ଆଜିଠୁ ରାଜସ୍ଥାନରେ ଆରମ୍ଭ ହେବ ଭଜନ ରାଜ୍ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିପରି ଉପମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ରାଜସ୍ଥାନରେ ଲାଗୁ ହୋଇଛି ମଧ୍ୟପ୍ରଦେଶ ଫର୍ମୁଲା । ଅର୍ଥାତ୍ ଦୁଇ ଜଣ ହେବେ ଉପମୁଖ୍ୟମନ୍ତ୍ରୀ ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଜଟିଳ ହେବାରେ ଲାଗିଛି ଡାକ୍ତର ବନାମ ପୋଲିସ ବିବାଦ । ଓମସା ପକ୍ଷରୁ ୩ ଦିନ ହେଲା ପୋଲିସକୁ ଅସହଯୋଗ କରିବା ସହ କଳା ବ୍ୟାଜ୍ ପରିଧାନ କରି ଡ୍ୟୁଟି କରୁଛନ୍ତି । ଅଭିଯୁକ୍ତ ମାନଙ୍କ ଇଞ୍ଜୁରୀ ରିପୋର୍ଟ ଦେବାକୁ ପୋଲିସକୁ ସିଧା ମନା କରି ଦେଇଛନ୍ତି ଆନ୍ଦୋଳନରତ ଡାକ୍ତର ।
ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।
ସ୍କୁଲ୍ରେ ପାଠ ପଢ଼ୁଥିବା ଏକ ବାଳକ ନିଜ ଘରର ମେଡ୍ଙ୍କୁ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ଜିତିଥିବା ଟଙ୍କାରେ ମୋବାଇଲ୍ ଗିଫ୍ଟ କରିଛନ୍ତି ।
ସଭାରେ ନବୀନ ଜିନ୍ଦାବାଦ ବୋଲି ନାରା ଦେବା ପରେ ବିଧାୟକ ତାରାପ୍ରସାଦ ବାହିନୀପତି ଚିହିଁକି ଉଠିଥିଲେ । କାର୍ଯ୍ୟକ୍ରମରେ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସଚିବ ଉଷା ପାଢୀ, ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲାପାଳ ଉପସ୍ଥିତ ଥିଲେ ।
ବିଦେଶୀ ପର୍ଯ୍ୟଟକଙ୍କୁ ବାଟ ହୁଡ଼ାଇ ଦେଲା ଗୁଗୁଲ୍ ମ୍ୟାପ୍ । କେଉଁଠୁ ଆଣି କେଉଁଠୁ ପହଞ୍ଚାଇଦେଇଥିଲା ଏହି ଯୁବକଙ୍କୁ ବିଶ୍ୱର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ମ୍ୟାପରୁ ଠିକଣା ପାଇ ଯୁବକଙ୍କ ମୁଣ୍ଡଗୋଲ୍ ।
ଜୀବନ ସହ ସଂଘର୍ଷ କରୁଥିବା କଅଁଳା ଶିଶୁର କୁଆଁ କୁଆଁ କାନ୍ଦ । ଜୀବନ ସଂଘର୍ଷର ଯନ୍ତ୍ରଣାସିକ୍ତ ଆକୁଳ ଚିତ୍କାର । SNCU ବେଡ୍ର ନୀଳ ଆଲୋକ ତଳେ, ଆୟୁଷର ପଣତ ଅଣ୍ଡାଳୁଛି ନିଷ୍ପାପ ଜୀବନ ।
ରାଜ୍ୟରେ ବିଜେପି ଦଖଲ କରିବ ୧୫ MP ସିଟ୍ ! ହାସଲ କରିବ ୪୫ ପ୍ରତିଶତ ଭୋଟ୍ ! ଜାତୀୟ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗଭୀର ନଳକୂପ ଯୋଜନାରେ ଆବେଦନ ପାଇଁ ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ। ଡିସେମ୍ବର ୧୬ ଶେଷ ତାରିଖ ହୋଇଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଥିବା ୟୁନିଅନ ବ୍ୟାଙ୍କରେ ଦେଖିବାକୁ ମିଳୁଛି ଚାଷୀଙ୍କ ଏଭଳି ଗହଳି।
ଗତକାଲି ଲୋକସଭାରେ ଦୁଇ ଯୁବକଙ୍କ ଆତଙ୍କ ସୃଷ୍ଟିକାରୀ ଆଚରଣ ପରେ ଆଜି ସିଧା ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣାରେ ଗୃହମନ୍ତ୍ରୀଙ୍କ ବୟାନ ସାଙ୍ଗକୁ ଇସ୍ତଫା ଓ ଅଭିଯୁକ୍ତ ସାଗର ଶର୍ମାକୁ ଭିଜିଟର୍ସ ପାସ୍ ପ୍ରଦାନ କରିଥିବା ମହୀଶୂର ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି।
ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ସାଂସଦ ମଧ୍ୟରୁ କଂଗ୍ରେସର ୯ ଜଣ, ସିପିଏମର ୨, ସିପିଆଇର ଜଣେ ଏବଂ ଡିଏମକେର ଜଣ ସାଂସଦ ଅଛନ୍ତି। ସେହିପରି ରାଜ୍ୟସଭାରୁ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ବି ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନକଡ଼ ।
ମାସିକ ଋତୁସ୍ରାବ ପାଇଁ ଛୁଟିର ଆବଶ୍ୟକତା ନାହିଁ । ଏହା ପାଇଁ କୌଣସି ଦରମା ସହ ଛୁଟିର ଆବଶ୍ୟକତା ନାହିଁ । ଏହା ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା । ଏପରି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।
ସଫ୍ଟୱେୟାର କମ୍ପାନୀ CEO ଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ସାଇନ୍ କରାଇଲେ କଣ୍ଟ୍ରାକ୍ଟ ।
ଗତ କିଛି ସପ୍ତାହ ମଧ୍ୟରେ ଯାହା କିଛି ଘଟିଥିଲା ସେ ସବୁ ଭୁଲିଯାଇଥିଲେ । ଏକଥା ସେହି ମହିଳା ସୁସ୍ଥ ହୋଇ ଘରକୁ ଫେରିବା ପରେ ନିଜେ ବଖାଣିଛନ୍ତି ।
ବ୍ୟକ୍ତି ଜଣକ ନିଜର କାର ଚଳାଇବା ସମୟରେ ପ୍ରଥମେ ଜର ଅନୁଭବ କରିଥିଲେ । ପରେ ପରେ ଛିଙ୍କ ଲାଗିଥିଲା । ତେବେ ସେ ଛିଙ୍କ ହେବାକୁ ନଦେଇ, ନାକକୁ ଚାପି ପାଟି ବନ୍ଦ କରିଦେଲେ । ଛିଙ୍କର ପ୍ରବଳ ପ୍ରେସରକୁ ସମ୍ଭାଳି ପାରିନଥିଲା ତାଙ୍କର ଶ୍ୱାସନଳୀ ।
ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା ବୋଲି ମନମୋହନ ଅଭିଯୋଗ କରିଛନ୍ତି । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ମନମୋହନ । ଏଥିସହ ଜବତ ୩୫୦ କୋଟି ଟଙ୍କା କାହାର ବୋଲି ସେ ପ୍ରଶ୍ନ କରିଛନ୍ତି ।
ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି।
ବିଶ୍ୱ ବଜାରରେ ତୈଳ ଦର କମିବା ସତ୍ତ୍ବେ କମୁନି ପେଟ୍ରୋଲ । ବିଗତ କିଛି ଦିନ ହେବ ପେଟ୍ରୋଲ ଦର ସ୍ଥିର ଥିବା ସତ୍ତ୍ବେ ୧୦୦ ଉପରେ ରହିଛି । ଏହାକୁ ନେଇ ଇଷ୍ଟାଗ୍ରାମରେ ଭାଇରାଲ ହେଉଛି ଭିଡ଼ିଓ ।
ଡିସେମ୍ବର ମାସ ଯାକ ମଦ୍ୟପାନ କରି ଗାଡି ଚାଳନା, ହେଲମେଟ ବିହୀନ ଗାଡ଼ି ଚାଳନା, ଅତ୍ୟଧିକ ବେଗରେ ଗାଡ଼ି ଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର, ରଙ୍ଗସାଇଡ ଗାଡ଼ି ଚାଳନା ଓ ମାଲବାହୀ ଯାନରେ ଓଭରଲୋଡିଂ ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ କର ।
ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଉଥିବା ଧର୍ମେନ୍ଦ୍ର କହିଛନ୍ତି।
ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଜି ବିରୋଧୀଙ୍କ ପ୍ରବଳ ହୋହାଲ୍ଲା, ହଟ୍ଟଗୋଳ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ଟିଏମସି ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନ୍ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି ।
୧.୦୪ କ୍ୟାରେଟ୍ ହୀରାରେ ଖଚିତ ବ୍ୟାଟ୍ । ଏହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ସୁରଟ ବ୍ୟବସାୟୀ ତଥା କୋହଲିଙ୍କ ପ୍ରଶଂସକ ଉତ୍ପଲ ମିସ୍ତ୍ରୀ ଏହି ବ୍ୟାଟଟି ତିଆରି କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ୟାଟରେ ଲାଗିଥିବା ହୀରାଗୁଡ଼ିକ ପ୍ରାକୃତିକ ।
ଡିସେମ୍ବର ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏହି ଆବେଦନ ପ୍ରକ୍ରିୟା ୫ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ ।
ମନ୍ତ୍ର ଭଗବାନଙ୍କ ପ୍ରତି ଆରାଧନା ହୋଇଥିବା ବେଳେ, ତନ୍ତ୍ର ସାଧାରଣତଃ ତାମସିକ ହୋଇଥାଏ । ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଏହି ଅନ୍ଧ ବିଶ୍ବାସରୁ ବାହାରି ପାରୁନି ଆଧୁନିକ ମଣିଷ । ଆଜି ବି ତନ୍ତ୍ରର ପ୍ରଭାବ ସମାଜ ଉପରେ ଦେଖିବାକୁ ମିଳେ । ଆଉ ଏହାର ସଦ୍ୟତମ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ।
ନିଜ ପାଇଁ ସଂଘର୍ଷ କରୁଥିବା ସହଦେବଙ୍କ ପରିବାର ଏବେ ମଧ୍ୟ ସରକାରୀ ସହାୟତା ଅପେକ୍ଷାରେ । ଆବାସ ଯୋଜନାରେ ଖଣ୍ଡେ ଘର ଓ ଆଉ ଦୁଇ ଜଣଙ୍କୁ ମାସିକ ରାସନ୍ ଯୋଗାଇ ଦେଲେ ତାଙ୍କର ଦୁଃଖ ଲାଘବ ହୋଇପାରନ୍ତା ।