/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694760747.jpg)
killing wife Odisha’s Ganjam
ସୈତାନ ସାଜି ଗଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗିଦେଲା । ଗଞ୍ଜାମ ଜିଲ୍ଳା ସୋରଡା ଥାନା ଭଗବାନପୁର ଗାଁରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ମୃତ ମହିଳା ହେଲେ ଜାଗିଲିପଦର ଗ୍ରାମର ବୁଲି ମୁଳି । ବୁଲିକୁ ନାରାୟଣ ମୁଳି ପ୍ରେମ ବିବାହ କରିଥିଲେ । ହେଲେ କୌଣସି କେରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା ।
ତେବେ ବୁଧବାର ବିଳମ୍ବିତ ରାତିରେ ଉଭୟଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଖୁବ୍ ବଚସା ହେବାପରେ ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ନାରାୟଣ । ପତ୍ନୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିଲେ । ଏହି ଘଟଣା ଘଟାଇବା ପରେ ପୋଲିସ ଆଗରେ ଅଭିଯୁକ୍ତ ନାରାୟଣ ଆତ୍ମସମର୍ପଣ କରିଛି । ନିଜ ଅପରାଧ ସ୍ୱୀକାର କରିବା ସହ ସେହି ଦିନର ହତ୍ୟା ଘଟଣା ବଖାଣିଛି ।
ଝିଅ ଘର ପକ୍ଷରୁ ଏନେଇ ଜାଣିବା ପରେ ସୋରଡ଼ା ଥାନାରେ ଏତଲା ରୁଜୁ ହୋଇଛି । ପୋଲିସ୍ ଓ ଅଗ୍ନିଶମ ବାହିନୀର ମିଳିତ ସହଯୋଗରେ ମୃତଦେହ ଖୋଜା ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)