ଗୋଟିଏ ପଟେ ପରିବାରର ବୋଝ ତ ଅନ୍ୟ ପଟେ ନିଜର ଚିକିତ୍ସା ଖର୍ଚ୍ଚ । ଏହାରି ଭିତରେ ପେଷି ହେଉଛନ୍ତି ଗଣେଶ । ୨୦୧୩ ମସିହାରେ ଗଣେଶ ବିବାହ କରିଥିଲେ । ବାହାଘରର ଠିକ ଦୁଇବର୍ଷ ପରେ ଗଣେଶଙ୍କ ପାଦ ଫୁଲିବା ଆରମ୍ଭ ହୋଇଥିଲା ।
ବିବାଦ ତୁଟାଇବାକୁ ନୀତି ପ୍ରଶାସକଙ୍କ ଉଦ୍ୟମ ଜାରି ରଖିଛନ୍ତି । ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି ।
ରାଜ୍ୟରେ ବେହାଲ କଲାଣି ବର୍ଷା । କେଉଁଠି କଲଭର୍ଟ ଭାଙ୍ଗିଲାଣି ତ ଆଉ କେଉଁଠି ରାସ୍ତା ଉପରେ ପାଣି ସୁଅ ଛୁଟୁଛି । ଘରେ ଘରେ ପଶିଛି ପାଣି, ଗଳି କନ୍ଦି ଉବୁଟୁବୁ ହୋଇଛି ।
ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନାଲି ଆଖି ଦେଖାଇ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ଦିବା ୧୧.୩୫ ଗତେ କନ୍ୟା । ଜାଣିନିଅନ୍ତୁ କେଉଁ ସମୟରେ କରିବେ ଶୁଭ କାର୍ଯ୍ୟ...
ଭାରତରେ ‘ଇଞ୍ଜିନିୟର୍ସ ଦିବସ’ ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ପାଳନ କରାଯାଏ। ୧୫ ସେପ୍ଟେମ୍ବର ହେଉଛି ଭାରତୀୟ ସିଭିଲ୍ ଇଞ୍ଜିନିୟର ତଥା ରାଜନେତା ସାର୍ ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ‘ଇଞ୍ଜିନିୟର୍ସ ଦିବସ’ ଭାବରେ ପାଳନ କରାଯାଏ।
୧୫ ସେପ୍ଟେମ୍ବରରେ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଏ। ଏହି ବିଶେଷ ଦିନ ପାଇଁ ୨୦୦୭ ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଲୋକମାନଙ୍କ ବିଷୟରେ ଏବଂ ଗଣତନ୍ତ୍ରର ମହତ୍ତ୍ୱକୁ ସ୍ମରଣ କରିବା ନେଇ ଏକ ସୁଯୋଗ ପ୍ରଦାନ କରେ।
ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।
ଜଳ ନିଷ୍କାସନ ସମସ୍ୟାରୁ ଉବୁଟୁବୁ ସହର । ବୁଡିଲା ରାସ୍ତାଘାଟ, ଲୋକେ ଘରେ ଜଳବନ୍ଦୀ ।
ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
୫ ବର୍ଷ ଧରି କେତେ ଯେ ଶତ୍ରୁକୁ ମାତ୍ ଦେଇଥିଲେ । ହେଲେ ଗତକାଲି ଅନନ୍ତନାଗ କୋକରନାଗରେ ତାଙ୍କ ପାଇ ଥିଲା ଶେଷ ଲଢେଇ।
ଅତ୍ୟାଧୁନିକ ସାଟେଲାଇଟ ଜରିଆରେ ସନ୍ଧାନ କରାଯାଉଛି । ଅଧିକ ଗବେଷଣା ପାଇଁ ଏକ୍ସପର୍ଟ ପ୍ୟାନେଲ ଗଠନ ହୋଇଛି ।
ପୂର୍ବରୁ ଯାତ୍ରାରେ ଅଭିନୟ କରୁଥିବା ଇରାନୀ ପରେ ପାଲଟି ଯାଇଥିଲା ହନିଟ୍ରାପ୍ କୁଇନ । ନିଜ ଅଭିନୟ ଜାଲରେ ଫସାଇବା ପାଇଁ ବିଛାଇଥିଲା ମାୟାଜାଲ । ଇରାନୀ ଗ୍ରୁପ୍ ର ଅଧିକ ଗୁମର ଖୋଲିବା ପାଇଁ ସ୍ୱାମୀ ନିଶିକାନ୍ତ ପାତ୍ରଙ୍କୁ ରିମାଣ୍ଡରେ ଆଣିବ ତମାଣ୍ଡୋ ପୋଲିସ ।
ଛାତ୍ର ସଂସଦ ନିର୍ବାଚନ ଦାବିରେ ନବୀନ ନିବାସ ମୁହାଁ ହୋଇଥିଲା ଛାତ୍ର ସଂଗଠନ ଅଲ ଓଡିଶା ଷ୍ଟୁଡେଣ୍ଟସ ଭଏସ୍ । କଳା ପତାକା ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଉଦ୍ୟମ ବେଳେ ରାସ୍ତାରୁ ଅଟକ କରିଥିଲା ପୋଲିସ ।
ଉଦ୍ଧବ ଶିବସେନା ବି ଏହି ମନ୍ତବ୍ୟକୁ ସମର୍ଥନ କରିଛିା ଭାରତ-ପାକିସ୍ତାନ ମ୍ୟାଚ୍ କୁ ରଦ୍ଧ କରିବା ସହ ସବୁ ପ୍ରକାର ସମ୍ପର୍କ ଭାଙ୍ଗିବାକୁ ଦାବି କରିଛି ଦଳା
ପ୍ରଥମେ ଡାକ୍ତରଙ୍କୁ ହନିଟ୍ରାପ୍ରେ ଫଶାଇ ଅପହରଣ କରି ଲୁଟ୍ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ଜଣାପଡ଼ିଛି, ଆଉ ଏକ ହନିଟ୍ରାପ୍ କାହାଣୀ ।
ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।
ଲଘୁଚାପ ଯୋଗୁ ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି। ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଆଗଲପୁର ଥାନା ପିପିଲିପାଲି ଗାଁର ୩ ଜଣ ଭାସିଗଲେ । ଅଗ୍ନିଶମ ବାହିନୀ ଦ୍ୱାରା ଜଣଙ୍କୁ ମୃତ, ଜଣଙ୍କୁ ଜୀବିତ ଉଦ୍ଧାର ।
ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ସୁରକ୍ଷା କଡାକଡି
ମୁଜାଫରପୁର ଜିଲ୍ଲା ମଧୁପୁର ଘାଟରେ ଦୁର୍ଘଟଣା..୩୪ ଛାତ୍ରଙ୍କୁ ନେଇ ସ୍କୁଲ ଯାଉଥିବା ଡଙ୍ଗା ଓଲଟିଲା
ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ବଢ଼ିବ ବର୍ଷା ପରିମାଣ...ବଲାଙ୍ଗିରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ..ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀରେ ବଢ଼ିପାରେ ପାଣି
ଦୁର୍ଘଟଣା ପରେ ୩ ଥର ଅପରେସନ୍ ହେଲାଣି । ସରକାରୀ ମେଡିକାଲରେ ବାପା ଆଣି ପକାଇ ଦେଇଛନ୍ତି...ଚିକିତ୍ସା ମିଳୁନି କି କେହି ପାଖକୁ ଆସୁନାହାନ୍ତି । ବିଛଣାରେ ଝାଡା ପରିସ୍ରା କରୁଛନ୍ତି , ଚିକିତ୍ସା ପାଇଁ କରୁଛନ୍ତି ନିବେଦନ
ମହମ୍ମଦ ମହସୀନଲେଜ ସମୟରୁ ହିଁ କଳା ଏବଂ ନାଟକ ପ୍ରତି ମୋହସୀନଙ୍କ ଆଗ୍ରହ ବାରି ହୋଇ ପଡ଼ୁଥିଲା । ସେ ରେଭେନ୍ସା କଲେଜର ଡ୍ରାମାଟିକ୍ ସୋସାଇଟିର ସେକ୍ରେଟେରୀ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ।