ ପୂଜା ପାଇବେ ବୁଢା ଗଣେଶ । ଚାନ୍ଦିର ତାରକସି କାମରେ ଚିକମିକ କରିବ ପୂଜା ପେଣ୍ଡାଲ । ଆଉ ଭସାଣୀରେ ତ ପୂରା ବୋବାଲିଆ ଡ୍ୟାନ୍ସ ହେବ
ସ୍ୱିଗି କି ଜୋମାଟୋ ନୁହେଁ...ଘରେ ତିଆରି ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ପିଲାଙ୍କୁ ଦେବେ ମାଆ । ଅନଲାଇନ୍ କି ଅଫ୍ ଲାଇନ୍ରେ ବି ଅର୍ଡର କରିବାକୁ ମନା କଲେ କୋର୍ଟ । ଜାଣନ୍ତୁ ଏମିତି ରାୟ କାହିଁକି ଦେଇଛନ୍ତି କୋର୍ଟ
ଲୋକଙ୍କ ସୁବିଧା ଲାଗି ତିଆରି ହେଲା ରେଲୱେ ଭୂତଳ ପୋଲ । ହେଲେ ଘଂଟାଏ ବର୍ଷା ହେଲା ଜମୁଛି ଅଂଟାଏ ଲେଖାଏଁ ପାଣି । ଟିକିଏ ଅସାବଧାନ ହେଲେ ବୁଡ଼ିଯିବାର ବି ଭୟ ରହିଛି
ନାସିରୁଦ୍ଦିନ ଶାହା ତାଙ୍କ ଅଭିନୟ ଅପେକ୍ଷା ବିବାଦୀୟ ମତ ଦେଇ ପ୍ରାୟ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଅନେକ ଲୋକ ତାଙ୍କୁ ଟ୍ରୋଲ କରୁଛନ୍ତି। ସବୁଠାରୁ ବଡ କଥା ହେଉଛି ନାସିରୁଦ୍ଦିନ ଶାହା ନିଜେ ବଲିଉଡର ଏକ ଅଂଶ ହୋଇ ବି ବଲିଉଡ୍ ଫିଲ୍ମ ବିରୁଦ୍ଧରେ କହିଥାନ୍ତି।
ନୁଆଣିଆ ଭଙ୍ଗା ଘର । ଆଉ ତା’ରି ଭିତରେ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଗୋଟିଏ କି ଦୁଇଟି ନୁହେଁ ବରଂ ତିନି ତିନୋଟି ପରିବାର ରହୁଛନ୍ତି ଏହି ଘରେ । ସେଇଠି ଖାଇବା ପୁଣି ସେଇଠି ଶୋଇବା । ଏହି ଘରେ ପାଦେ ପାଦେ ବିପଦ ଅଛି । ହେଲେ ଉପାୟ ବି କିଛି ନାହିଁ ।
କିଏ ତାଙ୍କୁ ଜୀବନ ଜିଇଁବାର ମନ୍ତ୍ର ପଢ଼ାଇବ । ଏକଥା ସେମାନେ କେବେ ଭାବି ପାରୁନଥିଲେ । ଏମିତି ଦୁଃଖ କଷ୍ଟରେ ଅଭାବ ଅନଟନରେ କଟୁଥିଲା ସେମାନଙ୍କର ଦିନ ।
'ଜବାନ' ଦେଖିସାରିବା ପରେ ଜଣେ ପାକିସ୍ତାନୀ ଷ୍ଟାର୍ ଶାହରୁଖ ଖାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ୱିଟ୍ କରିଛନ୍ତି। ସେ କିଛି ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଟ୍ୱିଟ୍ରେ ଯାହା ଲେଖିଛନ୍ତି ତାହା ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ବାସ୍ତବରେ ସମଗ୍ର ଓଡ଼ିଶାରେ ଏହାର ମୂଳ ନାଁ ସପ୍ତପୁରୀ ଅମାବାସ୍ୟା । ବାର ମାସରେ ତେର ପର୍ବ ଆଧାରରେ ଏହା ମଧ୍ୟ ଗୋଟିଏ ପର୍ବ । ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାବାସ୍ୟା ରୁପେ ପରିଚିତ । ଏହି ଦିନ ଆମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୁଏ । ଯାହା ୭ ପ୍ରକାର ପୂର ଦେଇ ପ୍ରସ୍ତୁତ ହୋଇଥାଏ ।
ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍. ମହେନ୍ଦ୍ର ଭାଇ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହି ଯୋଜନା ମାଧ୍ୟମରେ କେବଳ ଓଡ଼ିଶାରୁ ୧ ଲକ୍ଷ କାରିଗର ଉପକୃତ ହେବା ନେଇ ଆକଳନ କରାଯାଇଛି ।
ଇଞ୍ଜିନିୟର ମାନେ ଏକ ଅଭିନବ ଢ଼ଙ୍ଗରେ ନିଜର ପ୍ରତିବାଦ ଜଣାଇଛନ୍ତି । ଆଉ ସରକାରଙ୍କୁ ପାଟି ନଖୋଲି ବଡ଼ ସମାଲୋଚନା କରିଛନ୍ତି ।
ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଜୀରା ବ୍ରିଜ୍ ତଳେ ଗତ ୬ ତାରିଖ ଦିନ ସକାଳୁ ନଦୀ ପଠାରେ ପଡ଼ିଥିଲା ଜଣେ ମହିଳାଙ୍କ ମୃତ ଦେହ । ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଲେ ।
ସଚେତନ ପାଇଁ ଆଶାକର୍ମୀ ଓ ANMଙ୍କୁ ନିର୍ଦ୍ଦେଶ । ଜଣଙ୍କର ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ CDMOଙ୍କ ସୂଚନା ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୃତ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି ।
ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି ।
ବୁଧବାର ବିଳମ୍ବିତ ରାତିରେ ଉଭୟଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ୍ ବଚସା ହେବାପରେ ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ନାରାୟଣ ।
ଟଙ୍କା ଜମା କରିଥିବା ହିତାଧିକାରୀଙ୍କୁ ଆଉ ଟଙ୍କା ମିଳିବ କି ନାହିଁ ଆଶା କମ ଦେଖାଯାଉଛି । କାରଣ ହିତାଧିକାରୀ ଦାଖଲ କରିଥିବା ସତ୍ୟପାଠ ସବୁ ନଷ୍ଟ ହେବାକୁ ବସିଲାଣି । ହିତାଧିକାରୀ ଯାହା ଦାଖଲ କରିଥିଲେ ତାହା ଆଉ ଦସ୍ତାବିଜ୍ ଭାବରେ ନାହଁ । କିଛି ଦସ୍ତାବିଜରେ ଗଛ ଉଠିବା ସହ ଲତା ମାଡ଼ି ଗଲାଣି ।