Advertisment

‘ଛତିଶଗଡ଼ରେ ବିଜେପିର ବିଜୟ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ’

‘ମୋଦିଙ୍କ ଗ୍ୟାରେଣ୍ଟିର ସଫଳତାକୁ କଳାହାଣ୍ଡିରୁ କେନ୍ଦ୍ରାପଡ଼ା, ମାଲକାନଗିରିରୁ ମୟୂରଭଞ୍ଜ ଯାଏ ଲୋକେ ଅନୁଭବ କଲେଣି । ତେଣୁ ୨୪ ନିର୍ବାଚନରେ କ୍ଷମତାକୁ ଆସିବ ବିଜେପି ’ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP VP Jay Panda arrives in Kendrapara to attend BJP core meeting

BJP VP Jay Panda arrives in Kendrapara to attend BJP core meeting

ଛତିଶଗଡ଼ରେ ବିଜେପିର ବିଜୟ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ଓଡ଼ିଶା ଲୋକେ ଅସ୍ତବ୍ୟସ୍ତ ହେଲେଣି ବିଜେପିକୁ ଭୋଟ୍ ଦେବାକୁ । ଆଜି ଏଭଳି କିଛି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦେଶର ଉତ୍ତରରୁ ଦକ୍ଷିଣ ସବୁଠି ଲୋକପ୍ରିୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠି ବି ଡବଲ୍ ଇଞ୍ଜିନ ସରକାର ଦରକାର ବୋଲି ଲୋକ କହିଲେଣି ।

Advertisment

ମୋଦିଙ୍କ ଗ୍ୟାରେଣ୍ଟିର ସଫଳତାକୁ କଳାହାଣ୍ଡିରୁ କେନ୍ଦ୍ରାପଡ଼ା, ମାଲକାନଗିରିରୁ ମୟୂରଭଞ୍ଜ ଯାଏ ଲୋକେ ଅନୁଭବ କଲେଣି । ତେଣୁ ୨୪ ନିର୍ବାଚନରେ କ୍ଷମତାକୁ ଆସିବ ବିଜେପି । ଉତ୍ତର-ପୂର୍ବ ଭାରତ ଯେଉଁଠି କେବେ ବିଜେପି ଜିତି ପାରିବନି ବୋଲି ଲୋକେ କହୁଥିଲେ, ସେଠି ଜିତିଲୁ । ଛତିଶଗଡ଼ରେ ବିଜେପି ଜିତିବନି ବୋଲି ମଧ୍ୟ ଲୋକେ କହୁଥିଲେ, ହେଲେ ସେଠି ବି ବିଜେପି ଜିତିଲା । ଏବେ ପାଳି ଓଡ଼ିଶାର ବୋଲି ବୈଜୟନ୍ତ ଦୋହରାଇଛନ୍ତି ।

ଖାଲି ଏତିକି ନୁହେଁ ବିଜେଡିକୁ କଡ଼ା ଭାଷାରେ ବୈଜୟନ୍ତ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଓଡ଼ିଶାର ସ୍ୱାଭିମାନ ପାଇଁ ବିଜୁ ବାବୁ କାମ କରୁଥିଲେ । ସେ ବି ବିଜୁଙ୍କ ସହ ଅତି ଘନିଷ୍ଠତା ସହ କାମ କରିଛନ୍ତି । ଆଜି ବିଜୁ ଅଙ୍କଲ୍ ବଞ୍ଚିଥିଲେ, ବିଜୁ  ଜନତା ଦଳକୁ ଏପରି ସ୍ୱୀକାର କରି ନଥାନ୍ତେ । ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରୁ କାହାକୁ ପାଇଲେନି ଦଳ ଚଲାଇବା ପାଇଁ ? ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି ।

Advertisment

‘ଏଠି ଶାସକରେ ଥିବା ଲୋକେ ଅର୍ଥ ବଳ, ବାହୁ ବଳ, ପ୍ରଶାସନ ତାକତ୍‌ରେ ସରକାର ଚଲାଉଛନ୍ତି । ଏବେ କ’ଣ ସତରେ ନବୀନ ବାବୁ ସରକାର ଚଲାଉଛନ୍ତି ? ଯେତେ ମାର୍କେଟିଂ କଲେ କ’ଣ ହେବ ? ଲୋକ ସବୁ ବୁଝିଲେଣି । ଏମିତି ହେଲାଣି କି ଲୋକେ ଯେଉଁଥି ପାଇଁ ଭୋଟ୍ ଦେଇଥିଲେ ତାହା ମିଳିିନି । ଆୟୁଷ୍ମାନ ଭାରତ ଲାଗୁ ହୋଇନି । ଦୁଷ୍କର୍ମ ସମେତ ଅନେକ ଅପରାଧ ରାଜ୍ୟରେ ବଢ଼ିଛି ଚାଲିଛି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି । 

ସେହିପରି ନିର୍ବାଚନ ଲଢ଼ିବା ପ୍ରଶ୍ନକୁ ନେଇ ବି ମତ ରଖିଛନ୍ତି ବୈଜୟନ୍ତ । ‘ଦଳ ଯେଉଁ ଦାୟିତ୍ୱ ଦେଇଛି ସେ ସବୁ କରିଛି । ଆସାମ ଦାୟିତ୍ୱ ଦିଆଯାଇଥିଲା, ସେଠି ସରକାର ଫେରିଛି । ଦିଲ୍ଲୀରେ ମଦ ଦୁର୍ନୀତିକୁ ଲୋକଲୋଚନକୁ ଅଣାଯାଇଛି । ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କରାଯାଇଛି ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି । 

BJP
Advertisment
Advertisment