• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମୁହଁ ଖୋଲିବେ କି ହନିଟ୍ରାପ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ? ବଡ଼ବଡ଼ିଆଙ୍କ ସମ୍ପର୍କରେ ମିଳିବ କି ସୁରାକ ? କାରଣ ଆଜି ଜେଲ୍‌ରୁ ବାହାରିବା ପରେ କିଛି ଏମିତି ଇସାରା ଦେଇଛନ୍ତି ଅର୍ଚ୍ଚନା । ୧୪ ମାସ ପରେ ଆଜି ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍‌ରୁ ଜାମିନରେ ଅର୍ଚ୍ଚନା ବାହାରିଛନ୍ତି ।

ଜେଲ୍‌ରୁ ବାହାରିବା ପରେ ନିଜ ପୁରୁଣା ଶୈଳୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା । ବ୍ଲାକମେଲିଂ ସାମ୍ରାଜ୍ୟ ସମ୍ପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ସେ କହିଥିଲେ, ସବୁ ତଥ୍ୟ, ପ୍ରମାଣ କୋର୍ଟରେ ଦାଖଲ କରିବେ । କୋର୍ଟଙ୍କ ଉପରେ ଭରସା ଅଛି ।

ପୂର୍ବରୁ ଅର୍ଚ୍ଚନା କହିଥିଲେ ଯେ, ସେ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବ । ସେ ପ୍ରଶ୍ନରେ ଅର୍ଚ୍ଚନା କହିଛନ୍ତି, ସମସ୍ତଙ୍କ ବିଶ୍ୱାସକୁ ରଖିବି, ମୁଣ୍ଡ ନୁଆଁଇବା ପିଲା ସେ ନୁହଁନ୍ତି । କୋର୍ଟକୁ ସବୁ କହିବା ପରେ ସେ କାର୍ଯ୍ୟାନୁଷ୍ଠାନ ନେବେ। ତା’ସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି ଅର୍ଚ୍ଚନା ଦୋହରାଇଛନ୍ତି ।

ତେଣୁ କିଛି ଦିନ ଧରି ଯେଉଁ ଚର୍ଚ୍ଚା ଥମି ଯାଇଥିଲା ତାହା ପୁଣି ଉଠିବ କି ବୋଲି ଆକଳନ କରାଯାଉଛି । ସୂଚନାଥାଉ କି, ବ୍ଲାକମେଲିଂ, ହନିଟ୍ରାପ୍ ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଆଜି ଜେଲ୍‌ରୁ ବାହାରିଛନ୍ତି । ଇଡି ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଜାମିନ ଦେଇଥିବା ବେଳେ ପୂର୍ବରୁ ତାଙ୍କ ନାଁରେ ଖଣ୍ଡଗିରି, ନୟାପଲ୍ଲୀ ଥାନାରେ ଚାଲିଥିବା ମାମଲାରେ ଜାମିନ୍ ମିଳିଥିଲା ।