• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଣ୍ଢେଇର ନାଁ ଶିଲା । ଦିନ ଇଏ ପ୍ରମିକା ଥିଲା । ବିବାହର ପ୍ରତିଶ୍ରୁତି କିନ୍ତୁ ସମ୍ପର୍କକୁ କାଳ ହେଲା । ଶିଲା ବେହେରା ଜିଦ୍ ଧରିଲା ବାହା ହେବ ବୋଲି । ଆଉ ତା ପରେ ତିକ୍ତତା ବଢିଲା । ୧୮ ହଜାର ଟଙ୍କାର ଧାର ଫେରେଇଲାନି ପ୍ରେମିକ ଗୋପିନାଥ । ଉପାୟ ପାଞ୍ଚିଲା ଖେଳ ଏଇଠି ସାରିବ ବୋଲି । କାମ ତମାମ, ଖେଳ ଖତମ । ମାତ୍ର ଟଙ୍କା ୧୮ ହଜାର ପାଇଁ ଶିଲାର ତଣ୍ଟି କାଟିଲା ପ୍ରେମିକ । ଆଉ ଏବେ ଆପଣଙ୍କ ସମ୍ମୁଖରେ ସେହି ସତ ଘଟଣାର ମିଛି ମିଛିକା ଅଭିନୟ, ନାଟ୍ୟ ରୂପାନ୍ତର । ଆଇନ୍ ଭାଷାରେ ସିନ୍-ରି-କ୍ରିଏଟ୍ ।

ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଜୀରା ବ୍ରିଜ୍ ତଳେ ଗତ ୬ ତାରିଖ ଦିନ ସକାଳୁ ନଦୀ ପଠାରେ ପଡ଼ିଥିଲା ଜଣେ ମହିଳାଙ୍କ ମୃତ ଦେହ । ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଲେ । ମୃତକାଙ୍କ ଆନୁମାନିକ ବୟସ ଥିଲା ପ୍ରାୟ ୪୦ ରୁ ୪୫ । ଜୀରା ବ୍ରିଜ ଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡ଼ି ଥିବାରୁ ତାଙ୍କୁ ହତ୍ୟା କରି ତଳକୁ ଫିଙ୍ଗି ଦିଆଯାଇଥିବା ଅନୁମାନ କରିଥିବା ଥିଲା ପୋଲିସ । ଆରମ୍ଭ ହେଲା ତଦନ୍ତ । ଭାଇରାଲ ଭିଡିଓରୁ ପୁଲିସ ଜାଣିବାକୁ ପାଇଥିଲା ମହିଳା ଜଣଙ୍କ ବୁର୍ଲା ଥାନା ଅଞ୍ଚଳର ସ୍ୱାମୀ ପରିତ୍ୟକ୍ତା ସିଲା ବେହେରା ।

ଗୋପୀନାଥ ଥିଲା ଅଟୋ ଚାଳକ। ଆଉ ଶିଲା ଥିଲେ ସ୍ୱାମୀ ପରିତ୍ୟକ୍ତା । ଫେସବୁକର ବନ୍ଧୁତା ପ୍ରେମରେ ରୁପାନ୍ତରିତ ହୋଇଥିଲା। ଟଙ୍କା ନେଣଦେଣ ବି ହେଲା। ଆଉ ତା ପରେ ବାହା ହେବାକୁ କହିଲା ଶିଲା। ଆରମ୍ଭ ହେଲା ସମ୍ପର୍କରେ କେଁ।

ଭାଇରାଲ ଭିଡ଼ିଓଟିଏ ହସ୍ତଗତ ହେଲା ପୁଲିସର । ଯେଉଁଥିରେ ସିଲା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ମଧ୍ୟରେ ଚାଲିଥିଲା କଥା କଟାକଟି ଓ ଗାଳି ଗୁଲଜ । ଉକ୍ତ ଭିଡ଼ିଓକୁ ଆଧାରକରି ଆରମ୍ଭ ହୋଇଥିଲା ଖୋଜା ଖୋଜି । ଘଟଣାରେ ସମ୍ପୃକ୍ତ ଥିବା ଅଟୋ ଚାଳକ ଗୋପୀନାଥ ସାହୁକୁ ପଚରା ଉଚରା କରିବାରୁ ପୋଲିସ ଆଗରେ ସତ ସ୍ୱୀକାର କରିଥିଲା ପ୍ରମିକ ଗୋପିନାଥ। ମାନିଥିଲା ସେ ହିଁ ଶିଲାର ହତ୍ୟାକାରୀ । ମାତ୍ର ୧୮ ହଜାର ଟଙ୍କା ଆଉ ବିବାହର ଜିଦ୍ ପାଇଁ ସିଲାକୁ ମାରିଥିବା ସେ ସ୍ୱୀକାର କରି ଏବେ ପୁଲିସ ହପାଜତରେ ।

  • Reported by:
  • Somesh Chandra Mohanty