• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚିଚଫଣ୍ଡ ଜମାକାରୀଙ୍କ ସତ୍ୟପାଠରେ ଫୁଟିଲା ଛତୁ । ଚିଟଫଣ୍ଡରେ ଠକେଇର ଶିକାର ହୋଇଥିବା ହିତାଧିକାରୀ ଦାଖଲ କରିଥିବା ସତ୍ୟପାଠରେ ଛତୁ ଫୁଟିଯାଇଛି । କଟକ ବକ୍ସିବଜାର ସ୍ଥିତ ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟାଳୟରେ ରଖାଯାଇଥିବା ସତ୍ୟପାଠ ଗୁଡିକର ଏ ସ୍ଥିତି । ଦସ୍ତାବିଜରେ ଉଇ ଲାଗିଯାଇଛି। ଅନେକ କାଜଗପତ୍ରରେ ପୋକ ଚାଲୁଛନ୍ତି ।

ଟଙ୍କା ଜମା କରିଥିବା ହିତାଧିକାରୀଙ୍କୁ ଆଉ ଟଙ୍କା ମିଳିବ କି ନାହିଁ ଆଶା କମ ଦେଖାଯାଉଛି । କାରଣ ହିତାଧିକାରୀ ଦାଖଲ କରିଥିବା ସତ୍ୟପାଠ ସବୁ ନଷ୍ଟ ହେବାକୁ ବସିଲାଣି । ହିତାଧିକାରୀ ଯାହା ଦାଖଲ କରିଥିଲେ ତାହା ଆଉ ଦସ୍ତାବିଜ୍ ଭାବରେ ନାହଁ । କିଛି ଦସ୍ତାବିଜରେ ଗଛ ଉଠିବା ସହ ଲତା ମାଡ଼ି ଗଲାଣି ।

ଚିଟଫଣ୍ଡ ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ସ୍ଥିତି ହୁଲସ୍ତୁଲ ହୋଇଥିବାବେଳେ ସରକାର ତଦନ୍ତ ନେଇ କମିଶନ ଗଠନ କରିଥିଲେ । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଲାଗି ସରକାର ୩ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ । ତଦନ୍ତରେ ୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଛି । ତଦନ୍ତ କରୁଥିବା ମଦନ ମୋହନ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କମିଶନଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି ।

ତଦନ୍ତ କମିଶନ ୪ ଲକ୍ଷ ୯୭ ହଜାର ୮୪୪ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମାତ୍ର ୨୧ଶହ ଜଣଙ୍କୁ ସେମାନଙ୍କ ଜମା ଟଙ୍କା ଫେରସ୍ତ ଦିଆଯାଇଛି । ପ୍ରାୟ ୭ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ ସେମାନଙ୍କ ଜମା ଟଙ୍କା ଫେରସ୍ତ ନେଇ ଅପେକ୍ଷା କରି ରହିଛନ୍ତି ।

  • Reported by:
  • DEBASHISH MOHANTY