ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ, ଶୋଇଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ତେଣୁ ସମସ୍ତେ ସାଧା ପୋଷାକ ପିନ୍ଧିଥିଲେ । ହେଲେ ସମସ୍ତ ମୃତକମାନେ ସାମରିକ କର୍ମଚାରୀ ବୋଲି ଅନୁମାନ କରାଯାଉଛି ।
ଅନ୍ୟ ଜଣେ ଭାଇ ଗୋପାଳ ସାହୁ ୨୦୧୯ରେ ହଜାରିବାଗରୁ କଂଗ୍ରେସ ଟିକଟରେ ଏମପି ନିର୍ବାଚନ ଲଢ଼ିଥିଲେ । କିନ୍ତୁ ହାରି ଯାଇଥିଲେ । ଆଉ ଜଣେ ଭାଇ ଉଦୟ ସାହୁ ମଧ୍ୟ କଂଗ୍ରେସ ସହିତ ଜଡ଼ିତ । ଧୀରଜ ନିଜେ ଛତ୍ରା ସିଟରୁ ଲଢ଼ିଛନ୍ତି, କିନ୍ତୁ ହାରିଛନ୍ତି ।
ମହିଳାମାନେ ଶିବରାଜଙ୍କୁ ଧରି କାନ୍ଦୁଥିବାର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ସେହି ମହିଳାଙ୍କ ମଧ୍ୟରେ ଗୋଟିଏ କଥା ଥିଲା, ଆମେ ଆପଣଙ୍କ ମୁହଁକୁ ଚାହିଁ ଦେଇଥିଲୁ ଭୋଟ ।
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ ସ୍କିମ୍ (OPS) ଫେରାଇ ଆଣିବା ପାଇଁ କୌଣସି ଯୋଜନା ହୋଇନାହିଁ କି ଏ ସମ୍ପର୍କରେ କିଛି ବିଚାର କରାଯାଇନାହିଁ ।
ରାଜ୍ୟପାଳ କହିଛନ୍ତି ଯେ, ‘ଯଦି ମୁଖ୍ୟମନ୍ତ୍ରୀ ମୋର କୌଣସି କଥା ସହ ସହମତ ନୁହଁନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେ ମୋତେ ଶାରୀରିକ ଭାବେ ଆଘାତ ଦେବାକୁ ଷଡ଼ଯନ୍ତ୍ର କରିବେ ।’
BMC କେବଳ ଫାଇନ ଆଦାୟ କରିନି ବରଂ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ଥାନାରେ ଏତଲା ବି ଦେଇଛି ।
ଏକାଧିକ ଲୁଟ୍ ମାମଲାରେ ଲୁଟେରା ସିସିଟିଭି ନଜରକୁ ଆସିଥିଲେ ବି ପୋଲିସ୍ କିନ୍ତୁ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ।
ଗତ ସପ୍ତାହରେ ଏକ ଘରୋଇ ହସ୍ପିଟାଲରେ ଏହି ଅପରେସନ୍ କରାଯାଇଛି । ଅପରେସନ୍ ହୋଇଥିବା ଯୁବକଙ୍କ ବୟସ ୨୯ ବର୍ଷ । ଏହି କାରଣରୁ ତାଙ୍କ ମୁଣ୍ଡ ସବୁବେଳେ ବିନ୍ଧୁଥିଲା । ଏମିତିକି କାନରେ ମଧ୍ୟ ସେ ଯନ୍ତ୍ରଣା ଅନୁଭବ କରୁଥିଲେ ।
ଗତ ରବିବାର ଦିନ ଏହି ଘଟଣା ସାମ୍ନାକୁ ଆସିଛି । ଛୋଟ ପିଲାଟିର ମୃତ୍ୟୁକୁ ନେଇ ପରିବାରର ଜଣେ ସଦସ୍ୟଙ୍କ କହିବା ଅନୁସାରେ ମୃତ ଶିଶୁକନ୍ୟାଟିର ନାଁ ହେଉଛି କିର୍ତ୍ତୀ ।
ରାଜ୍ୟରେ ରାଜନୀତି ସରଗରମ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଆହୁରି ଦଳକୁ ଆକ୍ଟିଭ୍ କରାଇବ ବୋଲି ସାଧାରଣରେ କୁହାଯାଉଛି ।
ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ତାଙ୍କ ନାଁରେ ମାମଲା ଚାଲୁ ରହିଛି। ଅର୍ଚ୍ଚନାଙ୍କ ସ୍ୱାମୀଙ୍କ ନାଁରେ ବି ମାମଲା ଚାଲିଥିବା ବେଳେ ସେ ପୂର୍ବରୁ ଜାମିନରେ ଆସିଛନ୍ତି।
‘ମୋଦିଙ୍କ ଗ୍ୟାରେଣ୍ଟିର ସଫଳତାକୁ କଳାହାଣ୍ଡିରୁ କେନ୍ଦ୍ରାପଡ଼ା, ମାଲକାନଗିରିରୁ ମୟୂରଭଞ୍ଜ ଯାଏ ଲୋକେ ଅନୁଭବ କଲେଣି । ତେଣୁ ୨୪ ନିର୍ବାଚନରେ କ୍ଷମତାକୁ ଆସିବ ବିଜେପି ’ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ।
ବ୍ଲାକମେଲିଂ ସାମ୍ରାଜ୍ୟ ସମ୍ପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ଅର୍ଚ୍ଚନା ନାଗ କହିଥିଲେ, ସବୁ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବେ । କୋର୍ଟଙ୍କ ଉପରେ ଭରସା ଅଛି ।
ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୨ତାରିଖ ମଙ୍ଗଳବାର ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜ ଘରେ କରାଯାଉଛି ଏହି ଏକ୍ସପେରିମେଣ୍ଟ।
ବରାଗଡ ପ୍ରାଥମିକ ବିଦ୍ୟାଳୟରେ ୪୭ ପିଲାଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ । ଉତ୍ତରା ଶାସନ ପ୍ରାଥମିକ ବିଦ୍ୟାଳୟରେ ୯୮ ପିଲାଙ୍କ ପାଇଁ ୯ଜଣ ଶିକ୍ଷକ ।
ଜେରାରୁ ମିଳୁଥିବା ସୂଚନାରୁ ବାହାରେ କରାଯାଉଛି ରେଡ୍ । ଆଜି ବି ଟିଟିଲାଗଡ଼ର କିଛି ସ୍ଥାନରେ ରେଡ୍ ହେବାର ସୂଚନା ମିଳିଛି ।
ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବଲିଉଡ୍ ତଥା ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଜି ସଫଳତାର ଯେଉଁ ଶିଖରରେ ପହଞ୍ଚିଛନ୍ତି ତାକୁ ପାଇବା ତାଙ୍କ ପାଇଁ ସହଜ ନଥିଲା। କେତେବେଳେ ସେ କୁଲି ହୋଇଛନ୍ତି ତ ପୁଣି କେତେବେଳେ ବସ୍ କଣ୍ଡକ୍ଟର୍। ସପୋର୍ଟିଂ ଭୂମିକାରୁ ଆସି ହୋଇଛନ୍ତି ସୁପରଷ୍ଟାର୍।
ଇଣ୍ଟିଗ୍ରେଟେଡ୍ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍ ପାଇଁ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଛି ।
ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୪ ମସିହାରେ ନରେନ୍ଦ୍ର ମୋଦି ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ। ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଏକ ହିନ୍ଦୁରାଷ୍ଟ୍ରରେ ପରିଣତ ହେବ।
ଶୀତଦିନରେ ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଜୀବନଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡେ। ଶୀତଦିନେ ବାଜରା ରୁଟି ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ।
ଗତ ୪ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେଣୁ ସେ ଆଜି ଜେଲରୁ ମୁକୁଳିଛନ୍ତି । ପୂର୍ବରୁ ୨ଟି ମାମଲାରେ ମଧ୍ୟ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।
ଓଡ଼ିଶାରେ ଚର୍ଚ୍ଚିତ ଓ ବଡ଼ ଆୟକର ରେଡ୍ । ରେଡକୁ ନେଇ ସାରା ଦେଶ ତାଟକା ।
୫ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତର ୧୨ଶହରୁ ଅଧିକ ଯୁବକ ଓ ଯୁବତୀ ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଛନ୍ତି।