Advertisment

କୁଣ୍ଢାକୁଣ୍ଢି ଅମାବାସ୍ୟା : ସାତପୁରୀ ଅମାବାସ୍ୟାକୁ କାହିଁକି ଏମିତି ଗୋଟେ ନାଁ ଦିଆଯାଇଛି ?

ବାସ୍ତବରେ ସମଗ୍ର ଓଡ଼ିଶାରେ ଏହାର ମୂଳ ନାଁ ସପ୍ତପୁରୀ ଅମାବାସ୍ୟା । ବାର ମାସରେ ତେର ପର୍ବ ଆଧାରରେ ଏହା ମଧ୍ୟ ଗୋଟିଏ ପର୍ବ । ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାବାସ୍ୟା ରୁପେ ପରିଚିତ । ଏହି ଦିନ ଆମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୁଏ । ଯାହା ୭ ପ୍ରକାର ପୂର ଦେଇ ପ୍ରସ୍ତୁତ ହୋଇଥାଏ ।

author-image
Sarbeswar
satapuri amabsya

satapuri amabsya

ଆଜି ହେଉଛି ସପ୍ତପୁରୀ ବା ସାତପୁରୀ ଅମାବାସ୍ୟା । କିନ୍ତୁ ପାଠକମାନେ ଆମ ଲେଖିତ ଯେଉଁ ଥମ୍ବନେଲ ପଢିଲେ ତାହା ତାଙ୍କୁ ଚକିତ କରିଥିବ । କାରଣ ଏମିତି ଗୋଟିଏ ନାଁ ହୁଏତ କେହି କେହି ଶୁଣି ନଥିବେ କି ଜାଣି ନଥିବେ । ହେଲେ ଆପଣଙ୍କ ଅବଗତି ପାଇଁ କହି ରଖୁଛୁ କି ଏହା ଆମ ଓଡ଼ିଶାର ଗୋଟିଏ ପାରମ୍ପରିକ ପର୍ବ।

Advertisment

ବାସ୍ତବରେ ସମଗ୍ର ଓଡ଼ିଶାରେ ଏହାର ମୂଳ ନାଁ ସପ୍ତପୁରୀ ଅମାବାସ୍ୟା । ବାର ମାସରେ ତେର ପର୍ବ ଆଧାରରେ ଏହା ମଧ୍ୟ ଗୋଟିଏ ପର୍ବ । ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାବାସ୍ୟା ରୁପେ ପରିଚିତ । ଏହି ଦିନ ଆମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୁଏ । ଯାହା ୭ ପ୍ରକାର ପୂର ଦେଇ ପ୍ରସ୍ତୁତ ହୋଇଥାଏ ।

ଉପକୂଳ ବ୍ୟତିତ ଆମେ ପଶ୍ଚିମ ଓଡ଼ିଶାକୁ ଗଲେ ଏହାର କିଛି ଅଂଶରେ ଏହି ପର୍ବର ନାଁ ହୁଏ ପୁରା ଉଆଁସ, କାଞ୍ଚିକୁଣ୍ଡି ଓ କୗଶି ଅମାବାସ୍ୟା କୁଯାହାଏ । କିନ୍ତୁ ଦକ୍ଷିଣ ଓଡ଼ିଶାରେ ଏହି ଦିନଟି "କୁଣ୍ଢାକୁଣ୍ଢି ଅମାବାସ୍ୟା" ଭାବେ ପ୍ରସିଦ୍ଧ । କୁଣ୍ଢାକୁଣ୍ଢି ଶୁଣିଲେ ମନକୁ କୋଳାଗ୍ରତ ଅବା ଆଲିଙ୍ଗନ ଶବ୍ଦଟି ଆସେ । କିନ୍ତୁ ଏହା ଏହି ପର୍ବର ବାସ୍ତବିକ ଅର୍ଥ ନୁହେଁ।

Advertisment

ଏହି ଦିନ ଗୟା ଶ୍ରାଦ୍ଧ ବା ଜଗନ୍ନାଥ ଦର୍ଶନ ଲାଗି ପରିଣତ ବୟସର ଲୋକମାନେ ତିର୍ଥାଟନରେ ବାହାରୁ ଥିଲେ। ଯାତ୍ରା ପୁର୍ବରୁ ନିଜ ଧନ ସମ୍ପତ୍ତିକୁ ଗ୍ରାମର କୗଣସି ବ୍ୟକ୍ତିଙ୍କ ଘରେ ରଖି ଯାଉଥିଲେ। ତୀର୍ଥରୁ ଫେରିଲେ ସେ ଜିନିଷ ସବୁ ଫେରସ୍ତ ନେଉଥିଲେ । ଯଦି ପ୍ରାଣ ତ୍ୟାଗ କରୁଥିଲେ ଏହି ସମ୍ପତ୍ତି ତାଙ୍କ ଦାୟାଦମାନଙ୍କୁ ହସ୍ତାନ୍ତର ହେଉଥିଲା । ଏହି ଘଟଣାର ସାକ୍ଷୀ ଭାବେ ତିର୍ଥାଟନରେ ବାହାରୁଥିବା ଲୋକେ ନିଜ ସମ୍ପଦର ପ୍ରଦର୍ଶନ କରି ସାହି ପଡିଶାଙ୍କୁ ସାକ୍ଷୀ ରଖୁଥିଲେ।

ପ୍ରାଚୀନ ଦକ୍ଷିଣ ଓଡିଶାରେ କୁଣ୍ଢା ଅର୍ଥ ମାଟି ହାଣ୍ଡି, କୁଣ୍ଢି ଅର୍ଥ ପନିକୀ । ତୀର୍ଥ ଭ୍ରମଣରେ ବାହାରୁଥିବା ଲୋକେ ସାଥିରେ ମାଟିହାଣ୍ଡି ଓ ପନିକି ନେଉଥିଲେ। ଯାହାର ସ୍ମୃତିରେ ଏହି ଅମାବାସ୍ୟାର ସନ୍ଧ୍ୟାରେ ପନିକି ଓ ହାଣ୍ଡି ପୂଜା ହେଉଥିଲା। ଏହି ଏହି ପର୍ବର ନାଁ ଆମ ଦକ୍ଷିଣ ଓଡ଼ିଶାର କିଛି ଅଂଶରେ କୁଣ୍ଢାକୁଣ୍ଢି ଅମାବାସ୍ୟା।

Jagannath Temple
Advertisment
Advertisment