/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694764943.jpg)
Scrub Typhus
ରାଜ୍ୟରେ ମୁଣ୍ଡ ବିନ୍ଧାର କାରଣ ସାଜିଲାଣି ସ୍କ୍ରବ୍ ଟାଇଫର୍ସ। ବିଶେଷ କରି ସୁନ୍ଦରଗଡ ଜିଲ୍ଲାରେ ଏହି ସ୍କ୍ରବ୍ ଟାଇଫର୍ସକୁ ନେଇ ଆତଙ୍କ ଦେଖାଦେଇଛି। କାରଣ ସୁନ୍ଦରଗଡ଼ ଜିଲ୍ଲାରେ ଏଯାବତ୍ ୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଗୋଟିଏ ଦିନରେ ହିଁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ସଦର ଓ ବାଲିଶଙ୍କରା ବ୍ଲକରେ ଅଧିକ ଆକ୍ରାନ୍ତ ଥିବା ସୂଚନା ମିଳିଛି।
ଏସବୁ ଭିତରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା CDMO ସୂଚନା ଦେଇଛନ୍ତି। କହିଛନ୍ତି, ଲୋକଙ୍କୁ ଏ ସଂପର୍କରେ ସଚେତନ ପାଇଁ ଆଶାକର୍ମୀ ଓ ANMଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦେଖିବାକୁ ଗଲେ ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ବି ସ୍କ୍ରବ୍ ଟାଇଫସ ଆତଙ୍କ ଦେଖିବାକୁ ମିଳିଛି। ବିଷାକ୍ତ କୀଟ କାମୁଡ଼ାରେ ଏଠାରେ ଗଲାଣି ୫ ଜଣଙ୍କ ଜୀବନ। ଡେଙ୍ଗୁ ଓ ମ୍ୟାଲେରିଆ ପରେ ଗଲା କିଛି ମାସ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଛି ଏ ସ୍କ୍ରବ୍ ଟାଇଫସ ସଂକ୍ରମଣ । ତେବେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା। ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ତଥ୍ୟ କହୁଛି, ବରଗଡ଼ ଜିଲ୍ଲାର ଅତାବିରା, ଭେଡେନ୍, ବରପାଲି ବ୍ଳକ୍ ରୁ ଜଣେ ଲେଖାଏଁ ଏବଂ ସୋହେଲା ବ୍ଲକରୁ ୨ ଜଣ ଆକ୍ରାନ୍ତ ଏଥିରେ ମୃତ୍ୟୁ ହେଲାଣି।
ଏପଟେ ଜିଲ୍ଲାରେ ଏ ସଂକ୍ରମଣ ବ୍ୟାପୁଥିବା ନଜରକୁ ଆସିବା ପରେ ରୋଗ ଚିହ୍ନଟ ପାଇଁ ଆରମ୍ଭ ହୋଇଛି ନିୟମିତ ଟେଷ୍ଟିଂ ପ୍ରକ୍ରିୟା। ଗତ ଅଗଷ୍ଟରେ ଜିଲ୍ଲାରେ ମୋଟ ୧୬୮ ଜଣଙ୍କ ରକ୍ତ ପରୀକ୍ଷା ହୋଇଥିଲେ ବି କାହାରି ରିପୋର୍ଟ ପଜିଟିଭ୍ ଆସିନଥିଲା। ହେଲେ ସେପଟେମ୍ବରରେ ହୋଇଥିବା ୧୪୨ ନମୁନାରୁ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବାରୁ ଏହା ଚିନ୍ତା ବଢାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)