• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବୟସ ୯୦ ପାର୍‌ ହେଲାଣି । ଆଖିକୁ ଭଲରେ ଦିଶୁନି...ପୁଅ ପଚାରୁନି । ସ୍ୱାମୀ ଚାକିରି କରିଥିବା ବେଳେ କଷ୍ଟେମଷ୍ଟେ ଚଳୁଥିଲା ପୂରା ପରିବାର । ହେଲେ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ପେନସନ୍‌ ଗଣ୍ଡାକ ପାଉଥିଲେ । ସେତିକିରେ ନିଜେ ଚଳିବା ସହିତ ଔଷଧ ଖର୍ଚ୍ଚ...ଭଲମନ୍ଦ ସବୁ କରୁଥିଲେ । କିନ୍ତୁ ଏବେ ସେତକ ବି ମିଳୁନି । କାରଣ ସାନ ବୋହୂ ଗୋଟିଏ ଲୋନ୍‌ କରିଥିଲା । ଆଉ ସେହି ଟଙ୍କା ସୁଝିବାର ବୋଝ ଏବେ ବୃଦ୍ଧାଙ୍କ ଉପରେ । ବୋହୂର ଟଙ୍କା ସୁଝି ନଥିବାରୁ ୟୁକୋ ବ୍ୟାଙ୍କ ଏହି ବୃଦ୍ଧାଙ୍କ ପେନସନ୍‌ ଟଙ୍କାକୁ କୁଆଡେ ବନ୍ଦ ରଖିଦେଇଛି । ତେଣୁ ଏବେ ସେ କେମିତି ଚଳୁଥିବେ ତାହା ସ୍ପଷ୍ଟ ଅନୁମେୟ ।

ନୀଳଗିରି ବ୍ଲକ୍‌ ପୋଡାଶୂଳ ଗାଁର ସୁଲୋଚନା ବେହେରା । ବୟସ ୯୦ ପାର ହେଲାଣି । ସ୍ୱାମୀ ସରକାରୀ ଚାକିରି କରିଥିଲେ...ମାସକୁ ଦରମା ଟଙ୍କାରେ ଏମାନେ ବେଶ୍‌ ଭଲରେ ଚଳୁଥିଲେ । ସ୍ୱାମୀଙ୍କ ଅବର୍ତ୍ତମାନରେ ନିୟମ ଅନୁସାରେ ସୁଲୋଚନାଙ୍କୁ ପେନସନ ମିଳୁଥିଲା । ଦୁଇ ପୁଅ ଅଛନ୍ତି ସତ ହେଲେ ସେମାନେ ମାଆକୁ ଚଳାଇ ପାରୁନାହାନ୍ତି । ତେଣୁ କଷ୍ଟ ହେଲେ ବି ପେନସନ୍‌ ଟଙ୍କାରେ ଦିନକୁ ଦୁଇ ମୁଠା ଦାନା ଖାଇ ବଞ୍ଚିଥିଲେ ସିଏ । ହେଲେ ସେତକ ବି ଏବେ କଷ୍ଟକର ହେଲାଣି । ଦୁର୍ଘଟଣାର ଶିକାର ହୋଇ ଦିବ୍ୟାଙ୍ଗ ହୋଇଗଲେ ସାନପୁଅ ।

ମାସକୁ ଟଙ୍କା ପାଇଲେ ଘରର ରାସନ ଆଣିବା ସହିତ ଔଷଧପତ୍ର ବି ସେ କିଣିଆଣନ୍ତି । ହେଲେ ସେତକ ବି ଏବେ ସାତସପନ ହୋଇଯାଇଛି । ସେପଟେ ବ୍ୟାଙ୍କ କର୍ତ୍ତୃପକ୍ଷ କହୁଛନ୍ତି , ଲୋନ୍‌ ଟଙ୍କା ନସୁଝିବା ପର୍ଯ୍ୟନ୍ତ ପେନସନ୍‌ ଟଙ୍କା ମିଳିପାରିବ ନାହିଁ । ଏପଟେ ସୁଲୋଚନାଙ୍କ ବୋହୂ କହିଛନ୍ତି ଲୋନ୍‌ ସମ୍ପର୍କରେ ଶାଶୂ କିଛି ଜାଣନ୍ତି ନାହିଁ । ସେ ଗ୍ୟାରେଣ୍ଟର ବି ନଥିଲେ । ତେଣୁ ବୟସର ଅପରାହ୍ନରେ ତାଙ୍କୁ ଏମିତି ବ୍ୟାଙ୍କ କର୍ତ୍ତୃପକ୍ଷ ହଇରାଣ ନକରୁ ।

ତେବେ ପୂରା ଘଟଣାରେ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରତିକ୍ରିୟା ନେବାକୁ ଆମେ ଯେତେବେଳେ ପହଞ୍ଚିଥିଲୁ ସେ କ୍ୟାମେରା ସାମ୍ନାରେ କିଛି କହିନଥିଲେ ବି ଦୁଇଦିନ ଭିତରେ ଘଟଣାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ସମୟ କହିବ କେବେ ବୃଦ୍ଧଙ୍କୁ ମିଳୁଛି ପେନସନ୍‌ ଟଙ୍କା ।

 

  • Reported by:
  • Biswambar Das