• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ବିରାଟ ଦୁର୍ଘଟଣା । ଓଡ଼ିଶାର ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ଏହି ବିରାଟ ଦୁର୍ଘଟଣା ଘଟିଛି । ଲରି ସହ ଧକ୍କା ଦେଇଛି ଏକ ଆମ୍ବୁଲାନ୍ସ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଅନ୍ୟ ୩ ଗୁରୁତର ହୋଇଥିବା ସୂଚନା ରହିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୃତ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି ।  ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ଥିବା ସୂଚନା ।

ରୋଗୀ ଧରି ବେଙ୍ଗଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ପୁଥଲପାଟୁ-ନାଇଡୁପେଟା ଏନ୍‌ଏଚ୍‌ରେ ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଲରି ।