• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କୁନି କୁନି ପିଲାଙ୍କୁ ଏଣିକି ସ୍ୱିଗି କି ଜମାଟୋର ଖାଦ୍ୟ ନୁହେଁ ବରଂ ଘରେ ମାଆ ମାନେ ଯେଉଁ ଖାଦ୍ୟ ରାନ୍ଧିବେ ତାହା ହିଁ ପିଲାଙ୍କୁ ଖାଇବାକୁ ଦେବେ । ଅନେକ ସମୟରେ ମାଆ ଏବଂ ବାପା ମୋବାଇଲ ଫୋନ୍‌ ସହିତ ଅନ୍ୟ କାମରେ ବ୍ୟସ୍ତ ରହୁଛନ୍ତି । ଯାହା ଫଳରେ ପିଲାମାନେ ଘରେ ରନ୍ଧା ଯାଉଥିବା ସୁଷମ ଖାଦ୍ୟ ନଖାଇ ବାହାରୁ ଅନଲାଇନ୍‌ ହେଉ କିମ୍ବା ଅଫଲାଇନ୍‌ରେ ଅର୍ଡର କରି ଖାଉଛନ୍ତି । ଯାହାଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ତେଣୁ ଏମିତି ଖାଦ୍ୟରୁ ପିଲାଙ୍କୁ ଦୂରେଇ ରଖିବା ସହିତ ଘରୋଇ ଖାଦ୍ୟ ଦେବା ଉପରେ ପ୍ରାଧାନ୍ୟ ଦେଇଛନ୍ତି କେରଳ ହାଇକୋର୍ଟ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ।

କୋର୍ଟ ସିଧାସିଧା କହିଛନ୍ତି ସ୍ୱିଗି କିମ୍ବା ‘ଜୋମାଟୋ’ ନୁହେଁ ବରଂ ପିଲାମାନଙ୍କୁ ମାଆର ହାତ ତିଆରି ଖାଦ୍ୟ ଖୁଆନ୍ତୁ ପରିବାର ଲୋକ । ତେବେ କାହିଁକି ଏମିତି ରାୟ ଦେଇଛନ୍ତି କୋର୍ଟ? କଣ ରହିଛି କାରଣ ? ତାହାକୁ ଜାଣିବାକୁ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ‘ପର୍ଣ୍ଣଗ୍ରାଫି ଦେଖିବା’ ସଂକ୍ରାନ୍ତ ମାମଲାର ରାୟ ଶୁଣାଇବା ବେଳେ କେରଳ ହାଇକୋର୍ଟ ପିଲାଙ୍କ ଖାଦ୍ୟକୁ ନେଇ ଏମିତି ରାୟ ଦେଇଛନ୍ତି ।

ଅନେକ ସମୟରେ ଦେଖାଯାଉଛି କି ପରିବାର ଲୋକ ଏମିତି ବ୍ୟସ୍ତ ରହୁଛନ୍ତି ଯେ ପିଲାଙ୍କୁ ଘର ତିଆରି ରୋଷେଇ ବଦଳରେ ବାହାର ଖାଦ୍ୟ ଦେଉଛନ୍ତି । ଖାଲି ଏତିକି ନୁହେଁ ବରଂ ରାସ୍ତାକଡ଼ରେ ଠିଆ ହୋଇ ମ‌ୋବାଇଲ୍‌ ଫୋନ୍‌ରେ ‘ପର୍ଣ୍ଣଗ୍ରାଫି’ ଦେଖୁଥିବା ଜଣେ ବ୍ୟକ୍ତିଙ୍କୁ ମାମଲାକୁ ନେଇ ଏମିତି ରାୟ ଶୁଣାଇଥିଲେ କୋର୍ଟ । ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ମାମଲା ରୁଜୁ କରିଥିଲା । ପରେ ମାମଲା ଯାଇ ପହଂଚିଥିଲା କୋର୍ଟରେ । ହେଲେ କୋର୍ଟ ରାୟରେ କହିଥିଲେ, ଅନ୍ୟମାନଙ୍କୁ ଦେଖା ନ ଯିବା ପରି ନିରୋଳା ସ୍ଥାନରେ ଏକାନ୍ତରେ ‘ପର୍ଣ୍ଣଗ୍ରାଫି’ ଦେଖିବା ଅପରାଧ ନୁହେଁ । ଏବଂ ମାଲାକୁ ଖାରଜ କରିଦେଇଥିଲେ ।

ବିଚାରପତି ପି. ଭି. କୁହ୍ନିକୃଷ୍ଣନ୍‌ ଅଭିଭାବକମାନଙ୍କୁ ବରଂ ପରାମର୍ଶ ଦେଇ କହିଛନ୍ତି , ନିଜର ପିଲାଙ୍କୁ ବାହାରକୁ ଯାଇ ଖେଳିବାକୁ କୁହନ୍ତୁ । ଖେଳରୁ ଫେରିବା ପରେ ମୋବାଇଲ୍‌ ‘ଆପ୍’ ‘ସ୍ୱିଗି’ ଓ ‘ଜୋମାଟୋ’ ଜରିଆରେ ଖାଦ୍ୟ ବରାଦ ନ ଦେଇ ସେମାନଙ୍କୁ ଘରେ ରାନ୍ଧୁଥିବା ସୁଆଦିଆ ଭୋଜନ ଖୁଆନ୍ତୁ । ଖାଲି ଏତିକି ନୁହେଁ ବରଂ ହାଇକୋର୍ଟ କହିଛନ୍ତି, ଘରୋଇ ଖାଦ୍ୟର ବାସ୍ନା ଏମିତି ଥାଏ ଯେ ନାକରେ ବାଜିବା ମାତ୍ରେ ଖାଇବାକୁ ଇଚ୍ଛା ହୁଏ । ତେଣୁ ସୁଷମ ଖାଦ୍ୟ ପରିବର୍ତ୍ତେ ଆମେ ପିଲାଙ୍କୁ କାହିଁକି କିଣା ଖାଦ୍ୟ ଦେବା ବୋଲି ଅଭିଭାବକଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ ।

ଏହାସହ ନାବାଳକଙ୍କୁ ମୋବାଇଲ୍‌ ଫୋନ୍‌ ‌ଦେବାର ଅପକାର ବିଷୟରେ ବିଚାରପତି ଅଭିଭାବକମାନଙ୍କୁ ସାବଧାନ ବି କରାଇଛନ୍ତି । କାରଣ, ଇଣ୍ଟର୍‌ନେଟ୍‌ ଥିବାରୁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ସେମାନେ ପର୍ଣ୍ଣଗ୍ରାଫି ସମେତ କିଛି ନିଷିଦ୍ଧ ଜିନିଷ ଦେଖିବାର ଆଶଙ୍କା ରହିଛି । ଯାହା ଫଳରେ ସେମାନଙ୍କ ଉପରେ କୁପ୍ରଭାବ ପକାଇପାରେ । ତେଣୁ ବେଳ ଥାଉ ଥାଉ ସଚେତନ ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।