• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଫ୍ୟାନ୍ସଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ବିରାଟ କେବେ ବି ପଛାନ୍ତି ନାହିଁ । ମ୍ୟାଚ୍‌ ମଝିରେ କୋହଲି ନାଚୁଥିବାର ଅନେକ ଭିଡିଓ ପୂର୍ବରୁ ଭାଇରାଲ ହୋଇଛି । ହେଲେ ଆଜିର ଭିଡିଓ ଟିକେ ଅଲଗା। ମ୍ୟାଚ୍‌ରେ ବିରାଟ ‘ୱାଟର ବୟ’ ର ଭୂମିକା ନେଇଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ହେଲେ ମ୍ୟାଚ୍‌ ମଝିରେ କୋହଲି ଖେଳାଳିଙ୍କ ପାଇଁ ଡ୍ରିଙ୍କ୍ସ ନେଇ ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିରାଟ ବ୍ୟଙ୍ଗାତ୍ମକ ଅନ୍ଦାଜରେ ଖେଳାଳିଙ୍କୁ ପାଣି ଦେବାକୁ ଯାଉଥିବାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ କୋହଲି ସିରାଜଙ୍କ ସହ ଡ୍ରିଙ୍କ୍ସ ନେଇ ଫିଲ୍ଡ ମଝିକୁ ଯାଉଛନ୍ତି । ସେ ନାଚି ନାଚି ଏବଂ ଡେଇଁ ଡେଇଁ ଫିଲ୍ଡ ମଧ୍ୟକୁ ପ୍ରବେଶ କରୁଛନ୍ତି।  ସିରାଜ, ପଛରୁ ବିରାଟଙ୍କୁ ଦେଖି ହସୁଥିବାର ଦେଖିବାକୁ ମିଳିଛି । ଯାହାକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିଛନ୍ତି ।

ବର୍ତ୍ତମାନ କୋହଲି ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ଖେଳାଳି । ଅନେକ ରେକର୍ଡର ଅଧିକାରୀ ମଧ୍ୟ । କିନ୍ତୁ ଏନେଇ ତାଙ୍କ ମନରେ ଟିକିଏ ବି ଅହଂକାର ନାହିଁ ବୋଲି ଏହି ଭିଡିଓ ଦେଖି ୟୁଜର୍ସ ମତ ଦେଇଛନ୍ତି । ଅତିରିକ୍ତ ଖେଳାଳି ଭାବେ ପାଣି ନେଇ ଗ୍ରାଉଣ୍ତକୁ ସେ ବହୁତ ଥର ଆସିଥିବାର ଦେଖିବାକୁ ମିଳିଛି । ଏହି ସମୟରେ ସେ ଫିଲ୍ଡରେ ଉପସ୍ଥିତ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ସହ ଫ୍ୟାନ୍ସଙ୍କୁ ମନେରଞ୍ଜନର ଖୋରାକ୍‌ ଯୋଗାଇଥାନ୍ତି ।

ବାଂଲାଦେଶର ୭ମ ଓଭର ପରେ ଶାମି କିଛି ମିନିଟ ପାଇଁ ପଡ଼ିଆ ଛାଡ଼ି ଥିଲେ । ଏହି ସମୟରେ ବିରାଟ ତାଙ୍କ ବଦଳରେ ଅତିରିକ୍ତ ଖେଳାଳି ଭାବେ ଫିଲ୍ଡିଂ କରିଥିଲେ । ସେ ୨ ଓଭର ଫିଲ୍ଡିଂ କରିବା ପରେ ଶାମି ଫେରିଥିଲେ । ଏହାପରେ ବିରାଟ ପୁଣି ଡଗ ଆଉଟକୁ ଫେରି ଯାଇଥିଲେ । ଏଥିସହ ପାଣି ମଧ୍ୟ ନେବା ଆଣିବା କରିଥିଲେ।

ତେବେ ଆଜିର ମ୍ୟାଚ୍‌ରେ ତିଲକ ଭର୍ମା ଦିନିକିଆରେ ଡେବ୍ୟୁ କରିଛନ୍ତି । ପୂର୍ବରୁ ୱେଷ୍ଟଇଣ୍ତିଜ ବିପକ୍ଷରେ ସେ ଭାରତ ପାଇଁ ଟି-୨୦ରେ ଡେବ୍ୟୁ କରିଥିଲେ । ଆଜି ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ତାଙ୍କୁ କ୍ୟାପ୍‌ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ନିଜର ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ମଧ୍ୟ ତିଲକ ବର୍ମା ବେଶ ଉତ୍ସାହିତ ରହିଛନ୍ତି ।